Posted inଜାତୀୟ

ମୋବାଇଲ ନିଶାରେ ପଡିଥିବା ବ୍ୟକ୍ତିଙ୍କର ଏଠାରେ ହେବ ଚିକିତ୍ସା

ଅମୃତସର,୧୨।୭: ପଞ୍ଜାବ ଅମୃତସରରେ ଏକ ହସ୍ପିଟାଲରେ ମୋବାଇଲ ଡି-ଆଡିକଶନ ସେଣ୍ଟର ଖୋଲିଛି। ମୋବାଇଲ ନିଶାରୁ ମୁକ୍ତ କରିବା ପାଇଁ ଏହି କେନ୍ଦ୍ର ଖୋଲା ଯାଇଛି। ଏହା ରାଜ୍ୟର ପ୍ରଥମ ମହିଳା ନିଶାମୁକ୍ତି କେନ୍ଦ୍ର ବୋଲି ମଧ୍ୟ କୁହାଯାଉଛି। ଏହି ସେଣ୍ଟରେ ୭ ଜଣ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରେ ରହିବେ ଜଣେ ମନୋଚିକିତ୍ସକ, ୨ ଫାର୍ମାସିଷ୍ଟ, ୩ ସାମାଜିକ କାଉନସିଲର ଓ ଜଣେ ପାରିବାରିକ କାଉନସିଲର। ଯେଉଁମାନେ ମୋବାଇଲ ନିଶାରେ ପଡି ଯାଇଛନ୍ତି ଆଉ ଏଥିରୁ ବାହାରି ପାରୁ ନାହାଁନ୍ତି ସେମାନଙ୍କୁ ଏଠାରେ ଚିକିତ୍ସା କରାଯିବ। ନ୍ୟୁରୋସାଇକିଆଟ୍ରିଷ୍ଟ ଡାକ୍ତର ଜଗ ଦିପ ପାଲ ଭାଟିଆ କହିଛନ୍ତି, ଏବେ ଦେଖାଯାଇଛି ବେଶି କିଶୋର ବୟସର ପିଲାମାନେ ମୋବାଇଲ ନିଶାରେ ପଡି ଯାଉଛନ୍ତି। ଫଳରେ ଏମାନଙ୍କ ଭିତରେ ବିନାଶକାରୀ ବ୍ୟବହାର ବଢିବାରେ ଲାଗିଛି। ସମ୍ପୂର୍ଣ୍ଣ ଦିନ ଏମାନେ ମୋବାଇଲରେ ହିଁ ବିତାଇ ଦେଉଛନ୍ତି। ଫଳରେ ବାସ୍ତବିକ ଦୁନିଆ ସହ କଥା ହେବା ଭୁଲି ଯାଉଛନ୍ତି। ସେଥିପାଇଁ ଏମାନଙ୍କ ନିକଟରେ କମ୍‌ ବୟସରେ ମାନସିକ ବ୍ୟଥା ଦେଖାଯାଉଛି। ତେବେ ଏହି କେନ୍ଦ୍ର ଖୋଲିବା ପରେ ମାତାପିତାମାନେ ଏ ସମ୍ପର୍କରେ ପରାମର୍ଶ ନେଉଥିବା ଡାକ୍ତର ଭାଟିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

ଇରାନ ଉପରେ ବଡ଼ ଆକ୍ରମଣ କଲା ଆମେରିକା: ଖସାଇଲା ଡ୍ରୋନ୍‌

ଓ୍ବାଶିଂଟନ୍‌,୨୮।୫: ଆମେରିକୀୟ ସେନା ପୁଣି ଥରେ ଇରାନରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ରାତାରାତି ଆକ୍ରମଣ ସେହି ସାମରିକ ଘାଟିଗୁଡ଼ିକୁ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri