ରାଜ୍ୟଗୁଡିକର ଜିଏସ୍‌ଟି ସଂଗ୍ରହ ୫.୧୮ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୭: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ପରିମାଣ ୫.୧୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ୨୦୧୭-୧୮ରେ ୯ ମାସରେ ୨.୯୧ ଲକ୍ଷ କୋଟି ଟଙ୍କା ରହିଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର କହିଛନ୍ତି। ଏହା ବାଦ କେନ୍ଦ୍ର ଜିଏସ୍‌ଟି କ୍ଷତିପୂରଣ ବାବଦକୁ ୨୦୧୮-୧୯ରେ ରାଜ୍ୟଗୁଡିକୁ ୮୧,୧୭୭ କୋଟି ଟଙ୍କା ପ୍ରଦାନ କରିଛି। ଏହା ୨୦୧୭-୧୮ ଆର୍ଥତ୍କ ବର୍ଷର ଜୁଲାଇ-ମାର୍ଚ୍ଚ ସମୟ ମଧ୍ୟରେ ୪୮,୧୭୮ କୋଟି ଟଙ୍କା ରହିଥିଲା। ଟିକସ ଅନୁପାଳନକୁ ଉନ୍ନତ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଲୋକସଭାକୁ ଏକ ଲିଖିତ ଉତ୍ତରରେ ନିର୍ମଳା ଏହା କହିଛନ୍ତି। ଜିଏସ୍‌ଟି ସଂଗ୍ରହରେ ରାଜ୍ୟଗୁଡିକ ଧିରେ ଧିରେ ଉନ୍ନତି କରୁଛନ୍ତି। କେନ୍ଦ୍ର ସରକାର କ୍ଷତିପୂରଣ ସହ ଟିକସ ସଂଗ୍ରହରେ ୧୪% ଅଭିବୃଦ୍ଧି ନେଇ ପ୍ରତିଶ୍ରୁତି ଦେଇଥିବା ସେ ପ୍ରକାଶ କରିଛନ୍ତି।
ବିଜନେସ ଧାରାରେ ବିସ୍ତୃତ ଅଟୋମେଶନ, ଇ-ଓ୍ବେ ବିଲ୍‌ ବ୍ୟବସ୍ଥା, ଦୃଢ ଅନୁପାଳନ ଯାଞ୍ଚ ବ୍ୟବସ୍ଥା, ପ୍ରସ୍ତାବିକ ଇଲେକଟ୍ରୋନିକ୍ସ ଇନଭଏସ ସିଷ୍ଟମ ଭଳି ବ୍ୟବସ୍ଥା ଟିକସ ସଂଗ୍ରହ ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ନିର୍ମଳା କହିଛନ୍ତି। ୨୦୧୭ ଜୁଲାଇ ପହିଲାରୁ ଜିଏସ୍‌ଟି ଲାଗୁ କରାଯାଇଥିବା ବେଳେ ଏହା ମଧ୍ୟରେ ରାଜ୍ୟ ସ୍ତରର ୧୭ ଟିକସ ବିଲୀନ ହୋଇଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ହାରାହାରି ମାସିକ ଜିଏସ୍‌ଟି ସଂଗ୍ରହ ୯୮,୧୧୪ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ୨୦୧୭-୧୮ରେ ୮୯,୮୮୫ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri