ଯୁକ୍ତ ୨ ନାମଲେଖା : ପ୍ରକାଶ ପାଇଲା ଦ୍ୱିତୀୟ ମେଧା ତାଲିକା

ବ୍ରହ୍ମପୁର ଅଫିସ୍‌,୧୪ା୭-ଯୁକ୍ତ ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। କଟ୍‌ଅଫ୍‌ ଉଭୟ ବିଜ୍ଞାନ ଏବଂ ବାଣିଜ୍ୟ ବିଷୟରେ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ଜିଲାରେ ଟପ୍‌ରେ ରହିଛି । ଏଠାରେ ବିଜ୍ଞାନରେ କଟ୍‌ ଅଫ୍‌ ମାର୍କ ୮୭.୧୭ପ୍ରତିଶତ ଏବଂ ବାଣିଜ୍ୟରେ କଟ୍‌ ଅଫ୍‌ ମାର୍କ ୬୫.୧୭ପ୍ରତିଶତ ରହିଛି । ସେହିଭଳି କଳାରେ ଟପ୍‌ରେ ରହିଛି ବ୍ରହ୍ମପୁର ଶଶୀ ଭୂଷଣ ରଥ ମହିଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏଠାରେ କଳାରେ କଟ୍‌ ଅଫ୍‌ ମାର୍କ ରହିଛି ୫୮.୫୦ ପ୍ରତିଶତ ।
ତେବେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ଅଫ୍‌ ମାର୍କ ଭିତରେ ବିଶେଷ ଫରକ୍‌ ଦେଖିବାକୁ ମିଳିନି। ମାତ୍ର ତିନିରୁ ପାଞ୍ଚ ପ୍ରତିଶତ ଭିତରେ ହିଁ ଫରକ୍‌ ରହିଛି ।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ମଧ୍ୟ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିର ବିଜ୍ଞାନ ଏବଂ କଳା ବିଷୟରେ ଶଶୀ ଭୂଷଣ ରଥ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜିଲାରେ ସର୍ବାଧିକ କଟ୍‌ ଅଫ୍‌ ମାର୍କ ରଖିଥିଲା । ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣିଜ୍ୟରେ ସର୍ବାଧିକ କଟ୍‌ ଅଫ୍‌ ମାର୍କ ରଖିଥିଲେ ମଧ୍ୟ ମାତ୍ର ଜଣେ ଆବେଦନ କରିଥିଲେ ା ସେ ପରବର୍ତ୍ତୀ ସମୟରେ ନାମଲେଖାଇ ନ ଥିବା ଯୋଗୁ ସିଟ୍‌ ଖାଲି ପଡ଼ିଛି । କେହି ଜଣେ ମଧ୍ୟ ନାମଲେଖାଇ ନାହାନ୍ତି । ତେବେ କେତେକ କଲେଜରେ କେହି ଆବେଦନକାରୀ ନ ଥିବା ଯୋଗୁ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇନାହିଁ । ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଏବଂ ବାଣିଜ୍ୟରେ କେହି ଆବେଦନକାରୀ ନ ଥିବା ଯୋଗୁ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇନାହିଁ। ବ୍ରହ୍ମପୁର ମହାମାୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଣିଜ୍ୟ ବିଭାଗରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରୀଛାତ୍ରମାନେ ୧୫ରୁ ୧୭ତାରିଖ ମଧ୍ୟରେ ନାମ ଲେଖାଇବେ ।
ବର୍ଷ ଗଞ୍ଜାମ ଜିଲାର ୧୩୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୪୨ହଜାର ୬୯୦ ସିଟ୍‌ ପାଇଁ ନାମ ଲେଖା ହେଉଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୬ହଜାର ୯୭୭ଜଣ ନାମ ଲେଖାଇଥିବା ବେଳେ ଆହୁରି ୧୫ହଜାର ୭୧୩ ସିଟ୍‌ ଖାଲି ପଡ଼ିଛି । କଳାରେ ୧୯ହଜାର ୭୭୭ ସିଟ୍‌ ଥିବା ବେଳେ ୧୬ହଜାର ୩୪୧ଜଣ ନାମ ଲେଖାଇଛନ୍ତି ।
୩ ହଜାର ୪୩୬ ସିଟ୍‌ ଖାଲି ପଡ଼ିଛି। ବିଜ୍ଞାନରେ ୧୬ହଜାର ୯୨୯ ସିଟ୍‌ ଥିବା ବେଳେ ୮,୨୧୭ଟି ସିଟ୍‌ ପୂରଣ ହୋଇଛି । ୮,୭୧୨ ସିଟ୍‌ ଖାଲି ପଡ଼ିଛି । ବାଣିଜ୍ୟରେ ୫, ୧୮୪ସିଟ୍‌ ରହିଛି । ସେଥିରୁ ୨ହଜାର ୯୨ ସିଟ୍‌ ପୂରଣ ହୋଇଥିବା ବେଳେ ୩୦୯୨ ସିଟ୍‌ ଖାଲି ପଡ଼ିଛି । ସଂସ୍କୃତରେ ୩୨୦ ସିଟ୍‌ ଥିବା ବେଳେ ୧୬୭ ପୂରଣ ହୋଇଛି। ୧୫୩ ସିଟ୍‌ ଖାଲିପଡ଼ିଛି। ଧନ୍ଦାମୂଳକ ଶିକ୍ଷାରେ ୪୮୦ ସିଟ୍‌ ରହିଛି ।
ସେଥିରୁ ୧୬୦ ପୂରଣ ହୋଇଥିବା ବେଳେ ୩୨୦ ସିଟ୍‌ ଖାଲିପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ…

