Posted inଜାତୀୟ

ମୃତ ଶିଶୁକୁ ପୋତିବାକୁ ଯାଉଥିବା ବେଳେ ଉଦ୍ଧାର ହେଲା ଜୀବନ୍ତ ଶିଶୁ

ବରେଲି,୧୪।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଲୋକ କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲି ଜିଲାରେ। ଜଣେ ବ୍ୟକ୍ତି ନିଜର ମୃତ ଶିଶୁକୁ ଶ୍ମଶାନକୁ ପୋତିବାକୁ ନେଇଥିବା ବେଳେ ସେଠାରୁ ଏକ ଜୀବନ୍ତ ଶିଶୁ ଉଦ୍ଧାର ହୋଇଛି। ଶିଶୁଟିକୁ ଭଗବାନଙ୍କ ଉପହାର ଭାବି ବ୍ୟକ୍ତି ଜଣଙ୍କ ନିଜ ଘରକୁ ଆଣିଛନ୍ତି। ସୂଚନାଯୋଗ୍ୟ, ବରେଲିର ସିବିଗଞ୍ଜ ନିକଟସ୍ଥ ଓ୍ବେଷ୍ଟିର୍ନ କଲୋନୀରେ ରହୁଥିବା ହିତେଶ ସିରୋହୀଙ୍କ ଘରେ ଗୁରୁବାର ଏକ ଶିଶୁକନ୍ୟା ଜନ୍ମ ନେଇଥିଲା। ଜନ୍ମ ନେବାର କିଛି ଘଣ୍ଟା ମଧ୍ୟରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ହିତେଶ ଓ ପରିବାରର କିଛି ସଦସ୍ୟ ମୃତ ଶିଶୁକନ୍ୟାକୁ ପୋତିବା ପାଇଁ ଶ୍ମଶାନକୁ ଯାଇଥିଲେ। ସେଠାରେ ୩ ରୁ ୪ ଫୁଟ ପର୍ଯ୍ୟନ୍ତ ଖାଲ ଖୋଳୁଥିବା ବେଳେ କୋଦାଳଟି ଏକ ମାଟି ହାଣ୍ଡିରେ ବାଜିଥିଲା। ମାଟି ହାଣ୍ଡିକୁ ବାହାର କରାଯିବା ପରେ ସେଥି ମଧ୍ୟରୁ ଏକ ଜୀବନ୍ତ ନବଜାତ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ। ହିତେଶ ସଙ୍ଗେ ସଙ୍ଗେ ଶିଶୁକୁ କୋଳାଗ୍ରତ କରି ଭଗବାନଙ୍କ ଉପହାର ଭାବି ଘରକୁ ନେଇଆସିଥିଲେ। ବର୍ତ୍ତମାନ ଶିଶୁଟିର ବରେଲି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅନ୍ୟପଟେ ଶିଶୁକନ୍ୟାକୁ ଜୀବନ୍ତ ଅବସ୍ଥାରେ କିଏ ପୋତିଛି ସେନେଇ ଖୋଳତାଡ କରାଯାଉଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖୁଛନ୍ତି କି? ସାବଧାନ! ଆପଣଙ୍କ ପକେଟ୍‌ ଉପରେ ପଡ଼ିପାରେ ଭାରି…

ନୂଆଦିଲ୍ଲୀ, ୧୫।୭: ଆଜିର ଡିଜିଟାଲ ଯୁଗରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ ହୋଇଯାଇଛି। ବ୍ୟାଙ୍କକୁ ନଯାଇ ଘରେ ବସି ମୋବାଇଲ୍ ସାହାଯ୍ୟରେ ମିନିଟ୍‌କ ମଧ୍ୟରେ ନୂଆ…

କାର ଭିତରୁ ରାଇଫଲ ସହ ୯୩ ହଜାର ଜବତ: ୩ ଜଣଙ୍କୁ କୋର୍ଟଚାଲାଣ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଚେକିଂ ଚାଲିଥିବା ସମୟରେ ଗତକାଲି ଏକ ବେଆଇନ ଦେଶୀ ବନ୍ଧୁକ ସହ ୯୩ ହଜାର ଜବତ ହୋଇଛି। ଏହି…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

୨ ଯୁବକଙ୍କୁ ପ୍ରେମ କରୁଥିଲେ ନର୍ସ: ଧରାପଡ଼ିବା ପରେ ନେଲେ ଚରମ ନିଷ୍ପତ୍ତି

ଭୁବନେଶ୍ୱର,୧୫।୭: ତ୍ରିକୋଣୀୟ ପ୍ରେମ ପାଇଁ ସାଜିଲା କାଳ। ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର। ମୃତ ଯୁବତୀ ଜଣଙ୍କ ପଟିଆର ଏକ…

ସମ୍ପର୍କରେ କଳଙ୍କ: ଦୁଇ ନାବାଳିକା ଝିଅଙ୍କୁ ଭୟଭୀତ କରି ବଳାତ୍କାର କରୁଥିଲେ ବାପା; ମା’ ଜାଣିବା ପରେ…

ବସ୍ତି,୧୫।୭: ଉତ୍ତର ପ୍ରଦେଶର ବସ୍ତି ଜିଲା କଲୱାରୀ ଥାନା ଅଞ୍ଚଳରୁ ଏକ ଅତି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ପିତା ନିଜର ଦୁଇ ନାବାଳିକା ଝିଅଙ୍କ…

କିରୋସିନ ଢାଳି ନିଜକୁ ଜାଳିଦେଲେ ଯୁବତୀ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

ବ୍ରହ୍ମପୁର, ୧୫।୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗରରେ ଏକ ଅଭାବନୀୟ ଘଟଣା ବୁଧବାର ଘଟିଛି। ଜଣେ ଯୁବତୀ ଘର ଭିତରେ ନିଜ…

ଭିଟାମାଟି ଛାଡ଼ି ଯିବା ପରେ ବି ପିଛା ଛାଡ଼ିଲାନି ମୃତ୍ୟୁ, ୧୪ ବର୍ଷ ପରେ ଖୋଜିଖୋଜି ମାରିଲା ହାତୀ, ଲୋମ ଟାଙ୍କୁରି ଉଠିବ ଏହି ଘଟଣା

କାଠମାଣ୍ଡୁ, ୧୫।୭: ମୃତ୍ୟୁମୁଖରୁ ବୋଧହୁଏ କେହି ବର୍ତ୍ତିପାରିବେ ନାହିିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛି ନେପାଳର ଏକ ଭୟଙ୍କର ଜଙ୍ଗଲୀ ହାତୀ। ଯାହାର ନାଁ…

୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

ରୁପ୍ରା ରୋଡ, ୧୫।୭(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକାକୁ ମିଶାଇ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri