ରୁମ୍‌ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଜଣେ ମଡେଲ ଭାବେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ଆସିବା ପାଇଁ ସେ ବହୁ ସଂଘର୍ଷ କରିଛନ୍ତି। ହେଲେ ଧିରେ ଧିରେ ସେ ବଲିଉଡ୍‌ରେ ନିଜର ସ୍ଥାନ ତିଆରି କରିପାରିଥିଲେ। ୨୦୦୧ରେ ଫିଲ୍ମ ‘ ପ୍ୟାର, ଇସ୍କ ଓ ମୋହବତ୍‌ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ୨୦୦୨ରେ ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମି ପକ୍ଷରୁ ତାଙ୍କୁ ‘ଫେସ୍‌ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅବଶ୍ୟ ମୁଖ୍ୟ ଚରିତ୍ରରେ ତାଙ୍କୁ ଯେତିକି ସଫଳତା ମିଳିନାହିଁ, ସହ କଳାକାର ଭାବେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଛି। ସବୁବେଳେ ଚର୍ଚ୍ଚାରେ ରହୁଥିବା ଅର୍ଜୁନ ବର୍ତ୍ତମାନ ନିଜ ପର୍ସନାଲ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ୧୯୯୮ରେ ଅର୍ଜୁନ ମିସ୍‌ ଇଣ୍ଡିଆ ଓ ସୁପର ମଡେଲ ମେହର ଜୋସିଆଙ୍କୁ ବିବାହ କରିଥିଲେ। କୁହାଯାଏ, ଯେଉଁ ସମୟରେ ଅର୍ଜୁନ ମଡେଲିଂରେ ସଂଘର୍ଷ କରୁଥିଲେ, ସେତେବେଳେ ମେହର ସଫଳତା ପାଇ ସାରିଥିଲେ। ବିବାହ ପୂର୍ବରୁ ଅର୍ଜୁନ ନିଜ ରୁମ୍‌ରେ ମେହରଙ୍କ ଫଟୋ ଲଗାଇବା ସହ ତାଙ୍କୁ ବିବାହ କରିବାକୁ ଇଛା ପ୍ରକାଶ କରିଥିଲେ। କିଛି ଦିନ ପରେ ତାଙ୍କର ଏହି ଇଛା ପୂରଣ ମଧ୍ୟ ହୋଇଥିଲା। ହେଲେ ଅର୍ଜୁନ ଓ ମେହରଙ୍କ ବିବାହ ବେଶି ଦିନ ତିଷ୍ଠି ନ ଥିଲା। ୨୧ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ୨୦୧୯ ଏପ୍ରିଲ ୩୦ରେ ବିଚ୍ଛେଦ ପାଇଁ ଦୁହେଁ କୋର୍ଟରେ ଆବେଦନ କରିଥିବା ବେଳେ ୬ମାସ ପରେ ନିଜ ସହମତିରେ ଔପଚାରିକ ଭାବେ ଅଲଗା ହୋଇଯାଇଥିଲେ। ଅର୍ଜୁନଙ୍କ ୨ ଝିଅ ବର୍ତ୍ତମାନ ମା’ ମେହରଙ୍କ ସାଙ୍ଗେ ରହୁଥିବା ଜଣାପଡ଼ିଛି। ଏହି ସମ୍ପର୍କ ଭାଙ୍ଗିବା ପରେ ଅର୍ଜୁନ ନିଜ ଜୀବନରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିସାରିଛନ୍ତି। ଅର୍ଥାତ ଅର୍ଜୁନ ନିଜ ଗର୍ଲଫ୍ରେଣ୍ଡ ଗେବ୍ରିଏଲାଙ୍କ ସହ ବିବାହ କରିସାରିଛନ୍ତି। ବିଧିବଦ୍ଧ ଭାବେ ଏହାକୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ନିକଟରେ ଗେବ୍ରିଏଲା ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି। ପ୍ରାୟ ସମୟରେ ପୁଅ ଆରିକଙ୍କ ସହ ଅର୍ଜୁନ ସମୟ ବିତାଉଥିବା ଦେଖିବାକୁ ମିଳିଥାଏ। ୨୦୦୯ରେ ଆଇପିଏଲ୍‌ର ଏକ ପାର୍ଟିରୁ ଅର୍ଜୁନ ଓ ଗେବ୍ରିଏଲାଙ୍କ ଲଭ୍‌ ଷ୍ଟୋରି ଆରମ୍ଭ ହୋଇଥିଲା। କିଛି ବର୍ଷ ପରେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri