Posted inଜାତୀୟ

ଲୋକ ସଭା ନିର୍ବାଚନ:ମଇଦାନରେ ୧୬୩ ନିରକ୍ଷର

ନୂଆଦିଲ୍ଲୀ,୧୭।୫(ଆଇଏଏନ୍‌ଏସ୍‌):୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୪୮% ସ୍ନାତକ ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରାର୍ଥୀମାନଙ୍କ ସତ୍ୟପାଠ ବିଶ୍ଳେଷଣ କରାଯିବା ପରେ ଗୁରୁବାର ଏହି ବିଷୟ ସାମ୍ନାକୁ ଆସିଛି।
ନାମାଙ୍କନପତ୍ର ଦାଖଲ ବେଳେ ମୋଟ ୮,୦୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୭,୯୨୮ ଜଣ ଦେଇଥିବା ସତ୍ୟପାଠକୁ ଏଡିଆର୍‌ ଅନୁଧ୍ୟାନ କରିଛି। ଅବଶିଷ୍ଟ ୧୨୧ ପ୍ରାର୍ଥୀଙ୍କ ସତ୍ୟପାଠ ଅସମ୍ପୂର୍ଣ୍ଣ କିମ୍ବା ଆବଶ୍ୟକ ଦସ୍ତାବିଜ ସଂଲଗ୍ନ ନୁହେଁ। ଏଥିଯୋଗୁ ସେମାନଙ୍କ ସମ୍ପର୍କରେ ନିର୍ବାଚନ କମିଶନ ନିଜ ଓ୍ବେବ୍‌ସାଇଟ୍‌ରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଇପାରି ନାହାନ୍ତି। ୭,୯୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୩,୮୦୮ ଜଣ (୪୮%)ଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ ବୋଲି ଏଡିଆର୍‌ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ୩,୪୭୭(୪୪%) ପ୍ରାର୍ଥୀ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ପାସ୍‌ ବୋଲି ସ୍ବୀକାର କରିଛନ୍ତି। ସେହିପରି ୨୫୩ ପ୍ରାର୍ଥୀ ସାକ୍ଷର ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ପ୍ରାର୍ଥୀଙ୍କ ବୟସକୁ ଦେଖିଲେ ୪,୯୪୧(୬୨% )ହେଉଛନ୍ତି ୨୫ରୁ ୫୦ ବର୍ଷ ମଧ୍ୟରେ। ୨,୯୩୨(୩୭%) ପ୍ରାର୍ଥୀଙ୍କ ବୟସ ୫୧ରୁ ୮୦ ବର୍ଷ ମଧ୍ୟରେ ବୋଲି ସତ୍ୟପାଠରୁ ଜଣାପଡ଼ିଛି। ମଇଦାନରେ ଏପରି ୧୮ ଜଣ ପ୍ରାର୍ଥୀ ଅଛନ୍ତି, ଯାହାଙ୍କ ବୟସ ୮୦ରୁ ଊର୍ଦ୍ଧ୍ୱ। ୩୫ ପ୍ରାର୍ଥୀ ନିଜ ବୟସ ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରି ନ ଥିବାବେଳେ ନିଜକୁ ୨୫ ବର୍ଷରୁ କମ୍‌ ବୟସର ବୋଲି ୨ ଜଣ ପ୍ରାର୍ଥୀ ଦର୍ଶାଇଛନ୍ତି। ଅପରପକ୍ଷେ ସବୁଠୁ ଧନୀ ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି କଂଗ୍ରେସର। ବିହାର ପାଟଳୀପୁତ୍ର ଲୋକ ସଭା ଆସନରୁ ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରମେଶ କୁମାର ଶର୍ମାଙ୍କ ସମ୍ପତ୍ତି ୧,୧୦୭ କୋଟି ଟଙ୍କା। ଧନୀ ପ୍ରାର୍ଥୀଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଶ୍ୱେଶ୍ୱର ରେଡ୍ଡୀ (୮୯୫ କୋଟି), ଯିଏକି ତେଲେଙ୍ଗାନାର ଚେଭେଲ୍ଲା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲନାଥ ଛିନ୍ଦ୍‌ଓ୍ବାଡା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନକୁଲନାଥଙ୍କ ସମ୍ପତ୍ତି ୬୬୦ କୋଟି ହୋଇଥିବାବେଳେ ତାମିଲନାଡୁର କନ୍ୟାକୁମାରୀ ଆସନରେ କଂଗ୍ରେସରୁ ଲଢ଼ୁଥିବା ଏଚ୍‌. ବସନ୍ତକୁମାର ୪୧୭ କୋଟିର ମାଲିକ। ମଧ୍ୟପ୍ରଦେଶର ଗୁନା ଆସନର ପ୍ରାର୍ଥୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମ୍ପତ୍ତିର ପରିମାଣ ୩୭୪ କୋଟିରୁ ଊର୍ଦ୍ଧ୍ୱ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଭାଜପାର ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ହେମାମାଳିନୀ, ଯିଏକି ଉତ୍ତରପ୍ରଦେଶର ମଥୁରା ଆସନରେ ପୁନଃ ଭାଗ୍ୟପରୀକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri