ଶାରଳା ମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ଜଗତ୍‌ସିଂହପୁର ଅଫିସ୍‌/ତିର୍ତ୍ତୋଲ,୨୦ା(ଡି.ଏନ.ଏ.): କନକପୁରସ୍ଥିତ ମା’ଶାରଳା ମନ୍ଦିରରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କନକପୁର ଦେଉଳୀ ଗ୍ରାମର ତ୍ରିଲୋଚନ ରାଉଳ(ଗୁଲା)ନାମକ ସେବାୟତଙ୍କୁ ୩ଜଣ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେମାନେ ହେଲେ ତିର୍ତ୍ତୋଲ ଥାନା ଓକଲାର ସୁଶାନ୍ତ ରାଉଳ, କନକପୁର ଶାସନର ପ୍ରଶାନ୍ତ ରାଉଳ ଓ କୁଟିଲୋ ଗ୍ରାମ ଦୟାନ୍ଦପୁରର ରାକେଶ ନାୟକ (ଶଙ୍କରା)। ସୌଭାଗ୍ୟ ତ୍ରିଲୋଚନ ଜୀବନ ବିକଳରେ ଧାଇଁ ଯାଇ କନକପୁର ଫାଣ୍ଡିରେ ପହଞ୍ଚତ୍ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାପରେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ୍‌ ପଡ଼ିବା ସହ ଚିକିତ୍ସା କରାଯାଇଥିଲା। ଏନେଇ ତ୍ରିଲୋଚନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦଫା ୩୪୧/୩୨୩/୩୨୪/୨୯୪/୩୨୫/୫୦୬/୩୪ ଆଇପିସିରେ ମାମଲା ସଂଖ୍ୟା ୨୨/୨୦ ରୁଜୁ କରିଛି। ଏଥିସହ ପ୍ରଶାନ୍ତ ଗିରଫ ହୋଇଥିବା ଆଇଆଇସି କୃଷ୍ଣପ୍ରସାଦ ମିଶ୍ର କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପାୟ ୫ଟା୨୦ରେ ଶୌଚ ହେବା ପାଇଁ ତ୍ରିଲୋଚନ ମନ୍ଦିର ପରିସର ଭୋଗ ଦୋକାନ ପଛ ପଟକୁ ଯାଇଥିଲେ। ଏହି ସମୟରେ ସୁଶାନ୍ତ, ପ୍ରଶାନ୍ତ ଓ ରାକେଶ ମିଳିତଭାବେ ତାଙ୍କ ନିକଟରେ ପହଞ୍ଚତ୍ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ସୁଶାନ୍ତଙ୍କ ହାତରେ ଏକ ଭୁଜାଲି, ପ୍ରଶାନ୍ତଙ୍କ ହାତରେ ବଟକରା ଓ ରାକେଶଙ୍କ ହାତରେ ଏକ ଠେଙ୍ଗା ଥିଲା। ତିନିହେଁ ଗାଳିଗୁଲଜ କରିବା ସହ ଜୁଆ ଖେଳୁଥିବା କଥା ପୋଲିସକୁ କହିଥିବାରୁ ପରିଣତି କ’ଣ ହେଉଛି ଦେଖ୍‌ ବୋଲି କହିଥିଲେ। ପ୍ରଥମେ ସୁଶାନ୍ତ ଭୂଜାଲିରେ ତ୍ରିଲୋଚନଙ୍କ ମୁଣ୍ଡକୁ ଏକ ଚୋଟ ମାରିଥିଲେ। ଏହି ସମୟରେ ତ୍ରିଲୋଚନ ତଳେ ପଡି ଚିତ୍କାର କରିବା ସହ ଛଟ ଛଟ ହେଉଥିବା ବେଳେ ଅନ୍ୟ ୨ ସହଯୋଗୀ ବଟକରା ଓ ଠେଙ୍ଗାରେ ପିଟିଥିଲେ। ତ୍ରିଲୋଚନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ବିକଳରେ ନିକଟସ୍ଥ ଫାଣ୍ଡିକୁ ଧାଇଁଥିଲେ। ଏହି ଖବର ତ୍ରିଲୋଚନଙ୍କ ବଡ ଭାଇ ନିରଞ୍ଜନ ପାଇ ସେଠାରେ ପହଞ୍ଚତ୍ଥିଲେ ସୁଦ୍ଧା ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଛାଡି ନ ଥିଲେ। କିନ୍ତୁ ଉପସ୍ଥିତ ଫାଣ୍ଡି ଅଧିକାରୀଙ୍କ ଯୋଗୁ ଉଭୟ ତ୍ରିଲୋଚନ ଓ ତାଙ୍କ ଭାଇ ସମ୍ଭାବ୍ୟ ପରିସ୍ଥିତିରୁ ମୁକୁଳି ଯାଇଥିଲେ। ସୂଚନାଯୋଗ୍ୟ, ମନ୍ଦିର ପରିସରରେ ଭୋଗ ଦୋକାନ କରିଥିବା ରମେଶ ରାଉଳଙ୍କ ସମେତ ପ୍ରଶାନ୍ତ ଓ ସୁଶାନ୍ତ କିଛି ଦିନ ପୂର୍ବରୁ ଶାରଳା ହାଟରେ ଜୁଆ ଖେଳୁଥିବା ବେଳେ ତିର୍ତ୍ତୋଲ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତ୍ରିଲୋଚନ ପୋଲିସକୁ ଖବର କରି ସେମାନଙ୍କୁ ଧରାଇ ଦେଇଥିବା ସନ୍ଦେହ କରି ଅଭିଯୁକ୍ତମାନେ ଏଭଳି ଘଟାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?