ଭୁବନେଶ୍ୱର,୧୪-୭: ଦେଶର ଟିକସଦାତାଙ୍କ ଲାଗି ଠିକ୍ ଟିକସ ଯୋଜନାର ଆବଶ୍ୟକତା ରହିଛି। ଅର୍ଥକୁ ଠିକ୍ ଭାବେ ପରିଚାଳନା, ନୂଆ ନୀତିକୁ ଧ୍ୟାନରେ ରଖି ଆଡଭାନ୍ସ ଟିକସ ପ୍ଲାନି କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏଠାରେ ଶିଳ୍ପ ସଂଘ ଫିକି ପକ୍ଷରୁ ବଜେଟ ଆଲୋଚନାରେ ମତ ପ୍ରକାଶ ପାଇଛି। ଟିକସ ଚୋରି କରିବା ଏକ ଗୁରୁତର ଅପରାଧ ଭାବେ ବର୍ତ୍ତମାନ ବିବେଚନା କରାଯାଉଥିବା ବେଳେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଆୟକର ବିଭାଗର ପ୍ରିନି୍ସପାଲ ଚିଫ୍ କମିଶନର ପ୍ରଣବ କୁମାର ଦାସ ଏଥିରେ କହିଛନ୍ତି। ଟିକସ ଚୋରିକୁ ରୋକିବା ଲାଗି କେନ୍ଦ୍ରୀକୃତ ମନିଟରିଂ ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯାଇଛି। ବଜେଟରେ ରାଜସ୍ବ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆୟକର ଏଥିରେ ପ୍ରମୁଖ ଭାଗିଦାରି ରଖୁଛି। କଳାଟଙ୍କା କାରବାର ଉପରେ ରୋକ ଲଗାଇବା ଉପରେ ସରକାର ଫୋକସ କରିଥିବା ଦାସ ସୂଚନା ଦେଇଛନ୍ତି।
ଠିକ୍ ସମୟରେ ରିଟର୍ନ ଏବଂ ଟିକସଦାତାଙ୍କୁ ଉତ୍ସାହିତ କରିବା ଲାଗି ସରକାର କିଛି ପ୍ରୋତ୍ସାହନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଫାଇନାନ୍ସ ଆନାଲିଷ୍ଟ ଏ.କେ.ସାବତ କହିଛନ୍ତି। ଗୋପାଳ ଅଗ୍ରଓ୍ବାଲ, ପିଡ୍ଲ୍ୟୁସି ଟିକସ ବିଶେଷଜ୍ଞ ସୌରଭ କେଡିଆ, ଫିକି ଏନର୍ଜି କମିଟି ଅଧ୍ୟକ୍ଷ ଅଶୋକ ବେହେରା ପ୍ରମୁଖ ବଜେଟର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ। ସେହିଭଳି ଶିଳ୍ପ ଏବଂ ବଜେଟ ପ୍ରଭାବ ସଂକ୍ରାନ୍ତ ଏକ ପ୍ୟାନେଲ ଆଲୋଚନାରେ ବିଶେଷଜ୍ଞ ଭାବେ ଦିଲିପ ବିଶୋଇ, ମ୍ୟାକେମ ନିର୍ଦ୍ଦେଶକ ଜେ.କେ. ରଥ, ଓ୍ବାନ ବିଜନେସ ନିର୍ଦ୍ଦେଶକ ରାଜେନ ପାଢୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ଜଗତ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବିତ୍ତ ପ୍ରତିଷ୍ଠାନ ଏବଂ ଟିକସ ବିଶେଷଜ୍ଞମାନେ ଯୋଗଦେଇଥିଲେ।
ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍ ହେବେ ହଇରାଣ
ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…
କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ
ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…
ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା
ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…
ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…
ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…
୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…
ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…
ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍
ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…
ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ
ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…
ATM ଟଙ୍କା ଉଠାଇବା ଫେଲ୍ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ
ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…
Archives

