Posted inଜାତୀୟ

ରାତାରାତି ବାଜି ଓଲଟ ପାଲଟରେ ଓସ୍ତାଦ ମୋଦି-ଶାହ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ପ୍ରତିଦିନ ଟୁଇଷ୍ଟ ଦେଖିବାକୁ ମିଳୁଥିଲା। ହେଲେ ରାତାରାତି ସବୁକିଛି ହୋଇଗଲା ଓଲଟ ପାଲଟ। ନଭେମ୍ବର ୨୩ ସକାଳେ ଏମିତି ଖବର ଆସିଲା ଯାହା ସମସ୍ତଙ୍କୁ ଚମକାଇ ଦେଲା। ସଂଖ୍ୟା ଗରିଷ୍ଠତା ନ ଥାଇ ମଧ୍ୟ ଭାଜପାରୁ ଦେବେନ୍ଦ୍ର ଫଡନବିସ ହେଲେ ମୁଖ୍ୟମନ୍ତ୍ରୀ। ଏହା ପଛର ରହସ୍ୟ କେହିବି ବୁଝି ପାରିଲେ ନାହିଁ। କେବଳ ସେତିକି ନୁହେଁ ୫ ବର୍ଷ ଶାସନ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହିଭଳି ଅନେକଥର ଦେଶବାସୀଙ୍କୁ ଚମକାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି।
୨୦୧୭ରେ ଗୋଆ ବିଧାନସଭାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ମୋଟ ୪୦ ବିଧାନସଭା ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସର୍ବାଧିକ ୧୭ ଆସନ ମିଳିଥିଲା। ହେଲେ ଏହା ସଂଖ୍ୟା ଗରିଷ୍ଠତାରୁ ପଛରେ ଥିଲା। ସମସ୍ତେ ଭାବୁଥିଲେ କଂଗ୍ରେସ ସରକାର ଗଠନ କରିବ। ହେଲେ ନିତିନ ଗଡକରି ସକ୍ରିୟ ହେବାରୁ ରାତାରାତି ୧୩ ଆସନ ଜିତିଥିବା ଭାଜପା ସ୍ବାଧିନ ପ୍ରାର୍ଥୀଙ୍କୁ ଏକାଠି କରି ରାତାରାତି ସରକାର ଗଠନ କରିବା ସହ ମନୋହର ପାରିକରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦେଲା।
ସେମିତି ୨୦୧୭ରେ ମଣିପୁର ବିଧାନସଭା ନିର୍ବାଚନରେ ମୋଟ ୬୦ ଆସନରୁ କଂଗ୍ରେସକୁ ୨୮ ଆସନ ମିଳିିଥିବା ବେଳେ ଭାଜପା ହାତେଇଥିଲା ୨୧। ହେଲେ ରାତାରାତି ଅନ୍ୟ ଦଳଙ୍କ ସହ ମେଣ୍ଟ କରି ଭାଜପା ପ୍ରଥମଥର ଲାଗି ମଣିପୁରରେ ସରକାର ଗଠନ କଲା।
୨୦୧୬ ମଧ୍ୟ ରାତ୍ରରେ ଉରି ସର୍ଜିକାଲ ଷ୍ଟ୍ରାଇକର ପ୍ରତିଶୋଧ ନେଇଥିଲା ଭାରତ। ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଥିବା ବେଳେ ମୋଦି ସରକାର ରାତାରାତି ଏହାକୁ ସଫଳ କରିଥିଲା।
୨୦୧୯ ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟରେ ରାତାରାତି ଏୟାର ଷ୍ଟ୍ରାଇକ୍‌ କରି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲେ ମୋଦି ସରକାର।
ଜୁଲାଇ ୧,୨୦୧୭ରେ ଜିଏସ୍‌ଟି ପାସ୍‌ କରାଇବା ପାଇଁ ରାଜ୍ୟସଭାର ପ୍ରଶ୍ନକାଳ ବିଳମ୍ବିତ ରାତି ପ୍ରର୍ଯ୍ୟନ୍ତ ଜାରି ରଖିଥିଲେ ମୋଦି ସରକାର।
୨୦୧୬ ନଭେମ୍ବର ୮ ରାତିରେ ମଧ୍ୟ ବିମୁଦ୍ରୀକରଣ ଘୋଷଣା କରି ଦେଶବାସୀଙ୍କୁ ଚମକାଇ ଦେଇଥିଲେ ମୋଦି ସରକାର।
ଏବେ ମହାରାଷ୍ଟ୍ର ରାଜନୀତିରେ ରାତାରାତି ଆସିଥିବା ପରିବର୍ତ୍ତନକୁ ଦେଖିବା ପରେ ମୋଦିଙ୍କ ମିଡ୍‌ ନାଇଟ୍‌ ଅପରେଶନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?