Posted inଖେଳ

ରାଓ୍ବଲପିଣ୍ଡି ଟେଷ୍ଟ: ଡ୍ର’ ମ୍ୟାଚ୍‌ରେ ଆବିଦ୍‌ଙ୍କ ବିରଳ କୀର୍ତ୍ତିମାନ

ରାଓ୍ବଲପିଣ୍ଡି, ୧୫।୧୨ (ଏଏଫ୍‌ପି)- ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ଏହାର ଘରୋଇ ମାଟିରେ ଖେଳିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଡ୍ର’ରେ ଶେଷ କରିଛି। ଶ୍ରୀଲଙ୍କା ବିପକ୍ଷ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ ରବିବାର ଅନ୍ତିମ ତଥା ୫ମ ଦିବସରେ ବିନା ଫଳାଫଳରେ ସମାପ୍ତ ହୋଇଛି। ମ୍ୟାଚ୍‌ ଡ୍ର’ ରହିଥିଲେ ମଧ୍ୟ ଘରୋଇ ପାକିସ୍ତାନ ଓପନର୍‌ ଆବିଦ୍‌ ଅଲି ଏକ ବିରଳ କୀର୍ତ୍ତିମାନ ହାସଲ କରିଛନ୍ତି। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆବିଦ୍‌ ଉଭୟ ଦିନିକିଆ ଓ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ କରାଚିରେ ୧୯ରୁ ଆରମ୍ଭ ହେବ।
ବର୍ଷୀୟ ଆବିଦ୍‌ ୯୫ ରନ କରିଥିବାବେଳେ ବିଶ୍ୱ ଫର୍ନାଣ୍ଡୋଙ୍କ ବଲ୍‌ରୁ ଚୌକା ଓ ଡବଲ୍‌ ନେଇ ୧୧ତମ ପାକିସ୍ତାନ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ। ୧୦୯ ରନର ଅପରାଜିତ ଇନିଂସ ମଧ୍ୟରେ ସେ ୧୧ ଚୌକା ମାରିଥିଲେ। ପୂର୍ବରୁ ଆବିଦ ଗତ ମାର୍ଚ୍ଚରେ ଦୁବାଇଠାରେ ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ ଦିନିକିଆ ମ୍ୟାଚରେ ମଧ୍ୟ ଶତକ ଅର୍ଜନ କରିଥିଲେ। ବିଶ୍ୱର ୧୫ତମ ବ୍ୟାଟ୍ସମ୍ୟାନ ଭାବେ ସେ ଦିନିକିଆ ପଦାର୍ପଣରେ ଶତକ ମାରିଥିଲେ ମଧ୍ୟ ତାଙ୍କୁ ଛାଡ଼ି ଅନ୍ୟମାନେ କିନ୍ତୁ କେହି ଟେଷ୍ଟ ପଦାର୍ପଣରେ ଏହି ସଫଳତାକୁ ଦୋହରାଇ ପାରି ନ ଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ବାବର ଆଜମ ୧୦୨ ରନର ଅପରାଜିତ ଇନିଂସ ଖେଳିଥିଲେ। ପାକିସ୍ତାନ ପ୍ରଥମ ଇନିଂସରେ ୨ ଉଇକେଟ ହରାଇ ୨୫୨ ରନ କରିଥିବାବେଳେ ମ୍ୟାଚ୍‌କୁ ଡ୍ର’ ରଖାଯାଇଥିଲା।
ଶ୍ରୀଲଙ୍କା ପ୍ରଥମ ଇନିଂସରେ ୬ ଉଇକେଟ୍‌ ହରାଇ ୩୦୮ ରନ କରି ଇନିଂସ ଘୋଷଣା କରିଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ର ପ୍ରଥମ ୪ ଦିନରେ ମାତ୍ର ୯୧.୫ ଓଭର ଖେଳ ସମ୍ଭବପର ହୋଇପାରି ଥିଲା। ତୃତୀୟ ଦିବସ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ୍‌ ହରାଇ ୨୮୨ ରନ କରିଥିଲା। ବର୍ଷା ଯୋଗୁ ଶନିବାର ଗୋଟିଏ ବି ବଲ୍‌ ପଡ଼ିବା ସମ୍ଭବପର ହୋଇପାରି ନ ଥିଲା। ରବିବାର ଧନଞ୍ଜୟ ଡି ସିଲ୍‌ଭା (୧୦୨*)ଙ୍କ ଶତକ ହାସଲ ପରେ ଶ୍ରୀଲଙ୍କା ୩୦୮/୬ରେ ଏହାର ଇନିଂସ ଘୋଷଣା କରିଥିଲା। ସ୍ମରଣଯୋଗ୍ୟ, ୨୦୦୯ରେ ଏକ ଟେଷ୍ଟ ମ୍ୟାଚ୍‌ ସମୟରେ ଲାହୋରରେ ଶ୍ରୀଲଙ୍କା ଖେଳାଳିଙ୍କ ବସ ଉପରକୁ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କୌଣସି ଦେଶ ଖେଳିଯିବାକୁ ରାଜି ହେଉ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri