Posted inଜାତୀୟ

ରାଷ୍ଟ୍ରପତିଙ୍କ ଅଧିସୂଚନା: ଜମ୍ମୁ-କଶ୍ମୀରରେ ଲାଗୁ ହେଲା ଭାରତର ସମ୍ବିଧାନ

ନୂଆଦିଲ୍ଲୀ,୫ା୮(ପି.ଟି./ଆଇଏଏନ୍‌ଏସ୍‌): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଜମ୍ମୁ-କଶ୍ମୀର ସରକାର ସମ୍ପର୍କିତ ସମ୍ବିଧାନ (ଜମ୍ମୁ-କଶ୍ମୀରରେ ଲାଗୁ) ନିର୍ଦ୍ଦେଶନାମା, ୨୦୧୯ ଜାରି କରିଛନ୍ତି। ଭାରତୀୟ ସମ୍ବିଧାନ ଏହି ରାଜ୍ୟରେ ଲାଗୁ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ସଦ୍ୟ ଅଧିସୂଚନା ତତ୍କାଳ ରାଜ୍ୟର ସମ୍ବିଧାନ (ଜମ୍ମୁ-କଶ୍ମୀରରେ ଲାଗୁ) ନିର୍ଦ୍ଦେଶନାମା, ୧୯୫୪ର ସ୍ଥାନ ନେବ। ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜମ୍ମୁ-କଶ୍ମୀର ପାଇଁ ପ୍ରଯୁଜ୍ୟ ହେବ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ସମ୍ବିଧାନ ଅନୁଚ୍ଛେଦ ୩୬୭ରେ ଧାରା ୪ ଯୋଡ଼ିଛନ୍ତି, ଯେଉଁଥିରେ ୪ଟି ପରିବର୍ତ୍ତନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସମ୍ବିଧାନ କିମ୍ବା ଏହାର ନିୟମଗୁଡ଼ିକର ନିର୍ଦ୍ଦେଶକୁ ଉକ୍ତ ରାଜ୍ୟ ସମ୍ପର୍କିତ ସମ୍ବିଧାନ ଓ ତା’ର ନିୟମଗୁଡ଼ିକୁ ଲାଗୁ କରିବାର ନିର୍ଦ୍ଦେଶ ଭାବେ ବିବେଚନା କରାଯିବ। ଯେଉଁ ବ୍ୟକ୍ତିଙ୍କୁ ରାଜ୍ୟ ବିଧାନସଭାର ସୁପାରିସ ଉପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜମ୍ମୁ ଓ କଶ୍ମୀରର ସଦର-ଇ-ରିୟାସତ (ଯିଏକି କ୍ଷମତାସୀନ ରାଜ୍ୟ ମନ୍ତ୍ରି ପରିଷଦର ପରାମର୍ଶରେ କାର୍ଯ୍ୟ କରୁଛନ୍ତି) ରୂପେ ମାନ୍ୟତା ଦିଆଯାଇଛି, ତାଙ୍କ ପାଇଁ ନିର୍ଦ୍ଦେଶଗୁଡ଼ିକୁ ଜମ୍ମୁ-କଶ୍ମୀରର ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦେଶନାମା ଭାବେ ପରିଗଣିତ ହେବ। ରାଜ୍ୟପାଳଙ୍କ ନିର୍ଦ୍ଦେଶଗୁଡ଼ିକ ମନ୍ତ୍ରୀ ପରିଷଦର ପରାମର୍ଶ ଅନୁସାରେ ଦିଆଯାଇଥିବା ବିବେଚନା କରାଯିବ। ସମ୍ବିଧାନ ଅନୁଚ୍ଛେଦ ୩୭୦ର ଧାରା (୩) ଅନୁସାରେ ରାଜ୍ୟର ‘ସମ୍ବିଧାନ ପ୍ରଣୟନ ସଭା’କୁ ଧାରା (୨) ଅନୁଯାୟୀ ରାଜ୍ୟ ବିଧାନସଭା ଭାବେ ବିବେଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri