ଲକ୍‌ଡାଉନ୍‌ ଯୋଗୁ ୨୧ ରାଜ୍ୟର ୯୭,୧୦୦ କୋଟି କ୍ଷତି: ଗୁଜରାଟର ସର୍ବାଧିକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାଯୋଗୁ ଏପ୍ରିଲ୍‌ ମାସରେ ୨୧ଟି ରାଜ୍ୟର ମୋଟ ୯୭,୧୦୦ କୋଟି ଟଙ୍କା କ୍ଷତି ହୋଇଛି। ଏନେଇ ଇଣ୍ଡିଆ ରେଟିଙ୍ଗ୍ସ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ଯୋଗୁ ବିମାନ ଚଳାଚଳ, ପରିବହନ, ପର୍ଯ୍ୟଟନ, ହୋଟେଲ ହସ୍ପିଟାଲିଟି ତଥା ବିଭିନ୍ନ ବ୍ୟବସାୟ ଆଦି ବନ୍ଦ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏପ୍ରିଲ୍‌ ମାସରେ ଜିଏସ୍‌ଟିରୁ ୨୬,୯୬୨ କୋଟି, ଓଜନ ଓ ମାପରୁ ୧୭,୮୯୫ କୋଟି, ଏକ୍ସାଇଜ୍‌ ଡ୍ୟୁଟିରୁ ୧୩,୭୮୫ କୋଟି, ଷ୍ଟାମ୍ପ୍‌ ଏବଂ ରେଜିଷ୍ଟ୍ରେଶନ ଡ୍ୟୁଟିରୁ ୧୧,୩୯୭ କୋଟି, ଯାନବାହନ ଟିକସରୁ ୬,୦୫୫ କୋଟି, ବିଦ୍ୟୁତ୍‌ ଟିକସରୁ ୩,୪୬୪ କୋଟି ଏବଂ ଅଣ-ଟିକସ ରାଜସ୍ବ ଭାବେ ୧୭,୫୯୫ କୋଟି ଟଙ୍କା ସଂଗ୍ରହ ହେବାର ଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏହା ସମ୍ଭବ ହୋଇପାରି ନାହିଁ। ଗୁଜରାଟ, ହରିୟାଣା,କର୍ନାଟକ,କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ, ତେଲଙ୍ଗାନା ଆଦି ରାଜ୍ୟରେ ୫୬ରୁ ୭୬ ପ୍ରତିଶତ ପର୍ଯ୍ୟନ୍ତ ରାଜସ୍ବ କ୍ଷତି ହୋଇଛି। ଗୁଜରାଟର ସର୍ବାଧିକ ୭୬ ପ୍ରତିଶତ କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ତେଲଙ୍ଗାନାର ୭୫.୬ ପ୍ରତିଶତ, ହରିୟାଣାର ୭୪.୭ ପ୍ରତିଶତ, କର୍ନାଟକର ୭୧.୪ ପ୍ରତିଶତ କ୍ଷତି ହୋଇଛି। ଅପରପକ୍ଷରେ ତାମିଲ୍‌ନାଡୁର ୭୦.୪ ପ୍ରତିଶତ, ମହାରାଷ୍ଟ୍ରର ୬୯.୮ ପ୍ରତିଶତ, କେରଳର ୬୯.୬ ପ୍ରତିଶତ ଏବଂ ଗୋଆର ୬୬.୯ ପ୍ରତିଶତ ରାଜସ୍ବ କ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାବାବେଗକୁ ଆଘାତ ଦେଲା….: ଅଡୁଆରେ ଶାସକ ଦଳ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବିଶ୍ୱପ୍ରସିଦ୍ଧ କୁହାଯାଏ। ଏହି ମହୋତ୍ସବରେ ଦିନକୁ ଦିନ ଅଧିକ ନୂତନତ୍ତ୍ୱ ଏବଂ ଆକର୍ଷଣ ଆଣିବା ପାଇଁ ଉଦ୍ୟମ…

ମାଲିକର ପୋଷା କୁକୁର ସହିତ ଅପ୍ରାକୃତ ସମ୍ପର୍କ ପାଇଁ ଚେଷ୍ଟା କରୁଥିଲେ ରୋଷେୟା, ଧରାପଡିବା ପରେ…

ଭୁବନେଶ୍ବର୨୬।୫(ପ୍ରସନଜିତ୍‌ ସାହୁ): ଚନ୍ଦକା ଥାନା ଅଞ୍ଚଳରେ ଏକ ଫାର୍ମ ହାଉସର ରୋଷେୟା ଏକ ପୋଷା ଡାଲ୍‌ମିଶନ କୁକୁରକୁ ଆକ୍ରମଣ ସହ ଅପ୍ରାକୃତ ସମ୍ପର୍କ ଉଦ୍ୟମ କରିଥିବା ନେଇ…

୮୦ କିମି ବେଗରେ ଝଡ ପବନ! ସତର୍କତା ଜାରି କଲା IMD, ଓଡ଼ିଶା ସମେତ…

ନୂଆଦିଲ୍ଲୀ,୨୬।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶର ବାନ୍ଦା ଏବଂ ବିଦର୍ଭର ବ୍ରହ୍ମପୁରୀରେ ତାପମାତ୍ରା ୪୭ଡିଗ୍ରୀରୁ ଅଧିକ ରହିଥିଲା। ଛତରପୁରର ଖଜୁରାହୋରେ ୪୭.୨…

ମୋଦିଙ୍କ ଶାସନ କ୍ଷମତାକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରାହୁଲ!

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦିଙ୍କ ଆସନ୍ନ ବିଦାୟ ସମ୍ପର୍କରେ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବିକୁ ନେଇ…

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

‘ଆମେରିକାକୁ ୟୁରାନିୟମ ହସ୍ତାନ୍ତର କର, ନଚେତ…’ ଶାନ୍ତି ଆଲୋଚନା ମଧ୍ୟରେ ଇରାନକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଆମେରିକା ଯେକୌଣସି ମୂଲ୍ୟରେ ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାର ହାସଲ…

ମୁଁ ରୁହେ କି ନ ରୁହେ….ଭକ୍ତଙ୍କୁ ଭାବବିହ୍ବଳ ମେସେଜ୍‌ ଦେଲେ ପ୍ରେମାନନ୍ଦ ମହାରାଜ

ଲକ୍ଷ୍ନୌ,୨୬।୫:ଗତ କିଛି ଦିନ ଧରି ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତିତ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ଆସିଛି। ତାଙ୍କ…

ଇରାନ-ଆମେରିକା ଚୁକ୍ତିରୁ ବାଦ ପଡ଼ିଲା ପାକିସ୍ତାନ! ନୂତନ ମୁସଲିମ ରାଷ୍ଟ୍ରର ହେଲା ଏଣ୍ଟ୍ରି

ତେହରାନ,୨୬।୫: କତାରର ରାଜଧାନୀ ଦୋହାରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବେ ଏକ ପ୍ରମୁଖ ଚୁକ୍ତିନାମା ଆଡ଼କୁ ଗତି କରୁଥିବା ପରି ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri