ଯୁବାବସ୍ଥାରେ ହାଇପର୍‌ଟେନ୍‌ସନ

ବର୍ତ୍ତମାନ ଯୁବାବସ୍ଥାରେ ଅନେକଙ୍କଠାରେ ହାଇପର୍‌ଟେନ୍‌ସନ୍‌ ବା ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳୁଛି। ଏଥିପାଇଁ ଆଜିର ଯୁବପିଢ଼ିଙ୍କ ଅସନ୍ତୁଳିତ ଖାଦ୍ୟାଭ୍ୟାସ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ମୁଖ୍ୟତଃ ଦାୟୀ। ତେବେ ଏହା ଯେପରି ଭବିଷ୍ୟତରେ ଅନ୍ୟ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ୟା ନ ଉପୁଯାଏ, ସେଥିପାଇଁ ଯଥା ସମୟରେ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ…

ଯୁବାବସ୍ଥାରେ ହାଇପର୍‌ଟେନ୍‌ସନ ବା ଉଚ୍ଚ ରକ୍ତଚାପର ସବୁଠୁ ବଡ଼ କାରଣ ହେଉଛି ମେଦବହୁଳତା। ତେଣୁ ଶରୀରର ଓଜନ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। ଓଜନ ବଢ଼ିବା ଆରମ୍ଭ ହେଲେ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏହାକୁ କମାଇବା ଲାଗି ଯୋଗ, ବ୍ୟାୟାମ ଆଦି କରନ୍ତୁ।
ତେଲ ମସଲା ବା ଚର୍ବିଜାତୀୟ ଖାଦ୍ୟ ଏବଂ ଲୁଣ କମ୍‌ ଖାଆନ୍ତୁ। ଯଦି ଜଙ୍କ୍‌ଫୁଡ୍‌, ଫାଷ୍ଟଫୁଡ୍‌, ପ୍ୟାକେଟ୍‌ କିମ୍ବା ଫ୍ରୋଜେନ୍‌ ଫୁଡ୍‌ ଖାଉଛନ୍ତି, ତେବେ ଯଥାଶୀଘ୍ର ଖାଦ୍ୟାଭ୍ୟାସ ବଦଳାନ୍ତୁ। ଅଧିକରୁ ଅଧିକ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ। ପ୍ରଚୁର ପରିମାଣରେ ପାଣି ପିଇଲେ ଏପରି ସମସ୍ୟା ଦୂର ହେବ।
ମୋବାଇଲ୍‌ ଏବଂ ଲାପ୍‌ଟପ୍‌ ଆଦିର ବହୁଳ ବ୍ୟବହାର ଯୋଗୁ ଅନେକଙ୍କ ଠାରେ ଶାରୀରିକ ପରିଶ୍ରମ କମୁଥିବା ଦେଖିବାକୁ ମିଳୁଛି। ସେମାନେ ଗୋଟିଏ ସ୍ଥାନରେ ଘଣ୍ଟାଘଣ୍ଟା ଧରି ବସିରହିବା ଦ୍ୱାରା ଶରୀରରେ ଧୀରେଧୀରେ ଚର୍ବିଅଂଶ ଜମା ହେଉଛି। ଫଳରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବା ସହ ଉଚ୍ଚ ରକ୍ତଚାପ ଦେଖାଦେଉଛି। ତେଣୁ ପ୍ରତିଦିନ କିଛି ସମୟ ବ୍ୟାୟାମ, ଯୋଗ ଆଦି ଅଭ୍ୟାସ କରନ୍ତୁ। ଆପଣ ଚାହିଁଲେ ଜିମ୍‌ ଯାଇ ଏକ୍ସରସାଇଜ୍‌ କରିପାରିବେ।
ଅନେକ ଯୁବତୀଯୁବକ ଧୂମପାନ ଏବଂ ଆଲ୍‌କହଲ୍‌ ଭଳି ମାଦକ ଦ୍ରବ୍ୟ ସେବନକୁ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ଭାବେ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ହେଲେ ଅପରପକ୍ଷେ ଏହା ସେବନ କରୁଥିବାର ଦେଖିବାକୁ ମିଳୁଛି। ଏଣୁ ଏହା ମଧ୍ୟ ଉଚ୍ଚ ରକ୍ତଚାପ ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ।
ଜବ୍‌ ଏବଂ ଅନ୍ୟାନ୍ୟ ମାନସିକ ଚାପ ବି ଅନେକଙ୍କଠାରେ ଏହି ସମସ୍ୟା ସୃଷ୍ଟି କରିବା ଲାଗି ଦାୟୀ। ତେଣୁ କୌଣସି ପ୍ରକାରର ଚିନ୍ତା ବା ମାନସିକ ଚାପ ଥିଲେ ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ। ସର୍ବଦା ମନ ଖୁସି ଏବଂ ଅବସାଦ ମୁକ୍ତ ରୁହନ୍ତୁ।

 


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?