Posted inଜାତୀୟ

ମାଳଦ୍ୱୀପରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌

ନୂଆଦିଲ୍ଲୀ,୨ା୯:ମାଳଦ୍ୱୀପ ପାର୍ଲାମେଣ୍ଟରେ ରବିବାର ଅନୁଷ୍ଠିତ ଚତୁର୍ଥ ଦକ୍ଷିଣ ଏସିଆ ବାଚସ୍ପତି ସମ୍ମିଳନୀରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାକୁ ନେଇ ହଟ୍ଟଗୋଳ ହୋଇଛି। ସମିଟ୍‌ରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଉପରେ ଆଲୋଚନା ଚାଲିଥିବାବେଳେ ପାକ୍‌ ଉପବାଚସ୍ପତି କାସିମ୍‌ ସୁରି ୩୭୦ ଉଚ୍ଛେଦ ପରବର୍ତ୍ତୀ କଶ୍ମୀର ସ୍ଥିତି ସମ୍ପର୍କରେ କହିଥିଲେ। ଏହାର ଜବାବରେ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ କହିଥିଲେ, ୧୯୭୧ରେ ବାଂଲାଦେଶ ଗଣହତ୍ୟାରେ ସମ୍ପୃକ୍ତ ଓ ବେଆଇନ ଭାବେ ପିଓକେକୁ ଦଖଲ କରିଥିବା ଦେଶର ଅନ୍ତର୍ଜାତୀୟ ସ୍ତରରେ ଏଭଳି ପ୍ରସଙ୍ଗ ଉଠାଇବାର ନୈତିକ ଅଧିକାର ନାହିଁ। ଏଭଳି ଏକ ଫୋରମରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଇବାକୁ ସେ ଦୃଢ଼ ବିରୋଧ କରିଥିଲେ। ସମିଟ୍‌ର ଲକ୍ଷ୍ୟଠାରୁ ଦୂରେଇ ଯାଇ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ଏହାକୁ ରାଜନୀତିକରଣ କରାଯାଇପାରିବ ନାହିଁ। ଏସ୍‌ଡିଜି ଆଲୋଚନାବେଳେ ପାକିସ୍ତାନ ଉଠାଇଥିବା ପ୍ରସଙ୍ଗକୁ ସ୍ଥାନ ଦିଆଯାଇପାରିବ ନାହିଁ ବୋଲି ସେ କହିଥିଲେ। ଏହି ସମିଟରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ପାକିସ୍ତାନ ଏହାକୁ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଉଠାଇବାକୁ ଉଦ୍ୟମ ଚଳାଇଥିବାବେଳେ ଏହା ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଭାରତ କହିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri