ରେପୋ ରେଟ୍‌ କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଏଭଳି କାରଣ ଲାଗି ଦେଶର ଅଭିବୃଦ୍ଧି ହାର ନକାରାତ୍ମକ ରହିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଶୁକ୍ରବାର ସ୍ପଷ୍ଟ କରିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥା ଉପରେ ରହିଥିବା ପ୍ରଭାବକୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ଲଗାତର ପ୍ରୟାସ ଜାରି ରଖିଛି। ଏଭଳି ସ୍ଥିତିରେ ଆର୍ଥତ୍କ କାର୍ଯ୍ୟକଳାପକୁ ଗତି ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଅତିରିକ୍ତ ୯ଟି ପଦକ୍ଷେପ ଗ୍ରହଣ କରିଛି। ଶନିବାର ଏହାର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ (ଯେଉଁ ହାରରେ ବ୍ୟାଙ୍କଗୁଡ଼ିକ ଆର୍‌ବିଆଇଠାରୁ ଋଣ ନେଇଥାନ୍ତି) ରେଟ୍‌ରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ରେପୋ ରେଟ୍‌ ୪.୪% ରହିଥିବା ବେଳେ ଏହା ବର୍ତ୍ତମାନ ୪%କୁ ହ୍ରାସ ଘଟିଛି। ଏହାବାଦ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋକୁ ୩.୩୫%କୁ ଖସାଇଛି। ଋଣ ପଇଠ ଉପରେ ମୋରାଟୋରିୟମକୁ ଆଉ ୩ ମାସ ବଢ଼ାଯାଇଛି।
ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କରୋନା ପ୍ରଭାବକୁ କମ୍‌ କରିବା ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖାଯିବା ନେଇ ବିଭିନ୍ନ ପ୍ରୟାସ ଜାରି ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ନକାରାତ୍ମକ ସ୍ଥିତିରେ ରହିବା ନେଇ ଆକଳନ କରାଯାଇଛି। ଭାରତରେ ବର୍ତ୍ତମାନ ଚାହିଦା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ଘରୋଇ ଚାହିଦାକୁ ଝଟକା ଲାଗିଛି। ନିବେଶ ଚାହିଦା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଆର୍ଥତ୍କ କାର୍ଯ୍ୟକଳାପ କମ୍‌ ରହିଥିବାରୁ ସରକାରଙ୍କ ରାଜସ୍ବ ସଂଗ୍ରହକୁ ଏହା କ୍ଷତି ପହଞ୍ଚାଉଛି ବୋଲି ଶକ୍ତିକାନ୍ତ ମତବ୍ୟକ୍ତ କରିଛନ୍ତି। ଏହାବାଦ ବର୍ତ୍ତମାନ ଗ୍ରହଣ କରାଯାଉଥିବା ବିତ୍ତୀୟ, ମୁଦ୍ରାନୀତିଗତ ଏବଂ ଅନ୍ୟାନ୍ୟ ପ୍ରଶାସନିକ ସଂସ୍କାରଗତ କାର୍ଯ୍ୟକ୍ରମ ଯୋଗୁ ଦେଶର ଅଭିବୃଦ୍ଧି ଧାରା ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ଭାଗରେ ସୁଧାର ଆସିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।
ଋଣ ପଇଠ କ୍ଷେତ୍ରରେ ମୋରାଟୋରିୟମକୁ କେନ୍ଦ୍ରୀୟ ବ୍ୟାଙ୍କ ଅଗଷ୍ଟ ମାସ ଯାଏ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଲୋକମାନେ ଆଶ୍ୱସ୍ତି ଲାଭ କରିପାରିବେ। ମାର୍ଚ୍ଚରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ୩ ମାସର ମୋରାଟୋରିୟମ ପ୍ରଦାନ କରିଥିଲା। ଓ୍ବାର୍କିଂ କ୍ୟାପିଟାଲ କ୍ଷେତ୍ରରେ ମୋରାଟୋରିୟମକୁ ମଧ୍ୟ ୩ ମାସ ବଢ଼ାଯାଇଛି। କୌଣସି ବାଣିଜି୍ୟକ ଗ୍ରୁପ୍‌ର ନେଟ୍‌ଓର୍ଥ ବା ସମ୍ପତ୍ତିକୁ ବିଚାରକରି ପ୍ରଦାନ କରାଯାଉଥିବା ଋଣ ଉପରେ ସୀମାକୁ ୨୫ରୁ ୩୦% ବଢ଼ାଯାଇଛି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତିକୁ ନେଇ କରିଥିବା ଆକଳନରେ ଅନିଶ୍ଚିତତା ରହିଥିବା ଜଣାପଡ଼ିଛି। କରୋନା ଯୋଗୁ ବର୍ତ୍ତମାନ ବଜାରରେ ଡାଲି ଜାତୀୟ ସାମଗ୍ରୀ ମୂଲ୍ୟ ବଢୁଥିବାରୁ ଆମଦାନୀ ଶୁଳ୍କ ଏବଂ ମୂଲ୍ୟ ନିୟନ୍ତ୍ରଣ ଉପରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଶକ୍ତିକାନ୍ତ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ସ୍ଥିର ରହିପାରେ। ଏହା ଦ୍ୱିତୀୟାର୍ଦ୍ଧରେ ସୁଧାର ନେଇ ଆଶା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗ୍ରହଣ କରିଥିବା ଅନ୍ୟ ପଦକ୍ଷେପ ମଧ୍ୟରେ ସିଡ୍‌ବୀକୁ ୯୦ ଦିନ ଲାଗି ୧୫ ହଜାର କୋଟି ଟଙ୍କାର ପୁନଃ ପୁଞ୍ଜି ପ୍ରଦାନ ସୁବିଧା ଦିଆଯାଇଛି। ରପ୍ତାନି ଋଣ ସୀମାକୁ ୧ ବର୍ଷରୁ ୧୫ ମାସକୁ ବଢ଼ାଯାଇଛି। ଏକ୍ସିମ ବ୍ୟାଙ୍କକୁ ୧୫ ହଜାର କୋଟି ଟଙ୍କାର କ୍ରେଡିଟ ଲାଇନ ମିଳିଛି। ଡାଟା ସଂଗ୍ରହରେ ବାଧା ଉପୁଜିବା ଯୋଗୁ ମୁଦ୍ରାସ୍ଫୀତି ଆକଳନରେ ପ୍ରଭାବ ଦେଖାଯାଇଛି। ମାର୍ଚ୍ଚରେ ଔଦ୍ୟୋଗିକ ଉତ୍ପାଦନ ୧୭% ଖସିଛି। ମାନୁଫାକ୍‌ଚରିଂ କାର୍ଯ୍ୟକଳାପ ୨୧% ହ୍ରାସ ଘଟିଛି। ସେହିଭଳି କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରି ଉତ୍ପାଦନ ୬.୫% ଖସିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri