ମାନ୍ଦାବସ୍ଥା ଦୂରେଇବାକୁ ସୀତାରାମନ୍‌ଙ୍କ ପ୍ରୟାସ;କର୍ପୋରେଟ ଟିକସ ହ୍ରାସ ଘୋଷଣା

ପାନାଜୀ,୨୧-୯: ଦେଶ ଏବେ ଘୋର ମାନ୍ଦାବସ୍ଥା ଦେଇ ଗତିକରୁଛି। ଏହାକୁ ଦୂରେଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପୂର୍ବରୁ ୩ ଥର ବିଭିନ୍ନ କ୍ଷେତ୍ର ଲାଗି ପ୍ରୋତ୍ସାହନ ଘୋଷଣା କରିସାରିଛନ୍ତି। ଏଠାରେ ଜିଏସ୍‌ଟି କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ପୂର୍ବରୁ ସମସ୍ତଙ୍କୁ ଚମକାଇ ଦେଇ ସେ କର୍ପୋରେଟ ଜଗତ ପାଇଁ ଟିକସ ହ୍ରାସ ଘୋଷଣା କରିଛନ୍ତି। ଏଣିକି କମ୍ପାନୀଗୁଡିକ ୨୫.୧୭% ଦେବେ ବୋଲି ସେ କହିଛନ୍ତି। ସେହିପରି ସେ ମିନିମମ୍‌ ଅଲ୍ଟରନେଟ ଟିକସ, କ୍ୟାପିଟାଲ ଗେନ୍ସ ଟିକସ ଉପରେ ଲାଗୁଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। ଏହାଛଡ଼ା ସେ ନୂଆକରି ଗଢ଼ି ଉଠିବାକୁ ଥିବା ମାନୁଫାକ୍‌୍‌ଚରିଂ କମ୍ପାନୀ ପାଇଁ ମଧ୍ୟ ଟିକସ ହ୍ରାସ କରାଯିବ ବୋଲି କହିଛନ୍ତି।
ଶୁକ୍ରବାର ଏଠାରେ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ଘରୋଇ କମ୍ପାନୀଗୁଡ଼ିକ କର୍ପୋରେଟ ଟିକସ ବାବଦରେ ୩୦% ଟିକସ ଦେଉଥିବା ବେଳେ ଏହାକୁ ହ୍ରାସ କରାଯାଇଛି। ସେମାନେ ଅନ୍ୟକୌଣସି ଟିକସ ଛାଡ଼ ନେଉ ନଥିଲେ ୨୨% ଟିକସ ଆଦାୟ କରାଯିବ। ତେବେ ସରଚାର୍ଜ ଓ ସେସ୍‌ ଆଦିକୁ ମିଶାଇଲେ ଏହି ଟିକସ ପରିମାଣ ୨୫.୧୭% ହେବ। ଏହା ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଦେଶ ସହ ସମାନ ହୋଇଛି। ଫଳରେ ଭାରତୀୟ କମ୍ପାନୀଗୁଡ଼ିକ ବିଶ୍ୱ ବଜାରରେ ଚାଇନା, ଦକ୍ଷିଣ କୋରିଆ ଓ ଇଣ୍ଡୋନେସିଆ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ସେହିପରି ଅକ୍ଟୋବର ପହିଲା ପରେ ପ୍ରତିଷ୍ଠିତ ଘରୋଇ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଠାରୁ ଏଣିକି ୧୫% ଟିକସ ଆଦାୟ କରାଯିବ। ସରଚାର୍ଜ ଓ ସେସ୍‌ ମିଶାଇଲେ ଏହା ୧୭.୦୧% ହେବ। ପୂର୍ବରୁ ସେମାନଙ୍କ ଠାରୁ ୨୫% ଟିକସ ଆଦାୟ କରାଯାଉଥିଲା। ସୀତାରାମନ୍‌ କହିଛନ୍ତି ଯେ, ଷ୍ଟକ୍‌ ବଜାରରେ ନିବେଶ ବୃଦ୍ଧି ଉଦ୍ଦେଶ୍ୟରେ ସରକାର କ୍ୟାପିଟାଲ ଗେନ୍ସ ଉପରେ ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାଛଡ଼ା ଜୁଲାଇ ୫ ପୂର୍ବରୁ ବାଏବ୍ୟାକ କରିବାକୁ ଘୋଷଣା କରିଥିବା କମ୍ପାନୀଙ୍କ ଠାରୁ ସରଚାର୍ଜ ଆଦାୟ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିଭଳି ସିଏସ୍‌ଆର୍‌ ବାବଦରେ ଖର୍ଚ୍ଚ ହେଉଥିବା ୨% ଅର୍ଥରାଶି ପରିଧିକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ ଘୋଷଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଓ ଉଦ୍ୟୋଗ ଜଗତ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri