Posted inଜାତୀୟ

ଶାଶୁ, ନଣନ୍ଦଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟା ରାୟ

ପାଟନା,୨୯।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ଶାଶୁ ରାବ୍ରିି ଦେବୀ ଏବଂ ନଣନ୍ଦ ମୀସା ଭାରତୀଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୋତେ ଶାଶୁ ଘରେ ଖାଇବାକୁ ଦିଆଯାଉ ନ ଥିଲା। ଏପରିକି ରୋଷେଇ ଘରେ ପଶିବାକୁ ବାରଣ କରାଯାଉଥିଲା। ମୋ ବାପଘରୁ ସବୁବେଳେ ମୋ ପାଇଁ ଖାଦ୍ୟ ଆସୁଥିଲା ବୋଲି ସେ କହିଛନ୍ତି। ଯଦି ମୋ ଶଶୁର ଥାନ୍ତେ ତେବେ ସେ ଏମିତି ହେବାକୁ ଦେଇ ନ ଥାନ୍ତେ ବୋଲି ସେ କହିଛନ୍ତି। ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଯାଦବ ଐଶ୍ୱର୍ଯ୍ୟାଙ୍କୁ ଗତ ମେ ମାସରେ ବିବାହ କରିଥିଲେ। କିନ୍ତୁ ବିବାହର କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ତେଜପ୍ରତାପ ଫ୍ୟାମିଲି କୋର୍ଟରେ ଐଶ୍ବର୍ଯ୍ୟାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ। ସେଥିରେ ସେ ଏହାର ମୂଳ କାରଣ ଐଶ୍ବର୍ଯ୍ୟାଙ୍କ ନିଷ୍ଠୁର ବ୍ୟବହାରକୁ ଦର୍ଶାଇଥିଲେ। ଏଥିରେ ଐଶ୍ୱର୍ଯ୍ୟା ଲାଲୁଙ୍କ ଘରୁ କାନ୍ଦି କାନ୍ଦି ବିଦାୟ ନେଇଥିଲେ। ସୂଚନାଯୋଗ୍ୟ,ଚଳିତବର୍ଷ ମେ ୧୨ ତାରିଖରେ ତେଜପ୍ରତାପଙ୍କ ବିବାହ ହୋଇଥିଲା। ଏହି ବିବାହ ବହୁ ଧୁମଧାମରେ ପାଳିତ ହୋଇଥିଲା। ଏଥିରେ ଦେଶର ନାମୀଦାମୀ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ। ଐଶ୍ୱର୍ଯ୍ୟା ଆସିବା ପରେ ଘରକୁ ଅନେକ ଖୁସି ନେଇ ଆସିଛି ବୋଲି ସେତେବେଳେ ରାବ୍ରି ଦେବୀ କହିଥିଲେ। ସେହିଦିନ ତେଜପ୍ରତାପ ସୋସିଆଲ ମିଡିଆରେ ଐଶ୍ବର୍ଯ୍ୟାଙ୍କୁ ସାଇକେଲରେ ବସାଇଥିବାର ଫଟୋ ଅପଲୋଡ କରିଥିଲେ, ଯାହା ଭାଇରାଲ ହୋଇଥିଲା। ଏବେ ନବଦମ୍ପତିିଙ୍କ ଭିତରେ ଫାଟ ସୃଷ୍ଟି ହେବା ଯୋଗୁ ବିହାରରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଚାରା ଘୋଡାରେ ଦେଷୀ ସାବ୍ୟସ୍ତ ହୋଇ ଲାଲୁ ପ୍ରସାଦ uଯାଦବ ଏବେ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri