ମୋଦିଙ୍କ ନିର୍ବାଚନୀ ପ୍ରତିଶ୍ରୁତି; ଅର୍ଥନୀତିକୁ ମିଳିବ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୬-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଖୁବଶୀଘ୍ର ଦ୍ୱିତୀୟ କାର୍ଯ୍ୟକାଳ ସମ୍ଭାଳିବାକୁ ଯାଉଛିି। ନୂଆ ସରକାର ଗଠନ ପରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ବିଶେଷଜ୍ଞଙ୍କ ମତରେ ମୋଦି ତାଙ୍କର ପ୍ରତିଶ୍ରୁତି ମଧ୍ୟରୁ ଯଦି ଅଧା ପାଳନ କରନ୍ତି ତେବେ ଅର୍ଥନୀତିରେ ପ୍ରାୟ ୧୦୦ ଲକ୍ଷ କୋଟି ଟଙ୍କା (୧.୪୪ ଲକ୍ଷ କୋଟି ଡଲାର) ପ୍ରବେଶ କରିବ।
ଚାଷୀଙ୍କୁ ସହାୟତା ପ୍ରଦାନ, ସଡ଼କ, ରେଳଓ୍ବେ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ସାଙ୍ଗକୁ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧି କରିବା ଲାଗି ଭାଜପା ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲା। ଏବେ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଲାଗି ଅର୍ଥର ଆବଶ୍ୟକତା ରହିଛି। ବାସ୍ତବିକତାକୁ ଦେଖିଲେ ନିବେଶ ହ୍ରାସ ପାଇଛି ଏବଂ ଅଣ-ଆନୁଷ୍ଠାନିକ ତଥ୍ୟକୁ ଦେଖିଲେ ବେକାରି ବଢ଼ିଛି। ଅନ୍ୟପକ୍ଷରେ ଅର୍ଥନୀତିଜ୍ଞମାନେ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସରେ ଦେଶର ବିକାଶ ହାର ୬.୫% ରହିବ ବୋଲି ଅନୁମାନ କରିଛନ୍ତି, ଯାହା କି ୨୦୧୭ ମଧ୍ୟଭାଗ ପରେ ସବୁଠାରୁ ଧୀମା ଗତି ବୋଲି କୁହାଯାଉଛି। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ, ଲୋକଙ୍କୁ ଆକର୍ଷିତ କରୁଥିବା ପ୍ରତିଶ୍ରୁତି ପାଳନ କରିବା ଲାଗି ଅର୍ଥ ଯୋଗାଡ କରିବା ମୋଦି ସରକାରଙ୍କ ପାଇଁ ତାତ୍କାଳିକ ଆହ୍ବାନ ହେବ। ସରକାର ପୂର୍ବରୁ ହିଁ ମାର୍ଚ୍ଚ ୨୦୨୦ ସୁଦ୍ଧା ସରକାରଙ୍କ ବଜେଟ ନିଅଣ୍ଟ ପରିମାଣ ଜିଡିପିର ୩.୪% ରହିବ ବୋଲି ଆକଳନ କରିଛନ୍ତି। ରାଜସ୍ବ ହ୍ରାସ ଯୋଗୁ ସରକାର କେନ୍ଦ୍ରୀୟ ବ୍ୟାଙ୍କରୁ ଅତିରିକ୍ତ ଋଣ ନେବାକୁ ବିଚାର କରୁଛନ୍ତି। ରାଜସ୍ବ ନିଅଣ୍ଟ ବଢ଼ିଲେ ଦେଶର କ୍ରେଡିଟ ରେଟିଂ ଉପରେ ଏହାର ଜୋରଦାର ପ୍ରଭାବ ପଡିବ। ଫିଚ୍‌ ରେଟିଙ୍ଗ୍‌ସ ପକ୍ଷରୁ କୁହାଯାଇଛି ଯେ, ଆୟରେ ସୁଧାର ନୂଆ ସରକାରଙ୍କ ପାଇଁ ମହତ୍ୱପୂର୍ଣ୍ଣ ହେବ। ଭାଜପା କାର୍ଯ୍ୟକାଳରେ ନିକଟ ଅତୀତରେ ରାଜସ୍ବ ଆୟ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ନିର୍ବାଚନ ବେଳେ ଚାଷୀଙ୍କ ଆୟ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ଯୋଗୁ ଖର୍ଚ୍ଚ ଉପରେ ବୋଝ ବଢ଼ିବାରେ ଲାଗିଛି। କ୍ୟାପିଟାଲ ଇକୋନୋମିକ୍ସ ଲିମିଟେଡର ବରିଷ୍ଠ ଅର୍ଥନୀତିଜ୍ଞ ଶିଲନ ଶାହ୍‌ କହିଛନ୍ତି ଯେ, ସୀମିତ ରାଜକୋଷ ସମ୍ଭାବନା ମଧ୍ୟରେ ସରକାରଙ୍କ ପକ୍ଷରେ ସବୁ ପ୍ରତିଶ୍ରୁତି ପାଳନ କରିବା ସମ୍ଭବପର ନୁହେଁ। ତଥାପି ଆଂଶିକ ରୂପରେ ପାଳନ ହେଲେ ମଧ୍ୟ ବିକାଶ ଆଶାତୀତ ଭାବେ ସୁଦୃଢ଼ ହେବ। ସୂଚନାଥାଉ କି, ଭାଜପା ଏହାର ଘୋଷଣାପତ୍ରରେ ୨୦୨୪ ସୁଦ୍ଧା ଢାଞ୍ଚାଗତ ଭିତ୍ତିଭୂମି ନିର୍ମାଣ ଲାଗି ୧୦୦ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖିଛି। ମାର୍ଚ୍ଚ ୨୦୧୯ ସୁଦ୍ଧା ସଡ଼କ ଓ ରେଲଓ୍ବେ ପାଇଁ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ସରକାରୀ ଖର୍ଚ୍ଚକୁ ଦୃଷ୍ଟିରେ ରଖିଲେ ଭାଜପାର ପ୍ରତିଶ୍ରୁତି ଅତ୍ୟଧିକ ମନେହେଉଛି। ବ୍ଲୁମ୍‌ବର୍ଗର ଅର୍ଥନୀତିଜ୍ଞ ଅଭିଷେକ ଗୁପ୍ତାଙ୍କ ମତରେ ଦେଶର ଅର୍ଥନୀତି ଧୀମା ଗତିରେ ଆଗେଉଛି। ଏହା ଗତିଶୀଳ ହେବା ପୂର୍ବରୁ ବର୍ଷର ଶେଷାର୍ଦ୍ଧରେ ଆହୁରି ଧୀମା ହୋଇଯିବାର ସମ୍ଭାବନା ରହିଛି। ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶର ଅର୍ଥନୀତିର ଫଳାଫଳ ମିଶ୍ରିତ ରହିଛି। ସେ କହିଛନ୍ତି ଯେ, ସରକାର ନାଲିଫିତା ପରମ୍ପରା ବନ୍ଦ କରିବା ସହିତ ବର୍ଷ ପୁରୁଣା ଦେବାଳିଆ ଆଇନରେ ସଂଶୋଧନ କରିଛନ୍ତି ଏବଂ ଦେଶବ୍ୟାପୀ ଏକକ ଟିକସ ବ୍ୟବସ୍ଥା ଲାଗୁ କରିଛନ୍ତି, ଯାହାକୁ ଲୋକେ ପସନ୍ଦ କରିଛନ୍ତି। ବିମୁଦ୍ରୀକରଣ ଓ ଜିଏସ୍‌ଟି ବ୍ୟବସାୟ ଗତିବିଧିକୁ ପ୍ରଭାବିତ କରିଛି, ଯାହାର ପ୍ରଭାବ ଏବେ ସୁଦ୍ଧା ଦେଖିବାକୁ ମିଳୁଛି। ଅନ୍ୟ ଜଣେ ଅର୍ଥନୀତିଜ୍ଞ ଆଣ୍ଡି ମୁଖାର୍ଜୀଙ୍କ ମତରେ ମୋଦି ସରକାର ନିଜର ପ୍ରଥମ କାର୍ଯ୍ୟକାଳରେ ରୋଜଗାର ସୃଷ୍ଟିରେ ଫେଲ୍‌ ହୋଇଛନ୍ତି। ବିଶେଷକରି ଯୁବବର୍ଗଙ୍କୁ ନୂଆ ନିଯୁକ୍ତି ଦେବାରେ ସରକାର ବିଫଳ ହୋଇଛି। କେନ୍ଦ୍ର ସରକାର ଏବେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ଶେୟାର ବିକ୍ରି କରିବା ସହ ଏୟାର ଇଣ୍ଡିଆ ଭଳି କ୍ଷତିରେ ଚାଲୁଥିବା କମ୍ପାନୀଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି। ଏହାଛଡ଼ା ବ୍ୟାଙ୍କଗୁଡ଼ିକର ମିଶ୍ରଣ ପ୍ରକ୍ରିୟାକୁ ଆଗେଇ ନିଆଯାଇପାରେ। ସରକାର ପ୍ରତିଶ୍ରୁତି ପୂରଣ ଲାଗି ଏହି ବିକଳ୍ପକୁ କାମରେ ଲଗାଇ ଅର୍ଥ ଯୋଗାଡ କରିପାରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?