ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୩ :ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳପଥର ୧ ଲକ୍ଷ ଟିକେଟ ବାତିଲ କରାଯାଇଛି। ଗତ ବର୍ଷ ସମାନ ସମୟ ତୁଳନାରେ ବାତିଲ ହୋଇଥିବା ଟିକେଟ ସଂଖ୍ୟାଠାରୁ ଏହା ୬୭% ଅଧିକ ରହିଛି। ସାରା ଦେଶରେ ଟିକେଟ ବାତିଲ ହାର ପୂର୍ବବର୍ଷ ଅପେକ୍ଷା ଏବେ ୮୦% ଛୁଇଁଛି। ଯାତ୍ରୀ ହେଉ ନ ଥିବାରୁ ପୂର୍ବତଟ ରେଳପଥ ଦେଇ ପ୍ରାୟ ୫ ଯୋଡ଼ା ଟ୍ରେନ୍‌ ବାତିଲ କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି। ଏଭଳି ସ୍ଥିତି ଲାଗି ରହିଲେ ଅଧିକ ଟ୍ରେନ୍‌ ବାତିଲ ହେବା ନେଇ ଆଶଙ୍କା କରାଯାଉଛି। ଟିକେଟ ବୁକିଂକୁ ନିୟମିତ ଭିତ୍ତିରେ ତର୍ଜମା କରାଯାଉଛି। ଏହି ଆଧାରରେ ଟ୍ରେନ୍‌ଗୁଡିକୁ ବାତିଲ କରିବା ଉପରେ ନିଷ୍ପତ୍ତି ହେଉଥିବା ସୂଚନା ରହିଛି। ପୂର୍ବତଟ ରେଳପଥ ଅଧିନ ଭୁବନେଶ୍ୱର, ପୁରୀ, ସମ୍ବଲପୁର ଏବଂ ବିଶାଖାପାଟଣାରୁ ବାହାରୁଥିବା ଟ୍ରେନଗୁଡିକରେ ପରଦା ଏବଂ କମ୍ବଳକୁ ହଟାଯାଇଛି। ଯାତ୍ରୀଙ୍କୁ ନିଜର କମ୍ବଳ, ସାଲ୍‌ ଆଣିବା ଲାଗି କୁହାଯାଇଛି। ଏହି ସମୟରେ ପୂର୍ବତଟ ରେଳପଥ ସାମୟିକ ଲାଗି କିଛି ସ୍ବତନ୍ତ୍ର ଟ୍ରେନ୍‌କୁ ମଧ୍ୟ ବାତିଲ କରିଛି।
ଏପଟେ କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ଲାଗି ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଜୀବାଣୁ ନାଶ ପ୍ରକ୍ରିୟା ହାତକୁ ନିଆଯାଇଛି। ଜ୍ୱର କିମ୍ବା କଫ ଥିବା ଯାତ୍ରୀ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନଗୁଡିକରେ ଖୋଲାଯାଇଥିବା ସାହାଯ୍ୟ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ରହିଛି। ରେଲଓ୍ବେ ଷ୍ଟେଶନରେ ଯାଞ୍ଚ ବୁଥ୍‌ ବା ସ୍କ୍ରିନିଂ ବୁଥ୍‌ ଖୋଲିବାକୁ ରାଜ୍ୟଗୁଡିକୁ ପ୍ରସ୍ତାବ ଦିଆଯାଇଛି।
କୋଭିଡ ୧୯ ରୋଗୀ ଏବଂ ସନ୍ଦିଗ୍ଧମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା ଯୋଗାଣ ନେଇ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥର ୩ ମଣ୍ଡଳରେ ଆଇସୋଲେଶନ,କ୍ୱାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ନିକଟରେ ବିଦେଶ ଯାତ୍ରା କରିଥିବା ରେଳ କର୍ମଚାରୀଙ୍କୁ ପୃଥକ୍‌ ଭାବେ ରହିବାକୁ ନିର୍ଦ୍ଦେଶ ରହିଛି। ସରକାର ଧାର୍ଯ୍ୟ କରିଥିବା ନିୟମାବଳୀକୁ ମାନିବା ଏବଂ ସହଯୋଗ କରିବା ନେଇ ରେଳଯାତ୍ରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ନିବେଦନ କରିଛନ୍ତି। ରେଳପଥ ପକ୍ଷରୁ କେତେକ ସ୍ଥାନରେ ଟ୍ରେନ୍‌ଗୁଡିକ ମଧ୍ୟ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି କେନ୍ଦ୍ର ରେଳପଥ ପକ୍ଷରୁ ଶନିବାର ୨୩ ଟ୍ରେନ୍‌ ବାତିଲ କରାଯାଇଛି। ଏଥିରେ ମେଲ୍‌, ଏକ୍ସପ୍ରେସ ଟ୍ରେନଠାରୁ ଆରମ୍ଭକରି ରାଜଧାନୀ ଭଳି ଟ୍ରେନ୍‌ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri