ମାନ୍ଦାବସ୍ଥା ଲଢ଼େଇରେ ଆର୍‌ବିଆଇ; ୨୫ ବେସିସ ପଏଣ୍ଟ କମାଇଲା ରିଭର୍ସ ରେପୋ

ମୁମ୍ବାଇ,୧୭।୪: କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ମାନ୍ଦାବସ୍ଥା ଲଢ଼େଇ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆଗେଇ ଆସିଛି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଲକ୍‌ଡାଉନ ଅବଧିକୁ ମେ ୩ ଯାଏ ବଢ଼ାଯାଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଥିବାରୁ ସମସ୍ୟାରେ ରହିଥିବା କ୍ଷେତ୍ରଗୁଡିକୁ ପ୍ୟାକେଜ ପ୍ରଦାନ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ପରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଆଣିବା ଲାଗି ବିଭିନ୍ନ ଘୋଷଣା କରାଯାଇଛି। ପଦକ୍ଷେପ ଅନ୍ତର୍ଗତ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଅତିରିକ୍ତ ନଗଦକୁ କେନ୍ଦ୍ରୀୟ ବ୍ୟାଙ୍କରେ ଜମା ନ ରଖି ଏହାକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଫଳରେ ବ୍ୟବସ୍ଥାକୁ ଅଧିକ ପୁଞ୍ଜି ପ୍ରବାହ ହେବ ବୋଲି ଆଶା କରାଯାଉଛି। ସେହିଭଳି କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକର ଡେଟ୍‌ ପେପର୍ସ ବା ଋଣ ପତ୍ର କ୍ରୟ କରିବାକୁ ବ୍ୟାଙ୍କଗୁଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ବର୍ତ୍ତମାନର ଘୋଷଣା ଦ୍ୱାରା ବଜାରରେ ୧ ଲକ୍ଷ କୋଟି ଟଙ୍କାର ନଗଦ ଉପଲବ୍ଧ ହେବ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବ୍ୟବସ୍ଥାରେ ସ୍ଥାୟିତ୍ୱ ଆଣିବା ଦିଗରେ ସହାୟକ ହେବ ବୋଲି ପଦକ୍ଷେପ ଘୋଷଣାକରି ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ବର୍ତ୍ତମାନର ପଦକ୍ଷେପ ମୁତାବକ କେନ୍ଦ୍ରୀୟ ବ୍ୟାଙ୍କ ରିଭର୍ସ ରେପୋକୁ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ଏହା ୩.୭୫%କୁ ଖସିଛି। ମାର୍ଚ୍ଚ ୨୭%ରେ ରିଜର୍ଭ ବ୍ୟାଙ୍କ ଏଥିରେ ୯୦ ବେସିସ୍‌ ପଏଣ୍ଟ ହ୍ରାସ କରିଥିଲା। ଏହି ସମୟରେ ରେପୋ ରେଟ୍‌ରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଥିଲା। ଗତ ଥର ହ୍ରାସ କରାଯାଇଥିବା ରିଭର୍ସ ରେପୋ ହାର ବିଶେଷ ଭାବେ କାମ କରିନାହିଁ। ଋଣ ପ୍ରଦାନ ବାଦ୍‌ ବ୍ୟାଙ୍କଗୁଡିକ ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଶି କେନ୍ଦ୍ରୀୟ ବ୍ୟାଙ୍କରେ ଜମା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କଠାରୁ ଟାର୍ଗେଟେଡ୍‌ ଲଙ୍ଗ୍‌ଟର୍ମ ରେପୋ ଅପରେଶନ୍ସ(ଟିଏଲ୍‌ଟିଆର୍‌ଓ)ରେ ବ୍ୟାଙ୍କଗୁଡିକ ଉଠାଉଥିବା ମୋଟ ରାଶିର ୫୦% କ୍ଷୁଦ୍ର ଏନ୍‌ବିଏଫ୍‌ସିଗୁଡିକୁ ଋଣ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଯାଏ ଏହି ବ୍ୟବସ୍ଥାରେ ବ୍ୟାଙ୍କଗୁଡିକ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଉଠାଇଛନ୍ତି। ଏହା ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଟିଏଲ୍‌ଟିଆର୍‌ଓ ଅକ୍ସନର ୨୫ ହଜାର କୋଟି ଟଙ୍କା ସାମିଲ ରହିଛି। କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ ଏବେ ଯାଏ ପୂରଣ ହୋଇପାରିନାହିଁ। କାରଣ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଫାର୍ମ ଏବଂ ରାଷ୍ଟ୍ରାୟତ୍ତ ଏଜେନ୍ସିଗୁଡିକୁ ହିଁ ସହାୟତା ପ୍ରଦାନ କରିଛନ୍ତି।
ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ଅନ୍ୟ ଏକ ଟିଏଲ୍‌ଟିଆର୍‌ଓ ଓ୍ବିଣ୍ଡୋ ସହ ଆସିଛି। ଏହାର ମୂଲ୍ୟ ୫୦ ହଜାର କୋଟି ଟଙ୍କା ରହିଛି। ଆବଶ୍ୟକ ହେଲେ ଏଭଳି ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ପଦକ୍ଷେପ ଏନ୍‌ବିଏଫ୍‌ସିଗୁଡିକ ଲାଗି ସହାୟକ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏନ୍‌ବିଏଫ୍‌ସିଗୁଡିକ ଲାଗି ମୋରାଟୋରିୟମ ବୃଦ୍ଧି ହେବ କି ନାହିଁ ତାହା ବ୍ୟାଙ୍କଗୁଡିକ ଊପରେ ଛଡାଯାଇଛି। ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସବୁ ଆକାଉଣ୍ଟଗୁଡ଼ିକୁ ମୋରାଟୋରିୟମ ସୁବିଧା ଦିଆଯାଇଛି। ଏଗୁଡ଼ିକର କିସ୍ତି ନ ପ୍ରଦାନ କରାଗଲେ ମଧ୍ୟ ଏନ୍‌ପିଏ ହେବ ନାହିଁ ବୋଲି ଶକ୍ତିକାନ୍ତ କହିଛନ୍ତି। ଏଣୁ ଏ କ୍ଷେତ୍ରରେ ବ୍ୟାଙ୍କଗୁଡିକ ଏନ୍‌ବିଏଫ୍‌ସିଙ୍କୁ ମୋରାଟୋରିୟମ ସୁବିଧା ଦେବାରେ କୌଣସି ଅସୁବିଧା ନାହିଁ। ରିଜର୍ଭ ବ୍ୟାଙ୍କର ଏଭଳି ବିଭିନ୍ନ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ମୋରାଟୋରିୟମ ଅନୁରୋଧକୁ ବ୍ୟାଙ୍କଗୁଡ଼ିକ ଯଦି ଠିକ୍‌ ଭାବେ ଏନ୍‌ବିଏଫ୍‌ସିକୁ ଦିଅନ୍ତି ତେବେ ଏହା ଦ୍ୱାରା ସଂସ୍ଥାଗୁଡିକରେ ନଗଦ ସମସ୍ୟା ଦେଖାଦେବ ନାହିଁ ବୋଲି ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସର ସିଇଓ ଉମେଶ ରେଭାଙ୍କର ସୂଚନା ଦେଇଛନ୍ତି।
ଅପରପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି), ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର କ୍ରେଡିଟ ନାବାର୍ଡ, ସ୍ମଲ ଇଣ୍ଡଷ୍ଟ୍ରିଜ ବୋର୍ଡ ଅଫ୍‌ ଇଣ୍ଡିଆ(ସିଡ୍‌ବି)କୁ ପୁନଃ ଋଣ ପ୍ରଦାନ ଓ୍ବିଣ୍ଡୋ ଖୋଲିବାକୁ କୁହାଯାଇଛି। ଏହି ସଂସ୍ଥାଗୁଡିକ ମଧ୍ୟ ୫୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଆର୍ଥତ୍କ ବର୍ଷ ମାର୍ଚ୍ଚଠାରୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ଅବଧି ମଧ୍ୟରେ ବ୍ୟାଙ୍କଗୁଡିକ ଲାଭାଂଶ ପ୍ରଦାନ ନ କରିବାକୁ କୁହାଯାଇଛି। ସେହିଭଳି ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଋଣ ପୁନର୍ଗଠନ ଅବଧି ୯୦ ଦିନକୁ ବଢ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଭାରତୀୟ ମୁଦ୍ରାକୁ ବଡ଼ ଝଟ୍‌କା! ଡଲାର ତୁଳନାରେ ୫୬ ପଇସା ହ୍ରାସ ପାଇଲା ଟଙ୍କା

ନୂଆଦିଲ୍ଲୀ,୯।୬:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିବା ପରେ ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ ହୋଇଥିବାରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri