ଯାତ୍ରୀ ବିଶ୍ରାମାଗାର ଭଙ୍ଗା ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୮।୯(ଡି.ଏନ.ଏ.) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ସାନହୁଲା କ୍ରସର ଛକଠାରେ ଥିବା ଯାତ୍ରୀ ବିଶ୍ରାମାଗାରକୁ ଭାଙ୍ଗି ଦେବା ପାଇଁ ଯୋଜନା କରାଯାଉଛି। ଏହାକୁ ସାନହୁଲା କ୍ରସରସାହି ବାସିନ୍ଦା ବିରୋଧ କରିବା ସହ ଆନ୍ଦୋଳନ କରିବେ ବୋଲି ନିଷ୍ପତି ନେଇଛନ୍ତି। ଏ ନେଇ ଏକ ଅଭିଯୋଗପତ୍ର ମାଧ୍ୟମରେ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ଏହାର ଏକ ନକଲ ଆଠମଲ୍ଲିକ ଉପଜିଲାପାଳ, ତହସିଲଦାର, ଠାକୁରଗଡ଼ ଆଇଆଇସିଙ୍କୁ ପ୍ରଦାନ କରାଯାଇଛି।
ଗ୍ରାମବାସୀ କହିଛନ୍ତି,୨୦ ବର୍ଷ ତଳେ ଜନସାଧାରଣଙ୍କ ପାଇଁ ସାନହୁଲା କ୍ରସର ଛକଠାରେ ସରକାରୀ ଜମିରେ ଏକଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଥିଲା। ଆଠମଲ୍ଲିକ, ଠାକୁରଗଡ଼, ପାଇକସାହି, ଟାପଢୋଲ, ଅନ୍ତୁଳିଆ, ବଇଣ୍ଡା, ଅନୁଗୋଳ, ସମ୍ବଲପୁର ଆଦି ବିଭିନ୍ନ ଜାଗାକୁ ଯିବା ପାଇଁ ଏହି ଯାତ୍ରୀ ବିଶ୍ରାମାଗାରରେ ଜନସାଧାରଣ, ବହୁ ଛାତ୍ରୀଛାତ୍ର ଅପେକ୍ଷା କରିଥାନ୍ତି। ତେବେ କେତେକ ବ୍ୟକ୍ତି ଏହି ବିଶ୍ରାମାଗାରକୁ ଭାଙ୍ଗିବା ପାଇଁ ଯୋଜନା ଚଳାଇଛନ୍ତି। କେତେକ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ରାତି ଅଧିଆ ଭାଙ୍ଗି ଦେବା ପାଇଁ ଉଦ୍ୟମ କରାଯାଉଛି।  ବିଶ୍ରାମାଗାର ଭାଙ୍ଗି ଦିଆଗଲେ ବହୁ ଗ୍ରାମବାସୀ ହଇରାଣ ହେବେ। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏହି ଯୋଜନା କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ପଦକ୍ଷେପ ନ ନେଲେ ଆଗାମୀ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ସନ୍ତୋଷ ନାୟକ, ଟୁନୀ ନାୟକ, ବନିତା ନାୟକ, କୁମଦିନି ନାୟକ, କୁଶଧ୍ୱଜ ନାୟକ, ଦିବାକର ସାହୁ, ପ୍ରତିମୟୀ ସାହୁ, ମିଲୁ ମାଝି, ସୁଶାନ୍ତ ଅଦାବର, ରମାକାନ୍ତ ମେହର ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି-ପୁଟିନଙ୍କ କାର କୂଟନୀତି: ଚାହିଁ ରହିଗଲା ସାରା ବିଶ୍ୱ

ବିଶ୍କେକ୍‌,୧ା୯: ବିଶ୍କେକ୍‌ରେ ଅନୁଷ୍ଠିତ SCO ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଦୁଇ ନେତା ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଉପରେ…

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri