ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖାଯିବ: ସୀତାରାମନ୍‌

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ସଡ଼କ ଏବଂ ଭିତ୍ତିଭୂମି ନିର୍ମାଣ ସେସ୍‌ ବାବଦରେ ସେସ୍‌ ଆଦାୟ ବୃଦ୍ଧି କରିଛନ୍ତି। ଏଥିଯୋଗୁ ଦରଦାମ ବଢ଼ିବା ସହିତ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏହାର ଉତ୍ତର ଦେଇ ସୀତାରାମନ୍‌ ଶନିବାର କହିଛନ୍ତି ଯେ, ମୁଦ୍ରାସ୍ଫୀତି ଏବେ ନିୟନ୍ତ୍ରଣରେ ରହିଛି ଏବଂ ସରକାର ଏହା ଉପରେ କ୍ରମାଗତ ନଜର ରଖିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, ସରକାର ଗତ ୫ ବର୍ଷରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିଛନ୍ତି। ଏହା ସର୍ବଦା ନିମ୍ନ ସ୍ତରରେ ରହିଥିଲା ଏବଂ ଏହା ୪% ଉପରକୁ ଉଠି ନ ଥିଲା। ସ୍ଥିତି ବିଗିଡିବା ମାତ୍ରେ ସରକାର ତୁରନ୍ତ ପଦକ୍ଷେପ ନେଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ତେଲ ଦର ବଢ଼ିଲେ ମଧ୍ୟ ଆଗାମୀ ଦିନରେ ଏହା ନିୟନ୍ତ୍ରଣରେ ରହିବ। ସରକାର ଏହା ଉପରେ କଡ଼ା ନଜର ରଖିବେ। ଉଲ୍ଲେଖ କରାଯାଇପାରେ ଯେ, ସରକାର ଦରଦାମରେ ସ୍ଥିରତା ଆଣିବା ଲାଗି ସରକାର ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଗଠନ କରିଛନ୍ତି। ଏହାଦ୍ୱାରା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ନିୟନ୍ତ୍ରଣ କରିବା ଏହାର ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri