ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଲୋଡ଼ିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୫।୫ (ବ୍ୟୁରୋ): ଗ୍ରୀନ୍‌ ଜୋନ୍‌ କରୋନା(କୋଭିଡ୍‌-୧୯) ମୁକ୍ତ। ସେହି ସବୁ ଅଞ୍ଚଳରେ ଗମନାଗମନ ପାଇଁ ବସ୍‌ ଚାଲିପାରିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଲାଇବାକୁ ଅନୁମତି ଦିଆଯାଇଛି। ତେବେ ଏ ନେଇ କୌଣସି ସ୍ପଷ୍ଟ ଗାଇଡ ଲାଇନ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇ ନ ଥିବାରୁ ଘରୋଇ ବସ୍‌ ମାଲିକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କହିବା କଥା ହେଲା ୫୦ ପ୍ରତିଶତ ଯାତ୍ରୀ ନେଇ ବସ ଚଲାଇବା ସମ୍ଭବ ନୁହେଁ। ଏହାଦ୍ୱାରା ବସ୍‌ ମାଲିକଙ୍କୁ ବହୁ କ୍ଷତି ସହିବାକୁ ପଡ଼ିବ। କେଉଁଠି ଗ୍ରୀନ୍‌ ଜୋନ୍‌ ଆରମ୍ଭ ହେଉଛି ଓ ଶେଷ ହେଉଛି ସେ ନେଇ ସ୍ପଷ୍ଟ କରାଯାଇ ନାହିଁ। ଗାଡି ଚଳାଇବା ନେଇ ରାଜ୍ୟ ସରକାର ଏକ ଆଡଭାଇଜରି ଜାରି କରନ୍ତୁ ବୋଲି ସଂଘ ଦାବି କରିଛି। ଏ ନେଇ ସଂଘ ସରକାରଙ୍କ ନିକଟରେ କେତେକ ଦାବି ଉପସ୍ଥାପନ କରିଛି। ବୀମା ଅବଧି ୬ ମାସ ବୃଦ୍ଧି, ବ୍ୟାଙ୍କ ଋଣର ସୁଧ ୬ ମାସ ପାଇଁ ଛାଡ଼, ଡିଜେଲ ଉପରୁ ଭ୍ୟାଟ୍‌ ଓ ସେସ୍‌ ଛାଡ଼, ଟୋଲ୍‌ଗେଟ ଶୁଳ୍କ ଛାଡ଼ କରିବା, ରାଜ୍ୟ ସରକାର ବସ୍‌ଗୁଡ଼ିକ ଉପରୁ ୬ ମାସ ପାଇଁ ଟିକସ ଛାଡ଼ ସହ ଅନ୍ୟାନ୍ୟ ଦାବିକୁ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଛି। ସରକାର ଏହା ଉପରେ ବିଚାର କରିବା ପରେ ବସ୍‌ ଚାଲିବ ବୋଲି ରବିବାର ଅନୁଷ୍ଠିତ ସଂଘର ଜରୁରୀ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବା ନେଇ ଏକ ପ୍ରସ୍ତାବ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ୍‌ ଗ୍ରୀନ୍‌ ଜୋନ୍‌ରେ ଯାତ୍ରୀବାହୀ ବସ୍‌ ଚାଲିବା ନେଇ ବ୍ୟବସ୍ଥା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟକୁୁ ଫାଇଲ ଯାଇଛି। ଅନୁମୋଦନ ପରେ ବସ୍‌ ଚାଲିବା ପ୍ରକ୍ରିିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଘରୋଇ ବସ୍‌ ମାଲିକମାନେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଗ୍ରୀନ୍‌ ଜୋନ୍‌ରେ କେବଳ ବସ ଚାଲିପାରିବ। ଗ୍ରୀନ୍‌ ଜୋନ୍‌କୁ ଯିବାବେଳେ ଯେପରି ରେଡ୍‌ କିମ୍ବା ଅରେଞ୍ଜ ଜୋନ୍‌ ଦେଇ ବସ୍‌ ନ ଯିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଅର୍ଥାତ ଗ୍ରୀନ ଜୋନ୍‌ରେ ଆସୁଥିବା ଜିଲା ସମ୍ବଲପୁରରୁ ଅନୁଗୋଳ, କଳାହାଣ୍ଡିରୁ ନୂଆପଡ଼ାକୁ ବସ୍‌ ଚଳାଚଳ କରିପାରିବ ବୋଲି ସେ କହିଛନ୍ତି।
ସରକାରଙ୍କୁ ଦାବି ସମ୍ପର୍କରେ ଜଣାଇ ଦିଆଯାଇଛି। ସରକାରଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri