Posted inଜାତୀୟ

ଶିବସେନା ଦାବି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ମୁମ୍ବାଇ,୧୪ା୧୧(ପି.ଟି.): ୫୦:୫୦ ସୂତ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ଭାଗବଣ୍ଟା ସମେତ ଶିବସେନାର ଅନ୍ୟ ଦାବିଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ସଙ୍କଟକୁ ନେଇ ବୁଧବାର ପ୍ରଥମଥର ପାଇଁ ମୁହଁ ଖୋଲି ଏପରି ସ୍ପଷ୍ଟବାଣୀ ଶୁଣାଇଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେହିପରି ରାଷ୍ଟ୍ରପତି ଶାସନକୁ ନେଇ ଭାଜପାକୁ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ଟାର୍ଗେଟ କରୁଥିବାବେଳେ ଶାହ ଟୁଇଟରରେ ଏହାର ଜବାବ ରଖିଛନ୍ତି। ରାଷ୍ଟ୍ରପତି ଶାସନକୁ ସାମ୍ବିଧାନିକ ଓ ଯୁକ୍ତିଯୁକ୍ତ ଦର୍ଶାଇ ଏହାକୁ ନେଇ ବିରୋଧୀ ରାଜନୀତି କରୁଥିବା ସେ ସମାଲୋଚନା କରିଛନ୍ତି।
ସ୍ବରାଷ୍ଟ୍ରମନ୍ତ୍ରୀ ଶାହ କହିଛନ୍ତି, ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ସପକ୍ଷରେ ସେ ନାହାନ୍ତି। ଏବେ ସବୁ ଦଳ ପାଖରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଠନ ଲାଗି ୬ ମାସ ସମୟ ରହିଛି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଭାଜପା ସହିତ ଚୁକ୍ତି ହୋଇଥିବା ନେଇ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହୁଛନ୍ତି, ଯାହାକି ଭୁଲ କଥା। ଗୈରିକ ମେଣ୍ଟ କ୍ଷମତାସୀନ ହେଲେ ଦେବେନ୍ଦ୍ର ଫଡ୍‌ନବିସ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ ଓ ସେ ନିଜେ ଅନୂ୍ୟନ ୧୦୦ ଥର ପୂର୍ବରୁ ସାଧାରଣରେ ପ୍ରକାଶ କରିଥିଲେ। ଶିବସେନା ସେତେବେଳେ ଚୁପ୍‌ ରହିଥିଲା। ଏବେ କାହିଁକି ମୁଖ୍ୟମନ୍ତ୍ରୀ ପଦ ଉପରେ ଦାବି ଉଠାଉଛି। ଆମେ ଜନାଦେଶ ପାଇଛୁ। କିନ୍ତୁ ଆମ ସହଯୋଗୀ ଏବେ ଏପରି ଦାବି କରୁଛି, ଯାହାକି ଆମ ପାଇଁ ଗ୍ରହଣୀୟ ନୁହେଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଅଧିକ ସମୟ ଦେଲେନାହିଁ ବୋଲି ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ନ ଯିବା ପାଇଁ ଶିବସେନା ବୁଧବାର ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜ୍ୟରେ ରାଜନୈତିକ ସ୍ଥିତି ବଦଳିଥିବାରୁ ଦଳ ପିଟିଶନ ଦାଖଲ କରିବାକୁ ଚାହୁଁ ନ ଥିବା ଶିବସେନା ଓକିଲ ସୁନୀଲ ଫର୍ନାଣ୍ଡେଜ୍‌ କହିଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ୍‌ ସୁସ୍ଥ ହୋଇ ମୁମ୍ବାଇର ଲୀଳାବତୀ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ରାଜସ୍ଥାନର ଜୟପୁରସ୍ଥିତ ଏକ ହୋଟେଲରେ ଥିବା କଂଗ୍ରେସର ୪୪ ବିଧାୟକ ମହାରାଷ୍ଟ୍ରକୁ ବାହୁଡ଼ିଛନ୍ତି। ଶିବସେନା ସହ ମିଶି ସରକାର ଗଠନ ପାଇଁ ସେମାନେ ଦଳୀୟ ହାଇକମାଣ୍ଡଙ୍କୁ ଜଣାଇଦେଇଥିବା କହିଛନ୍ତି। କଂଗ୍ରେସ ନେତାଙ୍କ ସହ ମିଶି ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ଚୂଡ଼ାନ୍ତ କରିବା ଲାଗି ହେବାକୁ ଥିବା ମିଳିତ ବୈଠକକୁ ବାତିଲ କରାଯାଇଥିତ୍ବା ଏନ୍‌ସିପି ନେତା ଅଜିତ ପାଓ୍ବାର ସୂଚନା ଦେଇଛନ୍ତି। ଭାଜପାର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଗୁରୁବାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା: ବଦଳିଲା ୧୫ ବିମାନର ରୁଟ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ୧୫ଟି ବିମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri