Posted inଜାତୀୟ

ମୋତେ ବଳିବୋଦା କରନାହିଁ: ବାଚସ୍ପତି

ବେଙ୍ଗାଲୁରୁ,୨୩ା୭(ପି.ଟି.): କର୍ନାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଉପରେ କ୍ରମାଗତ ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ବିଳମ୍ବିତ କରିବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କ ଉପରେ ଚାପ ପକାଯାଇଥିଲା। ବିଦ୍ରୋହୀ ବିଧାୟକମାନେ ଦେଇଥିବା ଇସ୍ତଫା ଉପରେ ବାଚସ୍ପତି ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। ଇସ୍ତଫା ନିଷ୍ପତ୍ତି ନ ସରିବା ପର୍ଯ୍ୟନ୍ତ ଆସ୍ଥାଭୋଟ ନ ନେବା ଲାଗି ବାଚସ୍ପତିଙ୍କୁ କଂଗ୍ରେସ କହିଥିଲା। ତେବେ ବାଚସ୍ପତି ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ସରକାର ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆସ୍ଥାଭୋଟ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ‘ଆମକୁ ସମସ୍ତେ ଦେଖୁଛନ୍ତି। ଦୟାକରି ମୋତେ ବଳିବୋଦା କରନାହିଁ। ଆମକୁ ଲକ୍ଷ୍ୟରେ ପହଞ୍ଚତ୍ବାକୁ ହେବ’ ବୋଲି ବାଚସ୍ପତି କହିଥିଲେ।
କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ୧୬ ଜଣ ବିଧାୟକ ଇସ୍ତଫା ଦେବା ଏବଂ ଦୁଇ ଜଣ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସରକାରରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଗୁରୁବାର ଆସ୍ଥାଭୋଟ ଲୋଡିଥିଲେ ମଧ୍ୟ ଏହା ଉପରେ ଆଲୋଚନା ଶେଷ ହେଉନାହିଁ। ରାଜ୍ୟପାଳଙ୍କ ତାଗିଦ ସତ୍ତ୍ୱେ ଶୁକ୍ରବାର ଆସ୍ଥାଭୋଟ ନ କରି ବାଚସ୍ପତି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସୋମବାର ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ଆଉ ଦୁଇ ଦିନ ଘୁଞ୍ଚାଇବା ପାଇଁ ମେଣ୍ଟ ସରକାର ଚାହିଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ହଜାର ହଜାର ଟଙ୍କା ବଢିଲା ସୁନା-ରୁପା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୧୫।୬: ବିଶ୍ୱ ସ୍ତରରେ ଘଟୁଥିବା ଭୂରାଜନୈତିକ ପରିବର୍ତ୍ତନର ସିଧାସଳଖ ପ୍ରଭାବ ଆଜି ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଭାରସାମ୍ୟ ହରାଇ ଟ୍ୟାଙ୍କର୍‌ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ

ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…

ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ

ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର

ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri