ମାନ୍ଦାବସ୍ଥା ଯୋଗୁ କମିଲା ରେଲଓ୍ବେର ରାଜସ୍ବ

ନୂଆଦିଲ୍ଲୀ,୨୭-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ରେଲଓ୍ବେ ଉପରେ ପଡିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ପାସେଞ୍ଜର ଏବଂ ମାଲ ପରିବହନ ବର୍ଗରେ ରେଲଓ୍ବେ ରାଜସ୍ବ ଯଥାକ୍ରମେ ୧୫୫ ଏବଂ ୩୯୦୧ କୋଟି ଟଙ୍କା ହ୍ରାସ ଘଟିଛି। ଏହାର ପୂର୍ବ ତ୍ରୈମାସ ତୁଳନାରେ ଏହି ରାଜସ୍ବ ହ୍ରାସ ଘଟିଥିବା ସୂଚନା ଅଧିକାର ତଥ୍ୟରୁ ଏହା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ନିମୁଚ୍‌ ବାସିନ୍ଦା ଶେଖର ଗୌର ରେଲଓ୍ବେ ରାଜସ୍ବକୁ ନେଇ ଏକ ଆର୍‌ଟିଆଇ ଆବେଦନ କରିଥିଲେ। ୨୦୧୯-୨୦ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ରେଲଓ୍ବେ ପାସେଞ୍ଜର ଭଡା ବାବଦକୁ ୧୩,୯୯୮.୯୨ କୋଟି ଟଙ୍କା ଲାଭ ରାଜସ୍ବ ହାସଲ କରିଥିଲା। ଏହା ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ୧୩,୨୪୩.୮୧ କୋଟି ଟଙ୍କାକୁ ହ୍ରାସ ଘଟିଛି।
ସେହିଭଳି ଚଳିତ ବର୍ଷ ପ୍ରଥମ ତ୍ରୈମାସରେ ମାଲ ପରିବହନ ବାବଦକୁ ରେଲଓ୍ବେ ୨୯,୨୬୬.୯୨ କୋଟି ଟଙ୍କା ରାଜସ୍ବ ପାଇଥିଲା। ଏହା ଦ୍ୱିତୀୟ ତ୍ରୈମାସରେ ୨୫,୧୬୫.୧୩ କୋଟି ଟଙ୍କାକୁ ଖସି ଆସିଛି। ଟିକେଟ ବୁକିଂ ଉପରେ ମଧ୍ୟ ମାନ୍ଦାବସ୍ଥାର ପ୍ରଭାବ ଦେଖା ଦେଇଥିବା ଜଣାପଡିଛି। ଗତ ବର୍ଷ ସମାନ ସମୟ ତୁଳନାରେ ଚଳିତ ବର୍ଷ ଏପ୍ରିଲଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ବୁକିଂ ୧.୨୭% କମିଛି। ଏହାବାଦ ସବ୍‌ଅର୍ବାନ ରେଳ ଯାତ୍ରା ସମାନ ସମୟରେ ୧.୧୩% ହ୍ରାସ ଘଟିଥିବା ଆର୍‌ଟିଆଇ ତଥ୍ୟରୁ ସାମ୍ନାକୁ ଆସିଛି। ମାନ୍ଦାବସ୍ଥା ପ୍ରଭାବକୁ ହ୍ରାସ କରିବା ଲାଗି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ନିକଟରେ ଏହା ମାଲ ପରିବହନ ଟ୍ରାଫିକ ଉପରେ ଲାଗୁ ହେଉଥିବା ବିଜି ରିଜନ ସରଚାର୍ଜକୁ ରେଲଓ୍ବେ ଉଠାଇ ଦେଇଛି।
ଏହା ଏୟାର କଣ୍ଡିସନ ଚେୟାର କାର ଏବଂ ଏକଜିକ୍ୟୁଟିଭ୍‌ କାର ସିଟିଂ ଉପରେ ୨୫% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଆରମ୍ଭ କରିଛି। ୩୦ ବର୍ଷ ପୁରୁଣା ଡିଜେଲ ଇଞ୍ଜିନଗୁଡିକୁ ବାଦ ଦେବା ଲାଗି ଯୋଜନା ରହିଛି। ସେହିଭଳି ଇନ୍ଧନ ବିଲ୍‌ ହ୍ରାସ, ଅଣ ଭଡା ରାଜସ୍ବ ବୃଦ୍ଧି, ଜମିର ମୁଦ୍ରାକରଣ ଭଳି ବିଭିନ୍ନ ପ୍ରସଙ୍ଗକୁ ଏବେ ରେଲଓ୍ବେ ଗୁରୁତ୍ୱ ଦେଉଛି। ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ରେଳ ବୋର୍ଡ ଏହାର ୧୭ ଜୋନକୁ ଚିଠି ଲେଖିଥିଲା। ମାଲ ପରିବହନ କ୍ଷେତ୍ରରେ ହ୍ରାସ ହେବା ଏବେ ରେଲଓ୍ବେ ଲାଗି ଏକ ଚିନ୍ତାର କାରଣ ପାଲଟିଛି। ବର୍ଷା କୋଇଲା ପରିବହନକୁ ପ୍ରଭାବିତ କରିଥିବା ବେଳେ ମାନ୍ଦାବସ୍ଥା ଇସ୍ପାତ ଏବଂ ସିମେଣ୍ଟ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ପଦକ୍ଷେପ ନିଆଯାଉଥିବା ବେଳେ ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି ରେଲଓ୍ବେ ଶୀଘ୍ର ସକ୍ଷମ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri