ଲଜିଷ୍ଟିକ୍ସ ଲାଗି ସ୍ବତନ୍ତ୍ର ବିଭାଗ ଗଠନ ପ୍ରସ୍ତାବ

ନୂଆଦିଲ୍ଲୀ,୨୯-୫: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହେବାକୁ ଯାଉଥିବା ବେଳେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ବ୍ୟବସାୟ ସୁବିଧା ଏବଂ ମାଲ୍‌ ପରିବହନ(ଲଜିଷ୍ଟିକ୍ସ) ଲାଗି ଏକ ସ୍ବତନ୍ତ୍ର ବିଭାଗ ଗଠନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ବିଭିନ୍ନ ସରକାରୀ ଏଜେନ୍ସି ମଧ୍ୟରେ ସମନ୍ବୟ ରକ୍ଷା କରାଯାଇପାରିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ମାଲ୍‌ ପରିବହନ(ଲଜିଷ୍ଟିକ୍ସ) ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ଭାବେ କୌଣସି ବିଭାଗ ନାହିଁ। ଫଳରେ ସମୁଦ୍ର, ସଡ଼କ ଏବଂ ରେଲଓ୍ବେ ଦ୍ୱାରା ଭିନ୍ନ ଭିନ୍ନ ମାର୍ଗରେ ହେଉଥିବା ଆମଦାନୀ-ରପ୍ତାନି ଉପରେ ନଜର ରଖାଯାଇପାରୁନି। ସେ କହିଛନ୍ତି ଯେ, ବର୍ତ୍ତମାନ ଲଜିଷ୍ଟିକ୍ସ ବିଭାଗ ବାଣିଜ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଛି ଏବଂ ସ୍ବତନ୍ତ୍ର ସଚିବ ସ୍ତରର ଅଧିକାରୀ ଏହାର ମୁଖ୍ୟ ହୋଇଥାନ୍ତି। ସୂଚନାଥାଉ କି, ମାଲ୍‌ ପରିବହନକୁ ସୁନିଶ୍ଚିତ କରିବା, ସମୟ ବଞ୍ଚାଇବାରେ ସହାୟତା କରିବା, ରପ୍ତାନିକାରୀ ଏବଂ ଘରୋଇ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇବାରେ ଲଜିଷ୍ଟିକ୍ସ ସହଯୋଗ କରିଥାଏ। ଚଳିତବର୍ଷ ଜାନୁୟାରୀରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ମଧ୍ୟ ମାଲ୍‌ ପରିବହନ ଲାଗି ଏକ ସ୍ବତନ୍ତ୍ର ବିଭାଗ ଗଠନ ସପକ୍ଷରେ ସୁପାରିସ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri