Posted inଜାତୀୟ

ମୋଦି ପାକିସ୍ତାନର ଦୂତ: ମମତା

ସିଲିଗୁଡି,୩।୧: ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସଲିଗୁଡିରେ ପୁଣି ଏକ ରାଲି କରିଛନ୍ତି। ରାଲିକୁ ସମ୍ବୋଧିତ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ମୋଦିଙ୍କୁ ପାକିସ୍ତାନର ଦୂତ କହି ତୀବ୍ର ସମାଲୋଚନା କରିଛନ୍ତି। ଭାରତ ବିଷୟରେ କହିବା ବଦଳରେ ମୋଦି ପ୍ରତିଦିନ ପାକିସ୍ତାନ କଥା କହି ଚାଲିଛନ୍ତି। ମୋଦି ସବୁବେଳେ ଆମ ଦେଶକୁ ପାକିସ୍ତାନ ସହ କାହିଁକି ତୁଳନା କରୁଛନ୍ତି, ହିନ୍ଦୁସ୍ତାନ ବିଷୟରେ କାହିଁକି କେବେ କିଛି କହୁନାହାନ୍ତି ବୋଲି ମଧ୍ୟ ମମତା ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି। ମୋଦି ଭାରତର ପ୍ରଧାନମନ୍ତ୍ରୀ ନା ପାକିସ୍ତାନର ଦୂତ ବୋଲି ସେ ପ୍ରଶ୍ନ କରିଛନ୍ତି। ମୋଦି ପାକିସ୍ତାନର ଦୂତ ଭଳି ଆଚରଣ କରି ସବୁକଥାରେ ପାକିସ୍ତାନ ପ୍ରସଙ୍ଗ ଉଠାଉଛନ୍ତି ବୋଲି ମମତା କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ପାକିସ୍ତାନର ଚର୍ଚ୍ଚା ପାକିସ୍ତାନକ କରୁ। ଆମେ ହିନ୍ଦୁସ୍ତାନର ଚର୍ଚ୍ଚା କରିବା ଦରକାର। କାରଣ ହିନ୍ଦୁସ୍ତାନ ହେଉଛି ଆମର ଜନ୍ମଭୂମି। ଏତଦ୍‌ ବ୍ୟତୀତ ସେ ମୋଦିଙ୍କୁ ସିଏଏ ଓ ଏନଆର୍‌ସିକୁ ନେଇ ମଧ୍ୟ ଆକ୍ରମଣ କରିଛନ୍ତି। ମମତା କହିଛନ୍ତି, ‘ଏହା ଏକ ଲଜ୍ଜାଜନକ ବିଷୟ ଯେ ୭୦ ବର୍ଷର ସ୍ବାଧୀନତା ପରେ ବି ଆମମାନଙ୍କୁ ନାଗରିକତା ପ୍ରମାଣ ଦେବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri