Posted inଖେଳ

ରଣ୍‌ଜୀ ଟ୍ରଫି: ଧାଓ୍ବନଙ୍କ ଶତକ

ନୂଆଦିଲ୍ଲୀ, ୨୫।୧୨: ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ୩ୟ ପର୍ଯ୍ୟାୟ ବୁଧବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଆହତଜନିତ ସମସ୍ୟା ପରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ଦିଲ୍ଲୀର ଭେଟେରାନ ଓପନର୍‌ ଶିଖର ଧାଓ୍ବନଙ୍କ ଶତକ, କେରଳ ଓ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ପ୍ରଥମ ଦିନରେ ୨୦ ଉଇକେଟ୍‌ ପତନ ପ୍ରଥମ ଦିନର ଉଲ୍ଲେଖନୀୟ ଘଟଣା ରହିଥିଲା।
ଶାହ କୋଟଲା ଗ୍ରାଉଣ୍ଡରେ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୬୬ ଓଭରରେ ୬ ଉଇକେଟ୍‌ ହରାଇ ୨୬୯ ରନ ସଂଗ୍ରହ କରିଛି। ଅଧିନାୟକ ଧାଓ୍ବନ ୧୩୭ ରନର ଅପରାଜିତ ଶତକୀୟ ଇନିଂସ ଖେଳି ଅପରାଜିତ ରହିଛନ୍ତି। ହାଇଦ୍ରାବାଦ ପକ୍ଷରୁ ମେହଦୀ ହାସନ ୩ଟି ଓ ମହମ୍ମଦ ସିରାଜ ୨ଟି ଉଇକେଟ୍‌ ନେଇଛନ୍ତି।
କେରଳ-୭୦, ଗୁଜରାଟ-୧୨୭
ସୁରଟର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ କେରଳ ଓ ଭ୍ରମଣକାରୀ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ର ପ୍ରଥମ ଦିନରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଗୁଜରାଟ ୧୨୭ ରନରେ ସୀମିତ ରହିଥିଲା। ଅଧିନାୟକ ପାର୍ଥିବ ପଟେଲ, ୧୧, ପିୟୂଷ ଚାଓ୍ବଲା ୩୨, କଥନ ପଟେଲ ୩୬ ରନ କରିଥିଲେ। ଘରୋଇ ଦଳ ପକ୍ଷରୁ ଜଲଜ ସକ୍ସେନା ୫ ଉଇକେଟ୍‌ ସଫଳତା ପାଇଥିଲେ। ଜବାବରେ କେରଳ ମଧ୍ୟ ଅନୁରୂପ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭୦ରେ ସୀମିତ ରହିଥିଲା। ଭେଟେରାନ ରବିନ ଉଥପ୍ପା ୨୬ ରନ କରିଥିବାବେଳେ ୬ଜଣ ଖାତା ଖୋଲିପାରି ନ ଥିଲେ।
ପୃଥ୍ବୀ, ରାହାନେ ବିଫଳ:
ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଏଲିଟ୍‌ ଗ୍ରୁପ୍‌-ଏ’ର ଏକ ମୁକାବିଲାରେ ଘରୋଇ ମୁମ୍ବାଇ ବିପକ୍ଷରେ ରେଲ୍‌ଓ୍ବ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି। ପୃଥ୍ବୀ ଶ’ (୧୨ ରନ) ଓ ଅଜିଙ୍କ୍ୟ ରାହାନେ (୫ ରନ)ଙ୍କ ବ୍ୟାଟିଂ ବିଫଳ ଯୋଗୁ ମୁମ୍ବାଇ ପ୍ରଥମ ଇନିଂସରେ ମାତ୍ର ୧୧୪ ରନରେ ଅଲ୍‌ଆଉଟ୍‌ ହୋଇଛି। ରେଲ୍‌ଓ୍ବେ ପକ୍ଷରୁ ଟି. ପ୍ରଦୀପ ୬ ଉଇକେଟ୍‌ ନେଇଛନ୍ତି। ଜବାବରେ ରେଲ୍‌ଓ୍ବେ ଅରିନ୍ଦମ ଘୋଷ (୫୨*) ଙ୍କ ଅର୍ଦ୍ଧଶତକ ବଳରେ ୫ ଉଇକେଟ୍‌ ହରାଇ ୧୧୬ ରନ ସଂଗ୍ରହ କରିବା ସହ ଇନିଂସ ଅଗ୍ରଣୀ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

କର୍ନାଟକ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ଆଜି

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୫: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦାରାମାୟାଙ୍କ ଇସ୍ତଫା ପରେ ନୂଆ ନେତା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସିଦ୍ଦରାମାୟାଙ୍କ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ସଂରକ୍ଷିତ ରାୟ ୩ ମାସରେ ଘୋଷଣା କର

ନୂଆଦିଲ୍ଲୀ,୩୦ା୫: ରାୟ ପ୍ରଦାନରେ ଅତ୍ୟଧିକ ବିଳମ୍ବ ପକ୍ଷମାନଙ୍କର ଅପୂରଣୀୟ କ୍ଷତି ଘଟାଉଥିବା ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ରାୟ ସଂରକ୍ଷଣ ରଖିବାର ୩ ମାସ ମଧ୍ୟରେ ଘୋଷଣା କରିବାକୁ…

ଚୁଟି ନାହିଁ ତ ହାଜିରା ନାହିଁ: ଫେସ୍‌ ସ୍କାନ୍‌ର ଅଜବ ସମାଧାନ ବାଟ ବାହାରକଲେ ଶ୍ରମିକ

ନୂଆଦିଲ୍ଲୀ,୩୦ା୫:ଲଣ୍ଡାହେବା ଯୋଗୁ ତେଲଙ୍ଗାନାର ଜଣେ ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କୁ ହାଜିରା ଆପ୍‌ ଚିହ୍ନିପାରି ନ ଥିଲା। ଶେଷରେ ସେ ଏହାର ଏକ ଅଜବ ସମାଧାନ ବାଟ ବାହାର କରିଥିଲେ।…

ଡ୍ରୋନ୍‌ ଯୋଗେ ପାକ୍‌ ଏଜେଣ୍ଟଙ୍କ ପାଖକୁ ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦ା୫: ପାକିସ୍ତାନ ସହ ସମ୍ପୃକ୍ତ ଥିବା ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ୪ ରାଜ୍ୟର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଭାରତର…

ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ଟ୍ରେନ୍‌ରେ ଅସ୍ଥାୟୀ ଭାବେ କୋଚ୍‌ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୩୦।୫ (ବନ୍ଦନା ସେଠୀ): ଯାତ୍ରୀମାନଙ୍କୁ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ବଢୁଥିବା ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ…

ପ୍ରଧାନମନ୍ତ୍ରୀ ଏନ୍‌ଇଇଟି ପୁନଃ ପରୀକ୍ଷା ତଦାରଖ କରୁଛନ୍ତି

ନୂଆଦିଲ୍ଲୀ,୩୦ା୫: ଡାକ୍ତରୀ ଶିକ୍ଷା ଲାଗି ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିରେ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସୁପ୍ରିମକୋର୍ଟ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି। ବାସ୍ତବ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ନ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri