ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ଲାଗି ୫୦ ହଜାର କୋଟି

ନୂଆଦିଲ୍ଲୀ,୨୮।୪: କୋଭିଡ୍‌-୧୯ ଯୋଗୁ ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ଏବେ କ୍ଷତିଗ୍ରସ୍ତ ହୋଇଛି। ଉକ୍ତ ଶିଳ୍ପର ସମସ୍ୟା ସମାଧାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ସୋମବାର ୫୦ ହଜାର କୋଟି ଟଙ୍କାର ସ୍ପେଶାଲ ଲିକ୍ୟୁଡିଟି ଫାସିଲିଟି(ଏସ୍‌ଏଲ୍‌ଏଫ୍‌-ଏମ୍‌ଏଫ୍‌) ବା ସ୍ବତନ୍ତ୍ର ନଗଦ ସୁବିଧା ଘୋଷଣା କରାଯାଇଛି। ବର୍ତ୍ତମାନ ପୁଞ୍ଜିବଜାର ଉପରେ ରହିଥିବା ପ୍ରଭାବ ଯୋଗୁ ଏହା ମ୍ୟୁଚୁଆଲ ଫଣ୍ଡ ଶିଳ୍ପ କାରବାରକୁ ମଧ୍ୟ କ୍ଷତି ପହଞ୍ଚାଉଛି। ବିଶେଷକରି ନିବେଶକଙ୍କ ମନୋଭାବ ଉପରେ ଏହା ଚାପ ପକାଇବା ସହ କମ୍ପାନୀଗୁଡିକୁ ମଧ୍ୟ ଗଭୀର କ୍ଷତିଗ୍ରସ୍ତ କରୁଛି। ଶିଳ୍ପ ଉପରେ ରହିଥିବା ଉକ୍ତ ସଙ୍କଟକୁ କମ୍‌ କରିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଘୋଷଣା କରାଯାଇଛି।
ଏହି ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍‌-୧୯ ଯୋଗୁ ବିତ୍ତ ବଜାର ସ୍ଥିତାବସ୍ଥା ଉପରେ ପଡୁଥିବା ପ୍ରଭାବ ଉପରେ କଡ଼ା ନଜର ରଖାଯାଇଛି। ପ୍ରଭାବକୁ କମ୍‌ କରିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ପାରୁ ପର୍ଯ୍ୟାପ୍ତ ଚେଷ୍ଟା ଜାରି ରଖିଛି। ଆବଶ୍ୟକତା ଭିତ୍ତିରେ ଯେକୌଣସି ପଦକ୍ଷେପ ନେବାକୁ କେନ୍ଦ୍ରୀୟ ବ୍ୟାଙ୍କ ଆଗେଇ ଆସିଛି। ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ଉପରେ ଚାପ କମାଇବା ଲାଗି ଏଭଳି ସ୍ବତନ୍ତ୍ର ଯୋଜନା ଦ୍ୱାରା ୫୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ମ୍ୟୁଚୁଆଲ ଫଣ୍ଡର ଡେଟ୍‌ ସେଗ୍‌ମେଣ୍ଟ ଉପରେ ବର୍ତ୍ତମାନ ଅଧିକ ସଙ୍କଟ ପରିଲକ୍ଷିତ ହୋଇଛି। ଫ୍ରାଙ୍କ୍‌ଲିନ୍‌ ଟେମ୍ପଲଟନ ମ୍ୟୁଚୁଆଲ ଫଣ୍ଡ ଏପ୍ରିଲ ୨୪ରେ ଏହାର ୬ ଡେଟ୍‌ ଫଣ୍ଡକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି। କୋଭିଡ୍‌-୧୯ ଯୋଗୁ ଲିକ୍ୟୁଡିଟି ସମସ୍ୟା ରହିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି। ବଜାରରେ ଏଭଳି ସମସ୍ୟା ଉପୁଜିବା ପରେ ସରକାର ବଜାର ଲାଗି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ନୂଆ ସୁବିଧା ଦ୍ୱାରା ୯୦ ଦିନ ଅବଧିର ଏକ ରେପୋ ଅପରେଶନ ପରିଚାଳନା କରିବ। ଏଥିରେ ନିର୍ଦ୍ଧାରିତ ରେପୋ ରେଟ୍‌ ସ୍ଥିର ରହିବ। ସୁବିଧା ନେବାକୁ ଥିବା ବ୍ୟାଙ୍କଗୁଡିକ ଛୁଟିଦିନ ଦାବ ସୋମବାର ଠାରୁ ଯେକୌଣସି ଦିନ ସେମାନଙ୍କ ବିଡ୍‌ ଦାଖଲ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପ୍ରିଲ ୨୭ ଠାରୁ ମେ ମାସ ୧୧ ଯାଏ କିମ୍ବା ମଞ୍ଜୁର ହୋଇଥିବା ଅର୍ଥ ବିନିଯୋଗ ହେବା ଯାଏ ଏହି ସୁବିଧାକୁ ନେଇ ହେବ।
ଏସ୍‌ଏଲ୍‌ଏଫ୍‌-ଏମ୍‌ଏଫ୍‌କୁ ବ୍ୟାଙ୍କଗୁଡିକ ବ୍ୟବହାର କରିପାରିବେ। ମ୍ୟୁଚୁଆଲ ଫଣ୍ଡଗୁଡିକର ଋଣ ଆବଶ୍ୟକତା ପୂରଣ କରିବା ଦିଗରେ ବ୍ୟାଙ୍କଗୁଡିକ ଏହି ସହାୟତା ଯୋଗାଇଦେବେ। ବର୍ତ୍ତମାନର ଘୋଷଣା ହୋଇଥିବା ରାଶିକୁ ଆବଶ୍ୟକତା ଭିତ୍ତିରେ ବଢ଼ାଯାଇଯାଇପାରେ। ସୂଚନାଯୋଗ୍ୟ, ୨୦୧୩ରେ ମ୍ୟୁଚୁଆଲ ଫଣ୍ଡଗୁଡିକର ନଗଦ ଆବଶ୍ୟକତା ପୂରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ସ୍ବତନ୍ତ୍ର ଋଣ ଓ୍ବିଣ୍ଡୋ ଘୋଷଣା କରାଯାଇଥିଲା। ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ୨୫,୦୦୦ କୋଟି ଟଙ୍କାର ସହାୟତା ଦେଇଥିଲେ। ୨୦୦୮ ଅକ୍ଟୋବରରେ ଲେହମାନ ବ୍ରଦର୍ସ ଘଟଣା ବେଳେ ମଧ୍ୟ ମ୍ୟୁଚୁଆଲ ଫଣ୍ଡ ଲାଗି ସମାନ ପ୍ରକାର ପଦକ୍ଷେପ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri