ମୋଦିଙ୍କୁ ଛାଡ଼ିଛନ୍ତି ମୁସଲମାନ

ନୂଆଦିଲ୍ଲୀ,୨୨ା୫: ଦେଶର ସମସ୍ତ ସରକାରୀ ସଂସ୍ଥା ଉପରେ ଭାରତୀୟ ମୁସଲମାନମାନଙ୍କ ଅଗାଧ ବିଶ୍ୱାସ ରହିଛି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ସେମାନଙ୍କ ଆସ୍ଥା ନାହିଁ ବୋଲି ଏକ ସଦ୍ୟ ସର୍ଭେରୁ ପ୍ରଘଟ ହୋଇଛି। କୋଭିଡ୍‌-୧୯ ଯୋଗୁ ସୃଷ୍ଟି ହୋଇଥିବା ମାନବିକ ତଥା ଆର୍ଥିକ ସଙ୍କଟ ଉପରେ ସାରା ବିଶ୍ୱ ଓ ଓ୍ବାଲର୍‌ଡ ମିଡିଆର ଫୋକସ୍‌ ରହିଛି। କିନ୍ତୁ ଭାରତ କଥା ବିଚାର କଲେ ଭୂତାଣୁ ସଂକ୍ରମଣ ବେଳେ ମଧ୍ୟ ଇସ୍‌ଲାମୋଫୋବିଆ (ଇସ୍‌ଲାମ ପ୍ରତି ଭୟ ବା ଘୃଣା) ଏବଂ ମୁସ୍‌ଲମାନ ସମ୍ପ୍ରଦାୟ ବିରୋଧରେ କ୍ରମବର୍ଦ୍ଧିଷ୍ଣୁ ଅସହିଷ୍ଣୁ ଭାବ ନଜରକୁ ଆସୁଛି। ଓ୍ବାଶିଂଟନ ପୋଷ୍ଟ, ନ୍ୟୁୟର୍କ ଟାଇମ୍ସ, ଗାର୍ଡିଏନ୍‌ ଏବଂ ବିବିସି ଭଳି ଆଗଧାଡ଼ିର ମିଡିଆ ଆଉଟ୍‌ଲେଟ୍ସ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ଏହି ବିଷୟ ଉଠାଇଆସୁଛନ୍ତି। କିନ୍ତୁ ନିକଟରେ ଧର୍ମୀୟ ସ୍ବାଧୀନତା ଉପରେ ଆମେରିକା କଂଗ୍ରେସର ସଂସ୍ଥା ୟୁଏସ୍‌ସିଆର୍‌ଆଇଏଫ୍‌ ମୁସଲମାନମାନଙ୍କ ବିରୋଧରେ ଭେଦଭାବକୁ ନେଇ ଭାରତକୁ ଭର୍ତ୍ସନା କରିଛି। ଅର୍ଗାନାଇଜେଶନ୍‌ ଅଫ୍‌ ଇସ୍‌ଲାମିକ୍‌ କଣ୍ଟ୍ରିଜ୍‌ ମଧ୍ୟ ଏହି ପ୍ରସଙ୍ଗରେ ସମାନ ଭାବେ ଚିନ୍ତାବ୍ୟକ୍ତ କରିଛି। ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ହେବା ପରେ ସି-ଭୋଟର ପକ୍ଷରୁ ଦେଶବ୍ୟାପୀ ଏକ ସର୍ବେକ୍ଷଣ କରାଯାଇ କେତୋଟି ପ୍ରଶ୍ନ କରାଯାଇଥିଲା। ସେଗୁଡ଼ିକ ହେଲା: ମୁସ୍‌ଲିମମାନେ କେନ୍ଦ୍ରର ଶାସନରୁ ବିଚ୍ଛିନ୍ନ ହୋଇଯାଇଛନ୍ତି କି? ସେମାନେ କ’ଣ ଭାରତଠାରୁ ମଧ୍ୟ ଅଲଗା ହୋଇଯାଇଛନ୍ତି? ଏହି ଫାଟ ପାଇଁ କିଏ ଓ କ’ଣ ଦାୟୀ? ଏହି ବ୍ୟବଧାନକୁ ପୂରଣ କରାଯାଇପାରିବ କି?
ଆସ୍ଥା ସଙ୍କଟ
ସର୍ଭେର ପରିଣାମରୁ ଦୁଇଟି ସ୍ପଷ୍ଟ ଉତ୍ତର ମିଳିଲା। ପ୍ରଥମଟି ହେଲା ପ୍ରଧାନମନ୍ତ୍ରୀ ମୋଦି ଓ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ନେଇ ମୁସଲମାନମାନଙ୍କର ଆସ୍ଥା ସଙ୍କଟ। ଦ୍ୱିତୀୟରେ ମୁସ୍‌ଲିମ୍‌ମାନେ ଭାରତରୁ ଅଲଗା ହୋଇଯାଇଛନ୍ତି ବୋଲି ଉଭୟ ହିନ୍ଦୁତ୍ୱ ଓ ଧର୍ମନିରପେକ୍ଷ ଉତ୍ସାହୀ ବ୍ୟକ୍ତିମାନେ ପ୍ରଚାର କରୁଥିବାବେଳେ ଏଭଳି ବିଚାରକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ମିଛ ବୋଲି ଖଣ୍ଡନ କରିଛନ୍ତି।
ଏକ ପ୍ରାକୃତିକ ସଙ୍କଟ ସମୟରେ ନାଗରିକମାନେ ସେମାନଙ୍କ ନେତାଙ୍କ ପଛରେ ଅଛନ୍ତି ବୋଲି ରହିଥିବା ଉକ୍ତି ସତ ପ୍ରମାଣିତ ହୋଇଛି। ସର୍ଭେରେ ଭାଗନେଇଥିବା ସମସ୍ତ ଭାରତୀୟଙ୍କ ମଧ୍ୟରୁ ୭୬.୩% କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉପରେ ସେମାନଙ୍କ ବହୁତ ବିଶ୍ୱାସ ରହିଛି। ତେବେ ମାତ୍ର ୬.୫% ଲୋକ ତାଙ୍କ ଉପରେ ଆଦୌ ଭରସା ନାହିଁ ବୋଲି କହିଛନ୍ତି। ୨୦୧୮ରେ ଏକ ଅନୁରୂପ ସର୍ଭେ କରାଯାଇଥିଲା। ସେହି ସର୍ବେକ୍ଷଣରେ ୫୮.୬% ପ୍ରଧାନମନ୍ତ୍ରୀଙ୍କ ଉପରେ ବହୁତ ବିଶ୍ୱାସ ରହିଥିବା କହିଥିବାବେଳେ ୧୬.୩% ଲୋକ ମୋଦିଙ୍କୁ ଆଦୌ ଭରସାଯୋଗ୍ୟ ନୁହନ୍ତି ବୋଲି ମତ ଦେଇଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। କିନ୍ତୁ ଏହି ଜାତୀୟ ରେଟିଂଗୁଡ଼ିକ ଗଭୀର ମତପାର୍ଥକ୍ୟ ଥିବା ପରିଣାମକୁ ଲୁଚାଇଦେଇଥାନ୍ତି ବିଶେଷକରି ଯେତେବେଳେ ଦେଶର ସର୍ବବୃହତ୍‌ ସଂଖ୍ୟାଲଘୁ ମୁସ୍‌ଲିମ ସମୁଦାୟ କଥା ଉଠେ। ୫୮.୪% ମୁସ୍‌ଲିମ ପ୍ରଧାନମନ୍ତ୍ରଙ୍କ ଉପରେ ବହୁତ ବିଶ୍ୱାସ ଅଛି ବୋଲି କହିଥିବାବେଳେ ୧୩% ଆଦୌ ବିଶ୍ୱାସ ନ ଥିବା କହିଛନ୍ତି। ୨୦୧୮ରେ ଏହି ହାର ଯଥାକ୍ରମେ ୩୯.୩% ଓ ୩୦% ଥିଲା। ଏଥିରୁ ଜଣାପଡ଼ୁଛି ଯେ ପ୍ରଧାନମନ୍ତ୍ରୀଙ୍କୁ ନେଇ ମୁସଲମାନମାନଙ୍କ ମଧ୍ୟରେ ଆସ୍ଥା ବଢ଼ିଛି। କିନ୍ତୁ ଅନ୍ୟ ଭାରତୀୟ ବର୍ଗମାନେ ଯେତିକି ଆସ୍ଥା ଦେଖାଇଛନ୍ତି ତା’ଠାରୁ ଏହି ସଂଖ୍ୟା ଢେର କମ୍‌। ଲୋକ ସଭା ନିର୍ବାଚନରେ ଭାଜପାର ଦୃଢ଼ ସମର୍ଥକ ବିବେଚିତ ହୋଇଥିବା ଲୋକଙ୍କ ସଂଖ୍ୟାକୁ ଦେଖିଲେ ଏହି ତ୍ରୁଟି ରେଖା ଆହୁରି ସ୍ପଷ୍ଟ ମନେହୁଏ। ୨୦୨୦ରେ ୯୧.୪% ଉଚ୍ଚଜାତିର ହିନ୍ଦୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉପରେ ସେମାନଙ୍କ ପ୍ରବଳ ଆସ୍ଥା ରହିଛି। ଅନ୍ୟପକ୍ଷରେ ମାତ୍ର ୧.୩% ମୋଦିଙ୍କ ଉପରେ ଅନାସ୍ଥା ଭାବ ପ୍ରକଟ କରିଛନ୍ତି। ୨୦୧୮ରେ ଏହି ହାର ୭୨.୩% ଓ ୧୦.୩% ଥିଲା।
ଅନୁରୂପ ଭାବେ ୨୦୨୦ରେ ଅନ୍ୟ ପଛୁଆ ବର୍ଗ (ଓବିସି)ର ୭୮.୬% ଲୋକ ପ୍ରଧାନମନ୍ତ୍ରୀଙ୍କ ଉପରେ ଅନେକ ଆସ୍ଥା ଥିବା କହିଥିବାବେଳେ ମାତ୍ର ୩.୯% ତାଙ୍କୁ ଭରସା କରୁ ନ ଥିବା କହିଛନ୍ତି। ୨୦୧୮ରେ ଏହି ହାର ୫୯.୮% ଓ ୧୬.୭% ଥିଲା। ସାମାଜିକ ବିଜ୍ଞାନୀ ସଞ୍ଜୟ କୁମାର କହିଛନ୍ତି, ଏହି ତଥ୍ୟକୁ ଦେଖିଲେ ବିସ୍ମିତ ହେବାର କିଛି ନାହିଁ। କାରଣ ଏହି ମୋହଭଙ୍ଗ ଓ ଅନାସ୍ଥା ଭାବ ଦୀର୍ଘଦିନ ଧରି ପୁଞ୍ଜିଭୂତ ହୋଇରହିଥିଲା। ସଞ୍ଜୟଙ୍କ ମତରେ ମୁସ୍‌ଲିମ ସମୁଦାୟର ଅଭିଯୋଗଗୁଡ଼ିକ ବାସ୍ତବ ହେଉ କି ଅତିରଞ୍ଜିତ ସେଥିରେ କିଛି ଫରକ୍‌ ପଡ଼େନାହିଁ । ତେବେ ବଡ଼ କଥା ହେଉଛି ବର୍ତ୍ତମାନର ଶାସନରେ ମୁସଲମାନମାନେ ଆଇନଗତ ବୈଧତା ହରାଉଛନ୍ତି ବୋଲି ସେମାନେ ଭଲଭାବେ ବୁଝିଯାଇଛନ୍ତି। ସେହିପରି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ପିଏମ୍‌ଓରେ ଅବସ୍ଥାପିତ ଥିବା ବରିଷ୍ଠ ଖବରଦାତା କାଞ୍ଚନ ଗୁପ୍ତଙ୍କ ମତରେ ବର୍ତ୍ତମାନର ଶାସନରେ ମୁସଲମାନମାନଙ୍କ ବିରୋଧରେ ଭେଦଭାବପୂର୍ଣ୍ଣ ବ୍ୟବହାର ବଢ଼ୁଛି ବୋଲି କହିବା ବାଜେକଥା। କେନ୍ଦ୍ର ସରକାରଙ୍କ ଉପରେ ବିଶ୍ୱାସ କଥା ଉଠିଲେ ଜଣାଯାଏ ଯେ, ୨୦୨୦ରେ କେନ୍ଦ୍ର ଉପରେ ଦେଶବ୍ୟାପୀ ୬୮.୬% ଭାରତୀୟ ଆସ୍ଥା ପ୍ରକଟ କରିଛନ୍ତି, ଯାହାକି ୨୦୧୮ ତୁଳନାରେ ୫୦.୫% ଅଧିକ। କେନ୍ଦ୍ର ସରକାରଙ୍କୁ ଆଦୌ ବିଶ୍ୱାସ କରୁ ନ ଥିବା ଲୋକଙ୍କ ସଂଖ୍ୟା ୨୦୧୮ରେ ୧୪.୭% ଥିବାବେଳେ ୨୦୨୦ରେ ଏହା ୮.୬%କୁ ଖସିଛି।
ମୁସଲମାନ ସମ୍ପ୍ରଦାୟ
ଆଦୌ ବିଶ୍ୱାସ କରୁ ନ ଥିବା ଲୋକଙ୍କ ସଂଖ୍ୟା ୨୦୧୮ରୁ ୨୦୨୦ ମଧ୍ୟରେ ୨୧.୩%ରୁ ୨୩.୨%କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବହୁତ ବିଶ୍ୱାସ କରୁଥିବା ଲୋକଙ୍କ ହାରରେ ବିଶେଷ ଅଗ୍ରଗତି ହୋଇନାହିଁ। ଏହି ଅବଧି ମଧ୍ୟରେ ଏହା ୩୬%ରୁ ୩୯%କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଉଚ୍ଚଜାତିର ହିନ୍ଦୁଙ୍କ ମଧ୍ୟରେ ପାରମ୍ପରିକ ଭାଜପା ସମର୍ଥକଙ୍କ ସଂଖ୍ୟା ୨୦୧୮ରେ ୬୨.୪% ଥିବାବେଳେ ଏବେ ଏହା ୮୫%କୁ ବୃଦ୍ଧି ପାଇଛି। ତେବେ ସରକାରଙ୍କୁ ଆଦୌ ବିଶ୍ୱାସ କରୁ ନ ଥିବା ଏହି ବର୍ଗର ଲୋକଙ୍କ ହାର ୧୦.୬%ରୁ ୨.୪%କୁ ଖସିଛି। ଅନୁରୂପ ଭାବେ କେନ୍ଦ୍ର ସରକାରଙ୍କୁ ବହୁତ ବିଶ୍ୱାସ କରୁଥିବା ଓବିସିଙ୍କ ସଂଖ୍ୟା ୫୩.୫%ରୁ ୭୨.୨%କୁ ବୃଦ୍ଧି ପାଇଥିବାବେଳେ ଏହି ବର୍ଗର ଆଦୌ ଭରସା କରୁ ନ ଥିବା ଲୋକଙ୍କ ସଂଖ୍ୟା ୧୪.୩%ରୁ ୩.୭%କୁ ଖସିଛି।
ମୋଦିଙ୍କୁ ଅବିଶ୍ୱାସ କାହିଁକି
ଭାରତରେ ଶିକ୍ଷା, ଆର୍ଥିକ ଓ ନିଯୁକ୍ତି କ୍ଷେତ୍ରରେ ମୁସ୍‌ଲିମ ସମୁଦାୟ ପଛୁଆ ହୋଇ ରହିଛନ୍ତି। ୨୦୦୫ରେ ସାଚାର କମିଟି ରିପୋର୍ଟକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏହାସତ୍ତ୍ୱେ ମୁସଲିମ୍‌ ସମୁଦାୟ ଅନେକ କ୍ଷେତ୍ରରେ ଆଗକୁ ବଢ଼ିପାରି ନାହିଁ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ତିନି ତଲାକ୍‌ ବିଲ୍‌, ଅନୁଚ୍ଛେଦ ୩୭୦ର ଉଚ୍ଛେଦ, ରାମମନ୍ଦିର ରାୟ, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଭଳି କେନ୍ଦ୍ରର ପଦକ୍ଷେପମାନ ମୁଲସମାନ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ସେମାନେ ଭାରତରେ ନିଜ ସ୍ଥିତି ଓ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡ଼ିଛନ୍ତି ବୋଲି ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ ଗବେଷକ ରାହୁଲ ବର୍ମା ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?