Posted inଜାତୀୟ

ମାନ୍ଦାବସ୍ଥାର ପ୍ରଭାବ: ସାବୁନ ଦର ହ୍ରାସ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୯ା୮: ଦେଶରେ ମାନ୍ଦାବସ୍ଥା ଏଭଳି ମାଡି ଆସିଛି ଯେ, ଅଟୋମୋବାଇଲ, ରିଏଲ୍‌ ଇଷ୍ଟେଟ୍‌ ପରେ ଏବେ ସାବୁନ ତିଆରି କରୁଥିବା କମ୍ପାନୀ ନିଜର ଉତ୍ପାଦର ଦର ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ କମ୍ପାନୀ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ଦରହ୍ରାସ କରିସାରିଛନ୍ତି। କାରଣ ବଜାରରେ ଏବେ ସାବୁନ ବିକ୍ରି ଯଥେଷ୍ଟ ପରିମାଣରେ କମିଯାଇଛି। ଅନ୍ୟପକ୍ଷରେ ଆସାମର ଚା’ ଉଦ୍ୟୋଗ ଦରବୃଦ୍ଧି ନ ପାଇବା କାରଣରୁ ସ୍ଥାଣୁ ପାଲଟିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ହିନ୍ଦୁସ୍ତାନ ୟୁନିଲିଭର ଓ ଓ୍ବିପ୍ରୋ ଭଳି କମ୍ପାନୀ ଲକ୍ସ, ଲାଇଫବଏ, ଡଭ୍‌, ସନ୍ତୁର ଭଳି ସାବୁନ ଦର ୪ରୁ ୩୦ ପ୍ରତିଶତ କମାଇସାରିଲେଣି। ହିନ୍ଦୁସ୍ତାନ ୟୁନିଲିଭର ଲକ୍ସ, ଲାଇଫବଏ ପୋର୍ଟଫୋଲିଓର ଦର ୪ରୁ ୬ ପ୍ରତିଶତ ହ୍ରାସ କରିଥିବା ବେଳେ ଡଭ୍‌ ଦର ୨୦ରୁ ୩୦ ପ୍ରତିଶତ କମାଇଛି। ଓ୍ବିପ୍ରୋ ମଧ୍ୟ ସନ୍ତୁର ବ୍ରାଣ୍ଡ୍‌ର ସାବୁନ ଦର ହ୍ରାସ କରିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶର ୨୦,୯୬୦ କୋଟି ଟଙ୍କାର ଟଏଲେଟ ସାବୁନ ମାର୍କେଟରେ ଲାଇଫବଏ ଏବଂ ଲକ୍ସ ପ୍ରାଧାନ୍ୟ ବିସ୍ତାର କରିଛି। ଘରେ ବ୍ୟବହାର ମାମଲାରେ ଲାଇଫବଏ ଦେଶରେ ସର୍ବାଧିକ ଆଦୃତ ସାବୁନ କୁହାଯାଉଛି। ପର୍ସନାଲ କେୟାର ସେକ୍ସନରେ ସାବୁନ ସବୁଠାରୁ ବଡ଼ କ୍ୟାଟେଗରି ଭାବେ ପରିଗଣିତ ହୋଇଥାଏ। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ(ଏଚ୍‌ୟୁଏଲ୍‌)ର କହିବାନୁଯାୟୀ ସୌନ୍ଦର୍ଯ୍ୟ ଏବଂ ପର୍ସନାଲ କେୟାର ମଧ୍ୟରେ ତୁଳନା କଲେ ଏହା ସ୍ପଷ୍ଟ ହେଉଛି ଯେ, ପର୍ସନାଲ କେୟାର ସେଗ୍‌ମେଣ୍ଟରେ ଦର ସ୍ଥିର ରହିଥିଲା। ତେବେ ଚାହିଦା ହ୍ରାସ କାରଣରୁ କମ୍ପାନୀ ଦର କମାଇବାକୁ ନିଷ୍ପତ୍ତି ନେଇଛି। ଷ୍ଟକ୍‌ ମାର୍କେଟକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏଚ୍‌ୟୁଏଲର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ୭ ମାସର ସର୍ବନିମ୍ନ ସ୍ତରରେ ରହିଛି। ଏହି ସମୟରେ କମ୍ପାନୀର ଅଭିବୃଦ୍ଧି ହାର ୫% ରହିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ୧୨% ରହିଥିଲା। କ୍ରମାଗତ ଭାବେ ୨ ତ୍ରୈମାସରେ ଏଚ୍‌ୟୁଏଲ୍‌ର ଅଭିବୃଦ୍ଧି ୧୦ ପ୍ରତିଶତରୁ କମ୍‌ ରହିଛି।
ଅପରପକ୍ଷରେ ୧୭୦ ବର୍ଷର ଆସାମ ଚା ଉଦ୍ୟୋଗ ଉପରେ ଏବେ ମାନ୍ଦାବସ୍ଥା ପ୍ରଭାବ ଦେଖିବାକୁ ମିଳିଛି। ଉତ୍ପାଦନ ଖର୍ଚ୍ଚ ବଢ଼ିବା ଏବଂ ଚା ଦର ସ୍ଥିର ରହିବା କାରଣରୁ ଏହି ଉଦ୍ୟୋଗ ଉପରେ ଏବେ ବିପଦ ମାଡି ଆସିଛି। ଏହି କାରଣରୁ ଏବେ ଆସାମର ଚା’ବଗିଚା ମାଲିକମାନେ ଚାପରେ ରହିଛନ୍ତି। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ଚାହିଦା କମିବା, ପରିବହନ ଖର୍ଚ୍ଚ ବଢ଼ିବା, ନିଲାମରେ ଉଚିତ ମୂଲ୍ୟ ନ ମିଳିବା ତଥା ଅଚାନକ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଯୋଗୁ ଏବେ ଆସାମ ଚା ଉଦ୍ୟୋଗ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଛି ବୋଲି ଟି ଆସୋସିଏଶନ ଅଫ୍‌ ଇଣ୍ଡିଆ ସମ୍ପାଦକ ଦିପାଞ୍ଜଳ ଡେକା କହିଛନ୍ତି। ସେ କହିଛନ୍ତି ଯେ, ୨୦୧୪ରେ ଆସାମରେ ଚା’ ନିଲାମ ବେଳେ କେଜି ୧୫୦ ଟଙ୍କା ମିଳୁଥିବା ବେଳେ ରାଷ୍ଟ୍ରୀୟ ସ୍ତରରେ ଏହା ୧୩୦.୯୦ ଟଙ୍କା ଥିଲା। ୨୦୧୮ରେ ମୂଲ୍ୟରେ ସାମାନ୍ୟ ବୃଦ୍ଧି ପାଇ ୧୫୬.୪୩ ଟଙ୍କା ହୋଇଥିବା ବେଳେ ରାଷ୍ଟ୍ରୀୟ ସ୍ତରରେ ଏହା ୧୩୮.୮୩ ଟଙ୍କା ଥିଲା। ଏହି ଅବସ୍ଥାରେ ଏବେ ସେପରି କିଛି ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri