Posted inଜାତୀୟ

ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା ସେନା

ନୂଆଦିଲ୍ଲୀ,୨୦ା୮(ପି.ଟି.): ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭିତରେ ପଶି ପାରମ୍ପରିକ ଯୁଦ୍ଧ ପାଇଁ ଭାରତୀୟ ସେନା ପୂରା ଦମ୍‌ରେ ପ୍ରସ୍ତୁତ ଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ ଏ ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ବୋଲି ଉଚ୍ଚସ୍ତରୀୟ ସାମରିକ ସୂତ୍ରରୁ ଜଣାପଡିଛି। ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନକୁ ଦଣ୍ଡ ଦେବା ପାଇଁ ବିମାନ ଆକ୍ରମଣ ସମେତ ବିଭିନ୍ନ ବିକଳ୍ପ ସମ୍ପର୍କରେ ଚିନ୍ତା କରାଯାଇଥିଲା। ବାଲାକୋଟ ପରେ ପାକିସ୍ତାନ କୌଣସି ପ୍ରକାର ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିଲେ ତାହାର ଠିକଣା ଜବାବ ଦିଆଯାଇଥାନ୍ତା। ଅର୍ଥାତ୍‌ ପାକିସ୍ତାନରେ ପଶି ଯୁଦ୍ଧ କରିବାକୁ ସେନା ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା ବୋଲି ସୋମବାର ଅବସରପ୍ରାପ୍ତ ସେନାଧିକାରୀମାନଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକରେ ଜେନେରାଲ ରାଓ୍ବତ କହିଛନ୍ତି।
୨୦୧୬ ସେପ୍ଟେମ୍ବରରେ ଉରିରେ ଆତଙ୍କବାଦୀ ଆକ୍ରମଣ ପରେ ୧୧୦୦୦ କୋଟି ଟଙ୍କାର ଗୁଳିଗୋଳା କିଣିବା ପାଇଁ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ବାଲାକୋଟ ଏୟାରଷ୍ଟ୍ରାଇକ୍‌ ବେଳକୁ ୯୫ ପ୍ରତିଶତ ଗୁଳିଗୋଳା ସେନାକୁ ମିଳିସାରିଥିଲା। ଏହାବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୭୦୦୦ କୋଟି ଟଙ୍କାରେ ୩୩ଟି ଚୁକ୍ତିନାମା ଚୂଡାନ୍ତ ହୋଇଥିବାବେଳେ ପରେ ଆଉ ୯୦୦୦ କୋଟି ଟଙ୍କାର ରାଜିନାମା ହୋଇଥିଲା। ଫେବୃୟାରୀ ୧୪ ପୁଲ୍‌ଓ୍ବାମା ଆକ୍ରମଣ ପରେ ୨୬ରେ ବାୟୁସେନା ପାକିସ୍ତାନ ଭିତରେ ପଶି ବାଲାକୋଟରେ ଥିବା ଜୈଶ୍‌-ଇ-ମହମ୍ମଦର ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲା। ଏହା ପରଦିନ ପାକିସ୍ତାନୀ ବାୟୁସେନା ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ଘାଟିଗୁଡିକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରି ନ ଥିଲା। ବାୟୁସେନାର ଲଢ଼ୁଆ ବିମାନ ପାକ୍‌ ବିମାନକୁ ତଡିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri