ମାନ୍ଦାବସ୍ଥା ଆଣିଛି ଘୋର ସଙ୍କଟ;୧୯% କମ୍ପାନୀ ନୂଆ ନିଯୁକ୍ତି ସପକ୍ଷରେ

ନୂଆଦିଲ୍ଲୀ,୧୧-୯: ଭାରତ ସମେତ ସାରା ବିଶ୍ୱରେ ମାନ୍ଦାବସ୍ଥାର ପ୍ରଭାବ ଏଭଳି ସ୍ଥିତିରେ ପହଞ୍ଚତ୍ଛି ଯେ, ସମସ୍ତ କ୍ଷେତ୍ର ଏବେ ଘୋର ସଙ୍କଟ ଦେଇ ଗତିକରୁଛି। ଫଳସ୍ବରୂପ ଆଗାମୀ ତୃତୀୟ ତ୍ରୈମାସ(ଅକ୍ଟୋବର-ଡିସେମ୍ବର) ମଧ୍ୟରେ ନୂଆ ନିଯୁକ୍ତି ସୃଷ୍ଟି ସମ୍ଭାବନା ନାହିଁ କହିଲେ ଚଳେ। ଏହି ସମୟରେ ମାତ୍ର ୧୯% କମ୍ପାନୀ ନୂଆ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ଅନ୍ୟପକ୍ଷରେ ୫୨ ପ୍ରତିଶତ ନିଜର କାର୍ଯ୍ୟବଳ ବା କର୍ମଚାରୀ ସଂଖ୍ୟାକୁ ଅପରିବର୍ତ୍ତିତ ରଖିବାକୁ ଚେଷ୍ଟା କରିବେ ବୋଲି ମତପୋଷଣ କରିଛନ୍ତି। ବିଶ୍ୱ ସ୍ତରରେ ହୋଇଥିବା ସର୍ଭେରୁ ଏହା ଜଣାପଡିଛି।
ବିଶ୍ୱର ଏକ ସଂସ୍ଥା ‘ମ୍ୟାନପାଓ୍ବାର ଗ୍ରୁପ୍‌ ଏମ୍ପ୍ଲଏମେଣ୍ଟ ଆଉଟଲୁକ୍‌’ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟକୁ ମଙ୍ଗଳବାର ଜାରି କରାଯାଇଛି। କମ୍ପାନୀମାନେ ଅକ୍ଟୋବର-ଡିସେମ୍ବର ମଧ୍ୟରେ ତୃତୀୟ ତ୍ରୈମାସ ମଧ୍ୟରେ ଆର୍ଥିକ ଦୃଶ୍ୟପଟ ଓ ନୂଆ ନିଯୁକ୍ତି ସମ୍ଭାବନା ନେଇ ଆଲୋଚନା କରିଛନ୍ତି। ଏଥିରୁ ଜଣାପଡିଛି ଯେ, କେବଳ ୧୯% ନିଯୁକ୍ତିଦାତା କର୍ମଚାରୀ ସଂଖ୍ୟା ବଢ଼ାଇବାକୁ ଚାହୁଁଛନ୍ତି। ଏହାବ୍ୟତୀତ ୫୨ ପ୍ରତିଶତ କର୍ମଚାରୀ ସଂଖ୍ୟା ବଦଳାଇବାର ଆବଶ୍ୟକତା ନାହିଁ ବୋଲି ମତପୋଷଣ କରିଥିବା ବେଳେ ବର୍ତ୍ତମାନ ନିଯୁକ୍ତିକୁ ନେଇ କିଛି ହେବ ନାହିଁ ବୋଲି ୨୮% ମତ ଦେଇଛନ୍ତି।
ନୂଆ ନିଯୁକ୍ତିକୁ ନେଇ ଭାରତ ଚତୁର୍ଥ ସ୍ଥାନରେ
ନୂଆ ନିଯୁକ୍ତି ସୃଷ୍ଟିକୁ ନେଇ ଅପେକ୍ଷାକୃତ ହାଲୁକା ପରିସଂଖ୍ୟାନ ସତ୍ତ୍ୱେ ଆସନ୍ତା ୩ ମାସ ଭିତରେ ନୂଆ ନିଯୁକ୍ତି ସୃଷ୍ଟିରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିବ ବୋଲି ସର୍ଭେରେ ଅନୁମାନ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ନୂଆ ନିଯୁକ୍ତି ସୃଷ୍ଟିରେ ଜାପାନ ପ୍ରଥମ, ତାଇଓ୍ବାନ ଦ୍ୱିତୀୟ ଓ ଆମେରିକା ତୃତୀୟ ସ୍ଥାନରେ ରହିବ ବୋଲି ଆଶାକରାଯାଉଛି। ଜାପାନରେ ସର୍ବାଧିକ ୨୬% ନିଯୁକ୍ତିଦାତା ତୃତୀୟ ତ୍ରୈମାସରେ ନୂଆ ଚାକିରି ଦେବାକୁ ଇଚ୍ଛାପ୍ରକାଶ କରିଛନ୍ତି। ଏହାପଛକୁ ତାଇଓ୍ବାନ ୨୧ ପ୍ରତିଶତ ଓ ଆମେରିକାର ୨୦ ପ୍ରତିଶତ କମ୍ପାନୀ ନୂଆ ନିଯୁକ୍ତି ଦେବାକ ଚାହୁଁଛନ୍ତି। ମ୍ୟାନ୍‌ପାଓ୍ବାର ଗ୍ରୁପ୍‌ ଅଧ୍ୟକ୍ଷ ତଥା ସିଇଓ ଜୋନାସ୍‌ ପ୍ରାଇସିଙ୍ଗ୍‌ କହିଛନ୍ତି ଯେ, ସାରା ବିଶ୍ୱରେ ନୂଆ ନିଯୁକ୍ତି ସୃଷ୍ଟିକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି। କେତେକ ବଡ଼ ଅର୍ଥନୀତି କ୍ଷେତ୍ରରେ ସ୍ଥିିତି ଭଲ ରହିଥିବା ବେଳେ ବ୍ରେକ୍‌ଜିଟ୍‌ ଏବଂ ଶୁଳ୍କକୁ ନେଇ ଚାଲିଥିବା ଟଣାଓଟରା ଯୋଗୁ ଅନ୍ୟ ଦେଶରେ ନୂଆ ନିଯୁକ୍ତିକୁ ନେଇ ମନୋଭାବ ସେପରି ଭଲ ନୁହେଁ।
୪୪ ଦେଶର ୫୯ ହଜାର ନିଯୁକ୍ତିଦାତାଙ୍କୁ ନେଇ ସର୍ଭେ
ମ୍ୟାନ୍‌ପାଓ୍ବାର ପକ୍ଷରୁ ସାରା ବିଶ୍ୱର ୪୪ ଦେଶର ୫୯ ହଜାରରୁ ଅଧିକ କମ୍ପାନୀଙ୍କ ସହ ନୂଆ ନିଯୁକ୍ତି ନେଇ ଆଲୋଚନା କରାଯାଇଛି। ସର୍ଭେରୁ ଏହା ଜଣାପଡିଛି ଯେ, ଆଗାମୀ ୩ ମାସ ମଧ୍ୟରେ ୪୩ରୁ ୪୪ ଦେଶର ନିଯୁକ୍ତିଦାତାଙ୍କର ନିଜର କର୍ମଚାରୀ ସଂଖ୍ୟା ବଢ଼ାଇବା ଆଶାକରୁନାହାନ୍ତି। ଗତ ତ୍ରୈମାସ ସମ୍ପର୍କରେ ଆଲୋଚନାରୁ ଜଣାପଡୁଛି ଯେ, ୪୪ ଦେଶ ମଧ୍ୟରୁ ମାତ୍ର ୧୫ ଦେଶର କମ୍ପାନୀ ନୂଆ ନିଯୁକ୍ତିକୁ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ୨୩ ଦେଶର ନିଯୁକ୍ତିଦାତା ଦୁର୍ବଳ ରୋଜଗାର ସୃଷ୍ଟି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଚାଇନାର ମାତ୍ର ୪% କମ୍ପାନୀ ନୂଆ ନିଯୁକ୍ତି ସମ୍ପର୍କରେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମସଲାରେ କୀଟନାଶକ ସମ୍ପର୍କିତ ସମସ୍ତ ଦାବିକୁ ଖଣ୍ଡନ କଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ,୫।୫: ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)। ବିଭିନ୍ନ ଦେଶ...

ପିଆଜ ରପ୍ତାନି ଉପରୁ ହଟିଲା କଟକଣା

ଭୁବନେଶ୍ୱର,୫।୫(ଅନୁରାଧା ମହାରଣା): ଘରୋଇ ବଜାରରେ ପିଆଜ ଦରବୃଦ୍ଧିରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ପିଆଜ ରପ୍ତାନି ଉପରେ ସରକାର...

ଉତ୍କଳ ହସ୍ପିଟାଲରେ ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର,୫।୫ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ରାଜ୍ୟର ପ୍ରଥମ କ୍ୟାଡେଭେରିକ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରି ସଫଳତାର...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri