ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩ ଲକ୍ଷ ଟଙ୍କା ପାଇଁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବିହାରରେ। ଘଟଣାର ପର୍ଦ୍ଦାଫାଶ ହେବା ପରେ ନବବଧୂ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ବିହାରର ବାଙ୍କି ଜିଲାର ବୌସି ଅଞ୍ଚଳରେ ବିନୟ ରଜକ ନାମକ ଜଣେ ବ୍ୟକ୍ତି ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରି କରନ୍ତି। ସ୍ଥାନୀୟ ଅଞ୍ଚଳର ଶୋଭା ଦେବୀ ନାମକ ଜଣେ ମହିଳା ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ଝିଅ ଋତୁ କୁମାରୀଙ୍କ ସହ ବ୍ୟାଙ୍କ ଯାଇଥିଲେ। ସ୍ବାମୀଙ୍କ ନାଁରେ ଥିବା ୧୩ ଲକ୍ଷ ଟଙ୍କା ଋତୁଙ୍କ ନାମରେ କରାଇଦେବାକୁ ଶୋଭା ଦେବୀ ବିନୟଙ୍କୁ କହିଥିଲେ। ଋତୁଙ୍କ ନାମରେ ଏତେ ଲକ୍ଷ ଟଙ୍କା ଥିବା ଜାଣି ବିନୟ ତାଙ୍କୁ ଠକିବା ଯୋଜନା ସ୍ତ୍ରୀ ଗୁଡିଆଙ୍କ ସହ ମିଶି କରିଥିଲେ। ପ୍ରଥମେ ନିଜକୁ ଜଣେ ଅନାଥ ପୁଅର ପରିଚୟ ଦେଇ ଋତୁଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବିନୟ। ଏବଂ ସ୍ତ୍ରୀ ଗୁଡିଆ ତାଙ୍କ ଘରକୁ ବିବାହ ପ୍ରସ୍ତାବ ବିଧିବଦ୍ଧ ଭାବେ ନେଇଯାଇଥିଲେ। ଏଥିରେ ରାଜି ହୋଇଯାଇଥିଲେ ଋତୁଙ୍କ ମା’। ପରେ ଗୁଡିଆ ବିନୟଙ୍କ ଭାଉଜ ହୋଇ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବିବହା ପରେ ଋତୁ ଏକଥା ଜାଣିବା ପରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri