ରେପୋ ରେଟ୍‌ ହ୍ରାସ ପ୍ରଭାବ;୪୩୪ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୫-୧୦: ଦେଶର ଜିଡ଼ିପି ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି କମିଟି ବୈଠକରେ ପୂର୍ବାନୁମାନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜିଡ଼ିପି ଅଭିବୃଦ୍ଧି ଆକଳନକୁ ୬.୧କୁ ହ୍ରାସ କରାଯାଇଛି। ପୂର୍ବରୁ ଅଭିବୃଦ୍ଧି ହାର ୬.୯% ରହିବା ନେଇ ଏହା ଆକଳନ କରିଥିଲା। ଏହାର ପ୍ରଭାବ ଦେଶର ପୁଞ୍ଜି ବଜାର ଉପରେ ପଡିଛି। ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୪୩୪ ପଏଣ୍ଟ ହ୍ରାସ ଘଟିଛି। ବ୍ୟାଙ୍କିଙ୍ଗ ଷ୍ଟକ କାରବାର ଭଲ ନ ହେବାରୁ ଏଭଳି ସ୍ଥିତି ଉପୁଜିଛି। ରିଜର୍ଭ ବ୍ୟାଙ୍କ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟକୁ ୦.୨୫% ହ୍ରାସ କରିଛି। ଷ୍ଟକ ବଜାରରେ କାରବାର ଆରମ୍ଭ ହେବା ବେଳକୁ ସୂଚକାଙ୍କ ୩୦୦ ପଏଣ୍ଟ ଉଚ୍ଚରେ ରହିଥିଲା ମାତ୍ର ରିଜର୍ଭ ବ୍ୟାଙ୍କ ସୁଧହାର ଘୋଷଣା ପରେ ୩୦ ଶେୟାର ବିଶିଷ୍ଟ ସୂଚକାଙ୍କରେ କାରବାର ପ୍ରଭାବିତ ହୋଇଥିବା ଜଣା ପଡିଛି। ସେନସେକ୍ସ ୪୩୩.୫୬ ପଏଣ୍ଟ ବା ୧.୧୪% ନିମ୍ନରେ ରହି ୩୭,୬୭୩.୩୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଦିନର ମଧ୍ୟବର୍ତ୍ତୀ ସମୟରେ ଏହାର ସର୍ବନିମ୍ନ ସ୍ତର ୩୭,୬୩୩.୩୬ ପଏଣ୍ଟ ଏବଂ ଉଚ୍ଚ ସ୍ତର ୩୮, ୪୦୩.୫୪ ପଏଣ୍ଟ ରହିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିର କାରବାର ୧୩୯.୨୫ ପଏଣ୍ଟ ବା ୧.୨୩% ହ୍ରାସ ଘଟି ୧୧,୧୭୪.୭୫ ପଏଣ୍ଟରେ ବନ୍ଦ ହୋଇଛି।

ବ୍ୟାଙ୍କ, ଅଟୋ, ରିୟଲ ଇଷ୍ଟେଟ ଷ୍ଟକ ଖସିଲା
କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଟାଟା ମୋଟର୍ସ, ଏଲଆଣ୍ଡଟି, ଏସ୍‌ବିଆଇ, ଟାଟା ଷ୍ଟିଲ, ଆକ୍ସିସ ବ୍ୟାଙ୍କ ଷ୍ଟକ କାରବାର ପ୍ରାୟ ୩.୪୬% ହ୍ରାସ ଘଟିଛି। ଏହାବାଦ ବ୍ୟାଙ୍କ, ଅଟୋମୋବାଇଲ ଏବଂ ରିୟଲ ଇଷ୍ଟେଟ ଷ୍ଟକ କାରବାର କଥା ବିଚାର କରିଲେ ପ୍ରାୟ ୫% ହ୍ରାସ ଘଟିଛି।

ରେପୋ ରେଟ୍‌ ହ୍ରାସକୁ ଶିଳ୍ପ ଜଗତର ସ୍ବାଗତ
ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ ପଦକ୍ଷେପକୁ ଦେଶର ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ଏହା ଚାହିଦା ବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ନିବେଶ ବଢାଇବା ବୋଲି ଶିଳ୍ପଜଗତ ପକ୍ଷରୁ କୁହାଯାଇଛି। ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, ଚଳିତ ବର୍ଷ ୧୩୫ ବେସିସ ପଏଣ୍ଟ ସୁଧହାର ହ୍ରାସ ଘୋଷଣା ବିଭିନ୍ନ କ୍ଷେତ୍ର ଲାଗି ଲାଭକାରୀ ସାବ୍ୟସ୍ତ ହେବ।

ବିତ୍ତିୟ ନିଅଣ୍ଟ ଲକ୍ଷ୍ୟ ନେଇ ସନ୍ଦେହ ନାହିଁ
ବିତ୍ତିୟ ନିୟଣ୍ଟ ଧାର୍ଯ୍ୟ ଲକ୍ଷ୍ୟକୁ ନେଇ ସନ୍ଦେହ ନାହିଁ ବୋଲ ଗଭର୍ନର କହିଛନ୍ତି। ସରକାର କର୍ପୋରେଟ ଟିକସ ହ୍ରାସ ଦ୍ୱାରା ରାଜସ୍ବ କ୍ଷେତ୍ରରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କା କ୍ଷତି ସହିବେ। ଏହା ସତ୍ତ୍ୱେ ସରକାର ଧାର୍ଯ୍ୟ ଲକ୍ଷ୍ୟକୁ ନେଇ ରିଜର୍ଭ ବ୍ୟାଙ୍କର କୌଣସି ସନ୍ଦେହ ନାହିଁ। ଏପରି ସ୍ଥିତିରେ ସରକାରଙ୍କ ବିତ୍ତିୟ ସ୍ଥିତି ନେଇ ପୁଣି ଥରେ ଦୋହରା ପ୍ରତିଶ୍ରୁତି ଦେବାର ଆବଶ୍ୟକତା ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି।
ପିପିଆଇଙ୍କ ଲାଗି ଆସିବ ଲୋକପାଳ
ପ୍ରି-ପେଡ୍‌ ଇନଷ୍ଟ୍ରୁମେଣ୍ଟସ ଇସ୍ୟୁ କରୁଥିବା ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନଗୁଡିକ ଲାଗି ଲୋକପାଳ ବ୍ୟବସ୍ଥା ଆସିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକଙ୍କ ଅଭିଯୋଗ ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେବ ବୋଲି ଜଣା ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri