ମାନ୍ଦାବସ୍ଥା ପ୍ରଭାବ;ଖସିଲା ମାନୁଫାକଚରିଂ କ୍ଷେତ୍ର ଅଭିବୃଦ୍ଧି

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରର ବିଭିନ୍ନ କ୍ଷେତ୍ର ଉପରେ ମାନ୍ଦାବସ୍ଥା ପ୍ରଭାବ ପଡିଛି। ଏବେ ବିନିର୍ମାଣ କ୍ଷେତ୍ରରେ ଏଭଳି ସ୍ଥିତି ଦେଖାଯାଇଛି। ଏଥି ଯୋଗୁ ଦେଶର ମାନୁଫାକଚରିଂ ଅଭିବୃଦ୍ଧି ୧୫ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ମାନୁଫାକଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମ୍‌ଆଇ) ଜୁଲାଇର ୫୨.୫% ଥିବା ବେଳେ ଏହା ହ୍ରାସ ଘଟି ଅଗଷ୍ଟ ମାସରେ ୫୧.୪% ରହିଛି। ଏହା ୨୦୧୮ ମେ ପରଠାରୁ ସର୍ବନିମ୍ନ ସ୍ତର। ୪୦୦ ଉତ୍ପାଦନକାରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିବା ବେଳେ ଏଥିରେ ନୂଆ ଅର୍ଡର, ଉତ୍ପାଦନ, ନିଯୁକ୍ତି, ଯୋଗାଣକାରୀଙ୍କ ସାମଗ୍ରୀ ଡେଲିଭରି ଅବଧି, କ୍ରୟ ଷ୍ଟକ ଭଳି ପ୍ରମୁଖ ବିଷୟଗୁଡିକୁ ବିଚାର କରାଯାଇଛି। ଏହି ସମୟରେ ବିକ୍ରି ଅଭିବୃଦ୍ଧି ୧୫ ମାସର ସର୍ବନିମ୍ନ ସ୍ତରରେ ରହିଛି। ଏହାବାଦ ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ଉତ୍ପାଦନ ୟୁନିଟ୍‌ଗୁଡିକର ଇନ୍‌ପୁଟ କ୍ରୟ ନିମ୍ନ ସ୍ତରକୁ ଖସିଆସିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ସର୍ଭେରେ କୁହାଯାଇଛି ଯେ, ଆଲୋଚ୍ୟ ସମୟରେ ଇନ୍‌ପୁଟ ଖର୍ଚ୍ଚ ବୃଦ୍ଧି ଏବଂ ବାଣିଜ୍ୟ ପାଇଁ ଆତ୍ମବିଶ୍ୱାସରେ ଉନ୍ନତି ପରିଲକ୍ଷିତ ହୋଇଛି। ଯାହା ୧୬ ମାସର ସବୁଠାରୁ ସର୍ବୋଚ୍ଚ ସ୍ତର। ଏହାବାଦ ଶିଳ୍ପ ସଂସ୍ଥାଗୁଡିକ ଉପରେ ପ୍ରତିଯୋଗିତା ଚାପ ଏବଂ ବଜାରରେ ସ୍ଥିତି ଆହ୍ବାନପୂର୍ଣ୍ଣ ରହିବା ଯୋଗୁ ମାନୁଫାକଚରିଂ ଅଭିବୃଦ୍ଧିକୁ ଏହା ପ୍ରଭାବିତ କରିଛି। ବିଦେଶରୁ ଅର୍ଡର ଅଭିବୃଦ୍ଧି ଏହି ସମୟରେ କମିଛି। ୨୦୧୮ ଏପ୍ରିଲ ପରଠାରୁ ଉକ୍ତ କ୍ଷେତ୍ରରେ ଏହା ସର୍ବନିମ୍ନ ସ୍ତର।
ଜୁନ ତ୍ରୈମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସି ଆସିଛି। ଏହି ସମୟରେ ମାନୁଫାକଚରିଂ କ୍ଷେତ୍ର ଧିମା ରହିଥିବା ରିପୋର୍ଟ ବଜାରର ପ୍ରକୃତ ସ୍ଥିତିକୁ ଦେଖାଉଛି। ଅର୍ଥନୈତିକ ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କହୁଛନ୍ତି। ଏହି ସମୟରେ ସରକାରୀ ନିବେଶରେ ବୃଦ୍ଧି, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ନୂଆ ପୁଞ୍ଜି ଯୋଗାଣ, ଏଫ୍‌ଡିଆଇ ନିୟମ, ବିଦେଶୀ ଓନରଶିପ ନିୟମରେ ସଂଶୋଧନ ଏବଂ ଭିତ୍ତିଭୂମି ନିବେଶକୁ ବଢାଇବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଏହାର ସୁଧହାରକୁ ୪ଥର ହ୍ରାସ କରିବା ସହ ଏହା ଅଗଷ୍ଟରେ ୫.୪%କୁ ଖସିଛି।

୮ ପ୍ରମୁଖ କ୍ଷେତ୍ର ଅଭିବୃଦ୍ଧି ୨.୧ ହ୍ରାସ
ଦେଶର ୮ ପ୍ରମୁଖ କ୍ଷେତ୍ର ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଜୁଲାଇରେ ୨.୧%କୁ ଖସିଛି। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ ଏବଂ ରିଫାଇନେରୀ ପ୍ରଡକ୍ଟ କ୍ଷେତ୍ରରେ କାର୍ଯ୍ୟଧାରା ହ୍ରାସ ହେବା ଯୋଗୁ ଏଭଳି ସ୍ଥିତି ଆସିଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ପ୍ରଡକ୍ଟ, ସାର, ଇସ୍ପାତ,ସିମେଣ୍ଟ ଏବଂ ଇଲେକ୍ଟ୍ରିସିଟି ଭଳି କ୍ଷେତ୍ର ଗତ ବର୍ଷ ଜୁଲାଇରେ ଭଲ ପ୍ରଦର୍ଶନ କରିବା ସହ ଅଭିବୃଦ୍ଧି ୭.୩% ରହିଥିଲା। ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଜୁଲାଇରେ କୋଇଲା, ପ୍ରାକୃତିକ ବାଷ୍ପ, ଅଶୋଧିତ ତୈଳ କ୍ଷେତ୍ରରେ ଅଭିବୃଦ୍ଧି ନକାରାତ୍ମକ ରହିଛି। ଏପ୍ରିଲ-ଜୁଲାଇ ସମୟରେ ଦେଶର ୮ ପ୍ରମୁଖ କ୍ଷେତ୍ର ଅଭିବୃଦ୍ଧି ୩% ରହିଛି। ଏହା ଗତ ବର୍ଷ ସମାନ ସମୟରେ ୫.୯% ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?