ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୦.୭%

ଭୁବନେଶ୍ୱର,୨-୪: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ୩୩୦ ପଏଣ୍ଟ ଥିଲା। ଫେବୃୟାରୀ ଏଥିରେ ୨ ପଏଣ୍ଟ ହ୍ରାସ ଘଟି ୩୨୮ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୪୯ ପଏଣ୍ଟ ଥିଲା। ଏଥିରେ ୩ ପଏଣ୍ଟ ହ୍ରାସ ପାଇ ୩୪୬ ପଏଣ୍ଟ ହୋଇଛି। ଅନ୍ୟ ପକ୍ଷରେ ରାଉରକେଲାରେ ଏହା ୩୩୫ ପଏଣ୍ଟ ଥିବା ବେଳେ ଏଥିରେ ୨ ପଏଣ୍ଟ ହ୍ରାସ ଘଟିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୫୭.୩% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୩.୪% ବୃଦ୍ଧି ଘଟି ୧୬୦.୭% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ଏପ୍ରିଲ ପହିଲାରୁ ପାଇବେ।
ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀ ମାନେ ୭୫.୯ % ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୦.୬% ବୃଦ୍ଧି ଘଟି ୭୬.୫% ହୋଇଛି। ଏହା ମେ ମାସ ପହିଲାରୁ ଲାଗୁ ହେବ। ବୀମା କର୍ମଚାରୀମାନେ ବର୍ତ୍ତମାନ ୬୯.୨% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୦.୬% ବୃଦ୍ଧି ଘଟି ୬୯.୮% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ମେ ପହିଲାରୁ ପାଇବେ। ଓଡ଼ିଶା ବ୍ୟତୀତ କେନ୍ଦ୍ର ଏବଂ ସମସ୍ତ ରାଜ୍ୟର ସରକାରୀ କର୍ମଚାରୀମାନେ ୨୧% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୪% ବୃଦ୍ଧି ଘଟି ୨୫% ହୋଇଛି। ଏମାନେ ଜୁଲାଇ ପହିଲାରୁ ଏହି ବର୍ଦ୍ଧିତ ଡିଏ ପାଇବେ। ଓଡିଶାରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ବର୍ତ୍ତମାନ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ବର୍ଦ୍ଧିତ ୮% ମହଙ୍ଗା ଭତ୍ତା ପିଛିଲା ଭାବେ ୪% ଜାନୁୟାରୀରୁ ଏବଂ ଅବଶିଷ୍ଟ ୪% ଜୁଲାଇରୁ ଲାଗୁ ହେବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri