ମେଡିକାଲ, ଆର୍‌ଟିଓରୁ ଦଲାଲ୍‌ ଛୁ

ଅନୁଗୋଳ ଅଫିସ, ୨୯।୯ – ସରକାରୀ କାର୍ଯ୍ୟାଳୟ, ମେଡିକାଲରୁ ଦଲାଲଙ୍କୁ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଅନୁଗୋଳ ପୋଲିସର ଘନ ଘନ ଚଢ଼ାଉ କାମ ଦେଇଛି। ଶୁକ୍ରବାର ୭ଜଣଙ୍କୁ ଗିରଫ କରାଯାଇଥିବାରୁ ଏବେ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏପରିକି ଆରଟିଓ ଏବଂ ମେଡିକାଲ ପରିସରରୁ ଅନ୍ୟ ଦଲାଲମାନେ ଛୁ ମାରିଥିବା ଜୋରଦାର ଚର୍ଚ୍ଚା ହେଉଛି। ଶନିବାର ଜଣେ ହେଲେ ବି ଦଲାଲଙ୍କୁ ଗିରଫ କରାଯାଇ ନ ଥିବାରୁ ଏହି ଆଲୋଚନା ଏବେ ଜୋର୍‌ ଧରିଛି।
ପ୍ରକାଶ ଯେ, ଅନୁଗୋଳ ଜିଲା ମୁଖ୍ୟାଳୟଠାରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ, ଆରଟିଓ କାର୍ଯ୍ୟାଳୟ ଆଦିରେ ଅନେକ ଦଲାଲ ଆଡ୍ଡା ଜମାଉଥିଲେ। ବିଭିନ୍ନ କାର୍ଯ୍ୟରେ ଏଠାକୁ ଆସୁଥିବା ଲୋକଙ୍କୁ ସେମାନେ ଶୋଷଣ କରୁଥିଲେ। ଏପରିକି କର୍ମଚାରୀଙ୍କ ପରି ଚେୟାର ଟେବୁଲ ପକାଇ ଫାଇଲ କାମ କରୁଥିଲେ। କିନ୍ତୁ ଶନିବାର ଏପରି କିଛି ଦେଖିବାକୁ ମିଳିନାହିଁ। ସକାଳେ ଆରଟିଓ କାର୍ଯ୍ୟାଳୟଠାରୁ ଆରମ୍ଭ କରି ମେଡିକାଲ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟରେ ପୋଲିସ ପଇଁତରା ମାରିଥିଲା। ଏପରି କି ସାଦା ପୋଷାକରେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିଲେ। କିଏ କ’ଣ କରୁଛି, କେଉଁମାନେ ମେଡିକାଲକୁ ଆସୁଥିବା ରୋଗୀଙ୍କ ସହ କଥା ହେଉଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ସେହିପରି ଆରଟିଓ କାର୍ଯ୍ୟାଳୟରେ ମଧ୍ୟ ଦଲାଲ ସକ୍ରିୟ ରହିଛନ୍ତି କି ନାହିଁ ତାହା ଦେଖାଯାଉଥିଲା। ତେବେ ଏହି ଦୁଇ କାର୍ଯ୍ୟାଳୟରୁ କୌଣସି ଦଲାଲ ପୋଲିସ ହାତରେ ଧରାପଡ଼ି ନ ଥିଲେ। ଶୁକ୍ରବାର ପୋଲିସ ୭ ଜଣ ଦଲାଲଙ୍କୁ ଧରି କୋର୍ଟ ଚାଲାଣ କରିଥିବାରୁ ଅନ୍ୟ ଦଲାଲମାନେ ଏବେ ଜିଲାପାର ହୋଇ ଯାଇଥିବା ଚର୍ଚ୍ଚା ହେଉଛି। ଆଉ କେତେଜଣ ତାଙ୍କ କାର୍ଯ୍ୟ ଛାଡ଼ି ସୁରକ୍ଷିତ ସ୍ଥାନରେ ଯାଇ ଆତ୍ମଗୋପନ କରିଥିବା କୁହାଯାଉଛି। ଅପରପକ୍ଷରେ ମାସର ଚତୁର୍ଥ ଶନିବାର ବିଭିନ୍ନ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧରେ ଖୋଲା ଥିଲେ ମଧ୍ୟ ଅନେକ ଅଧିକାରୀଙ୍କ ଦେଖା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?