ଯାତ୍ରୀ ନିରାପତ୍ତା କ୍ଷେତ୍ରରେ ରେଳପଥର ରେକର୍ଡ

ମୁମ୍ବାଇ,୨୭-୧୨: ଚଳିତବର୍ଷ ରେଳ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ଜୀବନ ହାନି ହୋଇନି। ରେଳପଥର ୧୬୬ ବର୍ଷ ଲମ୍ବା ଇତିହାସରେ ପ୍ରଥମଥର ଲାଗି ଏଭଳି ହୋଇଛି। ଚଳିତ ଆର୍ଥତ୍କ ବର୍ଷରେ ଆଦୌ ଜୀନନହାନି ହୋଇ ନ ଥିବା (ଜିରୋ ପାସେଞ୍ଜର ଡେଥ୍‌) ଭାରତୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରେଳପଥ ସୂଚନା ମୁତାବକ, ରେଳଗାଡି ମଧ୍ୟରେ ଧକ୍କା, ଟ୍ରେନରେ ନିଆଁ ଲାଗିବା, ରେଳ ଲାଇନଚ୍ୟୁତ ହେବା ଭଳି ବିଭିନ୍ନ ଦୁର୍ଘଟଣା ଗତ ୩୮ ବର୍ଷ ମଧ୍ୟରେ ୯୫%ରୁ ଉର୍ଦ୍ଧ୍ୱ ହ୍ରାସ ଘଟିଛି। ସୁରକ୍ଷା ଦୃଷ୍ଟିକୋଣରୁ ଏହା ରେଲଓ୍ବେ ଲାଗି ଏକ ବଡ ସଫଳତା। ୨୦୧୭-୧୮ରେ ୭୩ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି। ଗତ ଆର୍ଥତ୍କ ବର୍ଷରେ ପ୍ରତି ୧୦ ଲକ୍ଷ କିଲୋମିଟର ମଧ୍ୟରେ ହେଉଥିବା ଟ୍ରେନ ଦୁର୍ଘଟଣା ହ୍ରାସ ଘଟି ନ୍ୟୁନତମ ୦.୦୬%କୁ ହ୍ରାସ ଘଟିଛି। ୧୯୬୦-୬୧ରେ ମୋଟ ୨୧୩୧ ରେଳ ଦୁର୍ଘଟଣା ଘଟିଥିଲା। ୧୯୭୦-୭୧ରେ ଏହା ହ୍ରାସ ଘଟି ୮୪୦ ରହିଥିଲା। ୧୯୮୦-୮୧ରେ ଏହା ୧୦୧୩କୁ ବଢିଯାଇଥିଲା। ୧୯୯୦-୯୧ରେ ଏହା ୫୩୨କୁ ଖସିଥିବା ବେଳେ ୨୦୧୦-୧୧ରେ ୧୪୧ ରେଳ ଦୁର୍ଘଟଣା ସାମ୍ନାକୁ ଆସିଥିଲା।
୨୦୧୪ ପରେ ରେଳ ବୋର୍ଡ ତରଫରୁ ରେଳପଥର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭିନ୍ନ ଅପହଞ୍ଚ ଇଲାକାକୁ ଟ୍ରେନ ସେବା ପହଞ୍ଚାଇବାକୁ ଯୋଜନା ଆରମ୍ଭ ହୋଇଛି। ନିକଟରେ କେନ୍ଦ୍ର କ୍ୟାବିନେଟ ରେଳ ବୋର୍ଡ ପୁନର୍ଗଠନକୁ ମଞ୍ଜୁରୀ ପ୍ରଦାନ କରିଛି। ରେଳପଥରେ ଏବେ ରେଳ ସୁରକ୍ଷା ବଳ ଏବଂ ଚିକିତ୍ସା ସେବା ବିଭାଗ ଭଳି ୨ଟି ବିଭାଗ ରହିବ। ବୋର୍ଡର ନେତୃତ୍ୱ ରେଳବୋର୍ଡ ଅଧ୍ୟକ୍ଷ ନେବେ। ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବେ। ଏଥି ପାଇଁ ରେଳ ବୋର୍ଡରେ ୪ ସଦସ୍ୟ ଏବଂ କିଛି ସ୍ବତନ୍ତ୍ର ସଦସ୍ୟ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?