ସିଂହାସନୀ ପୀଠକୁ ଯାଉଥିବାବେଳେ ବାଟରେ ଘଟିଲା ଅଘଟଣ: ବସ୍‌-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ପୁରୁଷୋତ୍ତମପୁର,୨୨।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି -ଶିକୁଳା ରାସ୍ତାର ଲଡକାପଲ୍ଲୀଠାରେ ଶୁକ୍ରବାର ଏକ ବସ୍‌ ଓ ଅଟୋ ମଧ୍ୟରେ ଧକ୍କା ହୋଇଛି ।…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

ପ୍ରଥମଥର ପାଇଁ ପଞ୍ଚାୟତ ସମିତିରେ ଯୋଗଦେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ, କହିଲେ ମିଳିମିଶି କାମ କଲେ…

ଗଞ୍ଜାମ,୨୨।୫(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ପଞ୍ଚାୟତ ସମିତି ନବମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ।…

‘କକ୍ରୋଚ ଜନତା ପାର୍ଟି’ର ‘X ଆକାଉଣ୍ଟ’ ବ୍ୟାନ ପରେ ରାଗିଲେ ମହୁଆ ମୋଇତ୍ରା, କହିଲେ…

କୋଲକାତା,୨୨।୫: ‘କକ୍ରୋଚ ଜନତା ପାର୍ଟି’ର X ଆକାଉଣ୍ଟ ଏକ ବ୍ୟଙ୍ଗାତ୍ମକ ପୃଷ୍ଠା ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଥିଲା, ଏବେ ଏହା ଭାରତରେ…

‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’କୁ ଅଲିମ୍ପିଆନ ଅମିତ ରୋହିଦାସଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୨୨ା୫: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ ଅମିତ ରୋହିଦାସ ‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’ ଅଧୀନରେ ନିଜ ଘରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ…

ଛିଡା ହୋଇଥିବା ଟ୍ରକ୍‌ ପଛରେ ପିଟିଲା ଟ୍ରାଭେଲର: ୧୦ରୁ ଅଧିକ ଯାତ୍ରୀ ଆହତ

କଳିଙ୍ଗନଗର ୨୨।୫(ଶୁଭାଶିଷ ରାଉତ ): ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯିବା ସମୟରେ ଅଘଟଣ। ଟ୍ରକ ପଛପଟୁ ପିଟିଲା ଟ୍ରାଭେଲର। ୧୦ରୁ ଅଧିକ ଯାତ୍ରୀ ଆହତ…

ୟୁଟ୍ୟୁବର ସବ୍ୟସାଚୀ ଅମିତାଭଙ୍କ ଗିରଫକୁ ନେଇ ଚର୍ଚ୍ଚା: ଜୋର୍‌ ଧରିଛି ରାଜନୀତି

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟ ସର୍କିଟ ହାଉସ୍‌ରେ କାର୍‌ ଧକ୍କାରେ ସେଠାକାର କର୍ମଚାରୀଙ୍କ ବାଇକ୍‌ ଭାଙ୍ଗିବା ଏବଂ ଜଗୁଆଳିଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ୟୁଟ୍ୟୁବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri