Posted inଜାତୀୟ

ରୁଷିଆରୁ ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବ ଭାରତ

ନୂଆଦିଲ୍ଲୀ,୧ା୭: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଭଳି ପରିସ୍ଥିତିରେ ନିଜକୁ ପ୍ରସ୍ତୁତ ରଖିବା ଲାଗି ରୁଷିଆରୁ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବା ଲାଗି ଭାରତ ରାଜିନାମା ସ୍ବାକ୍ଷର କରିଛି। ଷ୍ଟ୍ରମ୍‌ ଅଟାକା ନାମକ ଏହି କ୍ଷେପଣାସ୍ତ୍ର ଏମ୍‌ଆଇ-୩୫ ଲଢ଼ୁଆ ହେଲିକପ୍ଟରରେ ମୁତୟନ କରାଯିବ। ଜରୁରିକାଳୀନ ବ୍ୟବସ୍ଥା ଅନୁଯାୟୀ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଥିବାରୁ ୩ ମାସ ମଧ୍ୟରେ ରୁଷିଆ ଉକ୍ତ କ୍ଷେପଣାସ୍ତ୍ର ଯୋଗାଇଦେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।
୨୦୦ କୋଟି ଟଙ୍କାରେ ହୋଇଥିବା ଏହି ଚୁକ୍ତିନାମା ଅନୁଯାୟୀ ଷ୍ଟ୍ରମ୍‌ ଅଟାକା କ୍ଷେପଣାସ୍ତ୍ର ମିଳିବା ପରେ ଏହା ଏମ୍‌ଆଇ-୩୫ ହେଲିକପ୍ଟରର ଆକ୍ରମଣ ସାମର୍ଥ୍ୟ ବୃଦ୍ଧି କରିବ। ଏହା ଶତ୍ରୁପକ୍ଷର ଟ୍ୟାଙ୍କ୍‌କୁ ଧ୍ୱଂସ କରିବାରେ ସକ୍ଷମ ହୋଇପାରିବ। ବାୟୁସେନାରେ ଥିବା ଲଢ଼ୁଆ ହେଲିକପ୍ଟର ଏମ୍‌ଆଇ-୩୫ ସ୍ଥାନରେ ଆମେରିକାରୁ ଅଣାଯିବାକୁ ଥିବା ଆପାଚେ ହେଲିକପ୍ଟରକୁ ସାମିଲ କରାଯିବାର ଯୋଜନା ରହିଛି। ଆସନ୍ତା ମାସରୁ ଏହି ହେଲିକପ୍ଟର ଆମେରିକା ଯୋଗାଇଦେବ। ଭାରତ ରୁଷିଆଠାରୁ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବାକୁ ଦୀର୍ଘଦିନରୁ ଉଦ୍ୟମ କରିଆସୁଥିଲା। ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଜରୁରିକାଳୀନ ଆବଶ୍ୟକତା ଭିତ୍ତିରେ ଅସ୍ତ୍ର କିଣିବାରେ ଭାରତୀୟ ବାୟୁସେନା ଆଗରେ ରହିଛି। ଆକସ୍ମିକ ଯୁଦ୍ଧ ଲାଗି ନିଜକୁ ପ୍ରସ୍ତୁତ କରି ରଖିବାକୁ ବାୟୁସେନା ସ୍ପାଇସ୍‌-୨୦୦୦ ଯୁଦ୍ଧାସ୍ତ୍ର କିଣିବା ସହିତ ବିଭିନ୍ନ ଦେଶରୁ କ୍ଷେପଣାସ୍ତ୍ର କିଣିବା ଲାଗି ଚୁକ୍ତି ସ୍ବାକ୍ଷର କରିଛି।
ସେନା ଫ୍ରାନ୍ସରୁ ସ୍ପାଇକ୍‌ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍‌ ମିସାଇଲ ଏବଂ ରୁଷିଆରୁ ଇଗ୍‌ଲା-ଏସ୍‌ ଏୟାର ଡିଫେନ୍ସ ମିସାଇଲ ଜରୁରିକାଳୀନ ବ୍ୟବସ୍ଥାରେ କିଣିବା ପ୍ରକ୍ରିୟାରେ ରହିଛି। ସରକାର ୩ ବାହିନୀକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ କିଣିବା ଲାଗି କ୍ଷମତା ପ୍ରଦାନ କରିଛନ୍ତି। ଗତ ଫେବୃୟାରୀ ୧୪ରେ ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ସେନାକୁ ଏହି ଜରୁରୀ କ୍ଷମତା ପ୍ରଦାନ କରିଥିଲେ। ପୁଲ୍‌ଓ୍ବାମା ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହା ପରଠାରୁ ପାକିସ୍ତାନ ସୀମା ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri