ମୁଦ୍ରା ଋଣରେ ବଢୁଛି ଏନ୍‌ପିଏ

ନୂଆଦିଲ୍ଲୀ,୨୭-୧୧: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ଋଣ ଉପରେ ଏବେ ଅନାଦାୟ ଋଣ (ଏନ୍‌ପିଏ) ବଢୁଛି। ମଙ୍ଗଳବାର ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ଏମ୍‌.କେ.ଜୈନ ବ୍ୟାଙ୍କଗୁଡିକୁ ସତର୍କ କରାଇଛନ୍ତି। ମୁଦ୍ରାରେ ବର୍ତ୍ତମାନ ସୁଦ୍ଧା ୩.୨୧ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଏହି ଋଣ ଉପରେ ନଜର ରଖିବା ସହ ଏହାକୁ ମନିଟର କରିବା ଉଚିତ। ଏହି ବର୍ଗରେ ବେପରୁଆ ଭାବେ ଋଣ ପ୍ରଦାନ ଦ୍ୱାରା ଋଣ ଅଭିବୃଦ୍ଧି ହେଲେ ଏହା ସମଗ୍ର ବ୍ୟାଙ୍କିଙ୍ଗ ସିଷ୍ଟମ ଲାଗି ଅସୁବିଧା ସୃଷ୍ଟି କରିବ ବୋଲି ଜୈନ ଚେତାଇ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ଏପ୍ରିଲ ୨୦୧୫ରେ ଶୁଭାରମ୍ଭ କରିଥିଲେ। କ୍ଷୁଦ୍ର ସଂସ୍ଥାଗୁଡିକୁ ଉତ୍ସାହିତ କରିବା ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତ୍ୱରିତ ଋଣ ପ୍ରଦାନ ବ୍ୟବସ୍ଥା ଏଥିରେ ରହିଥିଲା। ଋଣ ପ୍ରଦାନ ଦ୍ୱାରା ଅନେକ ଲୋକଙ୍କୁ ଗରିବୀରୁ ବାହାରକୁ ଆଣିବା ଦିଗରେ କାର୍ଯ୍ୟ କରୁଛି। ହେଲେ ଏକ୍ଷେତ୍ରରେ ବଢୁଥିବା ଅନାଦାୟ ଋଣକୁ ମଧ୍ୟ ନଜର ରଖିବାକୁ ହେବ ବୋଲି ସିଡବୀର ଏକ କାର୍ଯ୍ୟକ୍ରମରେ ଜୈନ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ପ୍ରଦାନ କରାଯାଉଥିବା ଋଣର ପୁନଃପଇଠ କ୍ଷମତାକୁ ବ୍ୟାଙ୍କର ଦେଖିବା ଉଚିତ। ମୁଦ୍ରାରେ ଦିଆଯାଇଥିବା ମୋଟ ଋଣ ମଧ୍ୟରୁ ଏନ୍‌ପିଏ ପରିମାଣ ୨୦୧୮-୧୯ରେ ୨.୬୮% ବଢିଛି। ଏହା ୨୦୧୭-୧୮ରେ ଏଥିରେ ୨.୨୫% ବୃଦ୍ଧି ଘଟିଥିଲା ବୋଲି ସରକାର ଜୁଲାଇରେ ସଂସଦରେ ସୂଚନା ଦେଇଥିଲେ। ଉକ୍ତ ଯୋଜନା ଆରମ୍ଭ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୧୯୦ ନିୟୁତ ଋଣ ମଞ୍ଜୁର କରାଯାଇଛି। ଏହି ଋଣ ଆକାଉଣ୍ଟଗୁଡିକ ମଧ୍ୟରୁ ୨୦୧୯ ମାର୍ଚ୍ଚ ସୁଦ୍ଧା ୩୬.୩ ନିୟୁତ ଆକାଉଣ୍ଟରେ ଋଣ ଏନ୍‌ପିଏ ହୋଇଥିବା ସରକାରଙ୍କ ତଥ୍ୟରୁ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରୁ ମିଳିଥିବା ଏକ ତଥ୍ୟ ମୁତାବକ ମୁଦ୍ରା ଋଣରେ ଏନ୍‌ପିଏ ୨୦୧୮-୧୯ରେ ୧୨୬% ବୃଦ୍ଧି ଘଟିଛି। ଏହା ୯୨୦୪.୧୪ କୋଟି ଟଙ୍କା ବଢି ୧୬,୪୮୧.୪୫ କୋଟି ଟଙ୍କା ଛୁଇଁଛି। ୨୦୧୭-୧୮ରେ ଏହି ୭,୨୭୭.୩୧ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri