ମାସ୍କ ବାଣ୍ଟୁଛନ୍ତି କଣ୍ଡକ୍ଟର

ମଦୁରାଇ: କରୋନା ସଂକ୍ରମଣ ରୋକିବା ଲାଗି ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ଜାରି ରହିଛି। ତେବେ ସରକାରଙ୍କ ଏହି ଉଦ୍ୟମକୁ କେତେଜଣ ବ୍ୟକ୍ତି ସ୍ବଇଚ୍ଛାରେ କରିବାରେ ଲାଗିଛନ୍ତି। ଆଉ ଏଥିପାଇଁ ନିଜେ ଖର୍ଚ୍ଚାନ୍ତ ହେବାକୁ ବି ପଛାଉ ନାହାନ୍ତି। ଏମିତି ଜଣେ ଉଦାର ହୃଦୟର ବ୍ୟକ୍ତି ହେଉଛନ୍ତି ଭି. କୃପାସ୍ବାମୀ।
ତାମିଲନାଡୁର ମଦୁରାଇ ଅଞ୍ଚଳରେ କୃପାସ୍ବାମୀ ବସ୍‌ କଣ୍ଡକ୍ଟର ଭାବେ କାମ କରନ୍ତି। ଏବେ ବସ୍‌ ଚଳାଚଳ ନେଇ ସରକାର କଟକଣାକୁ କୋହଳ କରିଥିବାରୁ ଅନେକେ ବସ୍‌ରେ ଯିବାଆସିବା ଆରମ୍ଭ ହୋଇଛିି। କିନ୍ତୁ ଏବେ ବି ଅନେକେ କରୋନା ସଂକ୍ରମଣ ନେଇ ସଚେତନ ନାହାନ୍ତି କିମ୍ବା କରୋନା ସମ୍ପର୍କରେ କିଛି ଜାଣନ୍ତି ନାହିଁ। ତେଣୁ ଏଭଳି ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୃପାସ୍ବାମୀ ଚିନ୍ତା କରିଥିଲେ। ଏଥିପାଇଁ ନିଜର ମାସିକ ଦରମା ଟଙ୍କା ଖର୍ଚ୍ଚକରି ମାସ୍କ ଏବଂ ପିପିଇ କିଟ୍‌ କିଣି ସେସବୁକୁ ଆବଶ୍ୟକ ଲୋକଙ୍କୁ ବାଣ୍ଟୁଛନ୍ତି। ଅବଶ୍ୟ ବର୍ତ୍ତମାନ ସମୟରେ ନିଜ ପରିବାରର ଜରୁରୀ ଆବଶ୍ୟକତା ମେଣ୍ଟାଇବା ପାଇଁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି, କିନ୍ତୁ ନିଜେ ଅସୁବିଧାରେ ରହି ବି ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚିନ୍ତା କରିଛନ୍ତି। ତାଙ୍କର ଏଭଳି କାମରେ ତାଙ୍କ ପରିବାର ଲୋକଙ୍କ ମଧ୍ୟ ପୂର୍ଣ୍ଣ ସମର୍ଥନ ରହିଛି। ତେଣୁ ସେ ତାଙ୍କର ପୂରା ଦରମା ଟଙ୍କାକୁ ମାସ୍କ କିଣି ବାଣ୍ଟିବାରେ ଖର୍ଚ୍ଚ କରିଦେଇଛନ୍ତି। ତେଣୁ ଘରଖର୍ଚ୍ଚ ଏବଂ ପିଲାଙ୍କ ପାଠପଢା ଖର୍ଚ୍ଚ ଆସନ୍ତା ମାସରେ ଦେବାପାଇଁ ଚିନ୍ତା କରିଛନ୍ତି। ତାଙ୍କ ମତରେ ଲୋକେ ସଚେତନ ହୋଇ ମାସ୍କ ପିନ୍ଧିଲେ କରୋନା ଭାଇରସ୍‌ ନିୟନ୍ତ୍ରଣ ହୋଇପାରିବ ଏବଂ ସମସ୍ତେ ଭଲରେ ଜୀବନଯାପନ କରିପାରିବେ। ତେଣୁ ଏ ସମୟରେ ସମସ୍ତେ ଏଭଳି ସଚେତନ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri