ରପ୍ତାନି କଟକଣା ସତ୍ତ୍ୱେ ଶୀଘ୍ର ଖସିବନି ପିଆଜ ଦର

ନୂଆଦିଲ୍ଲୀ,୩୦-୯ : ପିଆଜ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ରବିବାର ରପ୍ତାନି ଉପରେ ନିଷେଦ୍ଧାଦେଶ ଜାରି କରିଥିଲେ ମଧ୍ୟ ପିଆଜ ଦର ଏତେ ଶୀଘ୍ର ଖସିବନି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଆଗାମୀ କିଛି ଦିନ ଲାଗି ପିଆଜ ଦର ଉଚ୍ଚରେ ରହିବ। ଯୋଗାଣ ପ୍ରଭାବିତ ହୋଇଥିବାରୁ ଏଭଳି ସ୍ଥିତି ଆଉ କିଛି ଦିନ ଲାଗି ରହିବ। ମହାରାଷ୍ଟ୍ର ଏବଂ କର୍ନାଟକ ଭଳି ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ବନ୍ୟା ଯୋଗୁ ଉତ୍ପାଦନ ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହା ଯୋଗୁ ଦରରେ ଏଭଳ ସ୍ଥିତି ଲାଗି ରହିବ ଜଣାପଡ଼ିଛି। ଗତ କିଛି ସପ୍ତାହ ହେଲା ଦେଶର ପ୍ରମୁଖ ସହରଗୁଡିକରେ ପିଆଜ ଦର ମାତ୍ରାଧିକ ବୃଦ୍ଧି ଘଟିଛି। ଏହାକୁ ଧ୍ୟାନରେ ରଖି ସରକାର ପିଆଜ ଦର ନିୟନ୍ତ୍ରଣରେ ରଖିବା ଲାଗି ପଦକ୍ଷେପ ନେଇଛନ୍ତି। ସେହିଭଳି ଚଳିତ ବର୍ଷ କିଛି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ଦରଦାମ ଉପରେ ସରକାର ନିୟନ୍ତ୍ରଣ ରଖିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ପିଆଜ ଦର ବଢିବାରୁ ଜୁନରେ ସରକାର ରପ୍ତାନି ପ୍ରୋତ୍ସାହନକୁ ବାଦ ଦେଇଥିଲେ।
ରପ୍ତାନି ଉପରେ ନିଷେଧ ଲଗାଇବା ଲାଗି ଖାଉଟି ବ୍ୟାପାର ସଚିବ ଅବିନାଷ କେ. ଶ୍ରୀବାସ୍ତବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେପ୍ଟେମ୍ବର ୧୩ରେ ପିଆଜ କ୍ୱିଣ୍ଟାଲ ପିଛା ରପ୍ତାନି ଉପରେ ସରକାର ବର୍ଦ୍ଧିତ ନ୍ୟୁନତମ ରପ୍ତାନି ମୂଲ୍ୟ (ଏମ୍‌ଇପି) ଲାଗୁ କରିଥିଲେ। ଏହା ପରେ ରପ୍ତାନିରେ କିଛିଟା ହ୍ରାସ ଘଟିଛି। ମାତ୍ର ଲାଗୁ ହୋଇଥିବା ମୂଲ୍ୟଠାରୁ ଶ୍ରୀଲଙ୍କା ଏବଂ ବାଲାଂଦେଶରେ ମୂଲ୍ୟ ଅଧିକ ରହିଥିବାରୁ ସେହିସ୍ଥାନଗୁଡିକୁ ପିଆଜ ଏବେ ମଧ୍ୟ ରପ୍ତାନି ହେଉଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ଭିତ୍ତିରେ ରପ୍ତାନି ଉପରେ ରୋକ ଏବଂ ଆଇନରେ ପରିବର୍ତ୍ତନ କରାଯାଇଛି। ଉକ୍ତ ପଦକ୍ଷେପ ଦ୍ୱାରା ଦେଶ ମଧ୍ୟରେ ପିଆଜ ଯୋଗାଣ ବଢିବା ସହ ଦର ମଧ୍ୟ ହ୍ରାସ ହେବା ନେଇ ଆଶା କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏହାବାଦ ଯେଉଁ ବ୍ୟବସାୟୀମାନେ ପିଆଜ ମହଜୁଦ କରି ଦର ବୃଦ୍ଧିକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ଉପରେ ଚଢାଉ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କୁ କୁହାଯାଇଛି। ସାରା ଦେଶରେ ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ତୁରନ୍ତ ଭିତ୍ତିରେ ମହଜୁଦ ଥିବା ଷ୍ଟକ ମଧ୍ୟରୁ ୫୦ ହଜାର ଟନ୍‌ ପ୍ରଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ହରିୟାଣା, ଆନ୍ଧ୍ରପ୍ରଦେଶ ଭଳି ଅନ୍ୟ ସ୍ଥାନଗୁଡିକରେ ଏହି ଷ୍ଟକ ଉପଲବ୍ଧ ହେବ। ଏହାକୁ ନିୟନ୍ତ୍ରିତ ଦରରେ ବିକ୍ରି କରାଯିବାକୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ମଦର ଡେରୀ, ନାଫେଡ ଏବଂ ଏନ୍‌ସିସିଏଫ୍‌ ପକ୍ଷରୁ ବଫର ଷ୍ଟକ ମଧ୍ୟରୁ ଲୋକଙ୍କୁ ୨୩.୯୦ ଟଙ୍କାରେ ପିଆଜ ଯୋଗାଣ ହେଉଛି।
ଦେଶ ମଧ୍ୟରେ ପିଆଜ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଏକ ଟିମ୍‌ ମହାରାଷ୍ଟ୍ର ପଠାଯାଇଥିବା କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କହିଛନ୍ତି। ଏହି ଟିମ୍‌ରେ ୨ ଯୁଗ୍ମ ସଚିବ ସ୍ତରର ଅଧିକାରୀ ରହିଛନ୍ତି। ଏମାନେ ମହାରାଷ୍ଟ୍ରରେ କୃଷକ, ପରିବହନକରୀ ଏବଂ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ। ପିଆଜର ଉପଲବ୍ଧତା ବୃଦ୍ଧି ସହ ବଜାରକୁ ଅଧିକ ପିଆଜ ଯୋଗାଣ ନେଇ ସେମାନଙ୍କୁ ପରାମର୍ଶ ଦେବେ ବୋଲି ପାଶ୍ୱାନ କହିଛନ୍ତି। ସୂଚନା ଯୋଗ୍ୟ, କେନ୍ଦ୍ର ସରକାର ଗତ ସପ୍ତାହରେ ମହଜୁଦକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri