ମିସେସ୍‌ ଇଣ୍ଡିଆ ପାଇଁ ଭୁବନେଶ୍ୱର ଚୟନ ପ୍ରକ୍ରିୟା ୨୧ରେ

ଭୁବନେଶ୍ୱର,୧୯।୭(ବ୍ୟୁରୋ) : ମିସେସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତା ପାଇଁ ଭୁବନେଶ୍ୱରରେ ଅଡିସନ ବା ଚୟନ ପ୍ରକ୍ରିୟା ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାଶନାଲ (ଏଚ୍‌ଏଚ୍‌ଆଇ) ଠାରେ ଆସନ୍ତା ଜୁଲାଇ ୨୧ରେ ଅପରାହ୍ନ ୧୨.୩୦ରୁ ୪ଟା ମଧ୍ୟରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଏଆର ଏଣ୍ଟରଟେନମେଣ୍ଟ ଗ୍ରୁପ ଦ୍ୱାରା ପରିଚାଳିତ ହେବ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଯେ କୌଣସି ବିବାହିତା ମହିଳା(http://armrsindia.com/registration/)ରେ ରେଜିଷ୍ଟ୍ରେସନ କରିପାରିବେ। ଏହି ପ୍ରତିଯୋଗିତା ଲକ୍ଷ୍ନୌ, ପୁନେ, ଦିଲ୍ଲୀ, କୋଲକାତା, ଗୁଆହାଟି, ଜୟପୁର, ଚଣ୍ଡିଗଡ଼, ଗୁରୁଗାଓଁ, ଡେରାଡୁନ, ଉଦୟପୁର, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପାଟନା ଓ ରାଞ୍ଚିରେ ଅନୁଷ୍ଠିତ ହୋଇସାରିଛି। ଏହି ଚୟନ ପ୍ରକ୍ରିୟାରେ ଜାତୀୟ ପୁରସ୍କାର ପ୍ରାପ୍ତ ବଲିଉଡ୍‌ ଟେଲିଭିଜନ ଅଭିନେତ୍ରୀ ପ୍ରକୃତି ମିଶ୍ର, ଟେଲିଭିଜନ କଳାକାର ରେହାନ ରାୟ, ସିନ୍‌ ଦାସ, ସିୱାନି ଚକ୍ରବର୍ତ୍ତୀ ଏବଂ ଆଲୋକ ନରୁଲା ଆଦି ଚୟନକର୍ତ୍ତା ଭାବେ ଯୋଗ ଦେବେ। ଏହି ଚୟନ ପ୍ରକ୍ରିୟାର ପ୍ରଥମ ରାଉଣ୍ଡରେ ପ୍ରତିଯୋଗୀମାନେ ରାମ୍ପ ସହ ନିଜ ପରିଚୟ ପ୍ରଦାନ କରିବେ। ଦ୍ୱିତୀୟ ରାଉଣ୍ଡରେ ପ୍ରତିଯୋଗୀମାନେ ନିଜର ସଙ୍ଗୀତ, ନୃତ୍ୟ ଓ ଅଭିନୟ ଆଦି କଳା ପ୍ରଦର୍ଶନ କରିବେ। ଶେଷରେ ତୃତୀୟ ରାଉଣ୍ଡରେ ପ୍ରତିଯୋଗୀମାନେ ଚୟନକର୍ତ୍ତାମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ସୁନ୍ଦରୀ ଓ ଆଶାବାଦୀ ମହିଳାମାନଙ୍କୁ ଏକ ଭବିଷ୍ୟତ ପାଇଁ ପ୍ଲାଟଫର୍ମ ଯୋଗାଇ ଦେବ ବୋଲି ପ୍ରତିଯୋଗିତାର ଆୟୋଜକ ଆଶିଷ ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri