ଯନ୍ତ୍ରୀଙ୍କ ଘରୁ ଚୋରି : ଟ୍ୟାକ୍ସି ମାଲିକ ଗିରଫ

ଭୁବନେଶ୍ୱର, ୨।୮(ବ୍ୟୁରୋ) : ନୟାପଲ୍ଲୀ ବେହେରାସାହିରେ ରହୁଥିବା ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ସୁନାଗହଣା ଓ ଟଙ୍କା ଚୋରି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ଗୁରୁବାର ଭଦ୍ରକ ଜିଲା କୁଅଁାସ ଗ୍ରାମର ଟ୍ୟାକ୍ସି ମାଲିକ ରୂପେଶ କୁମାର ପ୍ରଧାନ(୩୨)ଙ୍କୁ ଗିରଫ କରାଯାଇଛି। ସେ ନୟାପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜର ପ୍ଲଟ୍‌ ନଂ-ଏନ୍‌-୨/୭୩ରେ ରହୁଥିଲେ। ତାଙ୍କ ନିକଟରୁ ପୋଲିସ ୧୮ଭରି ସୁନା ଗହଣା ସମେତ ଗୋଟିଏ ଲାପ୍‌ଟପ୍‌ ଜବତ କରିଛି। ଏହି ଚୋରିରେ ସମ୍ପୃୃକ୍ତ ଥିବା ଅନ୍ୟ ୨ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନା ଅନୁଯାୟୀ, ନୟାପଲ୍ଲୀ ବେହେରାସାହି ପ୍ଲଟ୍‌ ନଂ-୨୯୨/କ୍ୟୁରେ ମମତା ପାତ୍ର ତାଙ୍କ ସାନ ଝିଅ ସହ ରୁହନ୍ତି। ବଡ଼ ଝିଅ ବାଙ୍ଗାଲୋରରେ ରହୁଥିବାବେଳେ ମମତାଙ୍କ ସ୍ବାମୀ ଅପୂର୍ବ ପାତ୍ର ମୟୂରଭଞ୍ଜ ଜିଲା କରଞ୍ଜିଆରେ ନିର୍ବାହୀ ଯନ୍ତ୍ରୀ ଭାବେ କାମ କରନ୍ତି। ଗତ ଏପ୍ରିଲ ୧୯ରେ ମମତା ଓ ସାନଝିଅ କୌଣସି କାମରେ ବ୍ରହ୍ମପୁରସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରୁ ଗଲାବେଳେ ସେ ଜଣେ ପଡୋଶୀଙ୍କୁ ଚାବିକାଠି ଦେଇଥିଲେ। ହେଲେ ୨୦ ତାରିଖରେ କେହି ତାଙ୍କ ଘର ତାଲା ଖୋଲି ଆଲମିରାରୁ ସୁନା ଅଳଙ୍କାର ଓ ନଗଦ ୨୦ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ୨୪ ତାରିଖରେ ମମତା ଘରକୁ ଫେରିବା ପରେ କବାଟ ଓ ଆଲମାରି ଖୋଲା ପଡ଼ିିଥିବା ଦେଖିବାକୁ ପାଇଥିଲେ। ଘରୁ ଚୋରି ହୋଇଥିବା ସେ ଜାଣିବାକୁ ପାଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଯାଞ୍ଚ କରିଥିଲେ ମଧ୍ୟ କିଛି ତଥ୍ୟ ମିଳି ନ ଥିଲା। ତଥାପି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?