ମାଡ଼ି ଆସୁଛି ମହାମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୯।୪: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ବିଶ୍ୱ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଗତି ଏବେ ଠପ୍‌ ହୋଇଯାଇଛି। କୋଭିଡ୍‌-୧୯ ମହାମାରୀ ପାଇଁ ସୃଷ୍ଟି ହୋଇଥିବା ଆର୍ଥତ୍କ ସଙ୍କଟ ନେଇ ବିଶ୍ୱ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ୨୦୦୭-୦୯ରେ ଦେଖାଦେଇଥିବା ମାନ୍ଦାବସ୍ଥାଠାରୁ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଜଟିଳ। ବିଶ୍ୱ ସାମ୍ନାରେ ମହାମାନ୍ଦାବସ୍ଥା ମାଡ଼ି ଆସୁଛି ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରୁଛନ୍ତି। ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ବୈଠକରେ କହିଛନ୍ତି ଯେ, କରୋନାଜନିତ ମାନ୍ଦାବସ୍ଥା ବର୍ତ୍ତମାନ ସାରା ବିଶ୍ୱରେ ଅନୁଭୂତ ହେଉଛି। ଏଭଳି ସମସ୍ୟା ଯୋଗୁ ଗରିବ ଦେଶ ଏବଂ ଏଠାରେ ବସବାସ କରୁଥିବା ବ୍ୟକ୍ତିବିଶେଷ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବେ।
ସେ କହିଛନ୍ତି, ଅନ୍ତର୍ରାଷ୍ଟ୍ରୀୟ ବିକାଶ ସଂଘଠାରୁ ସହାୟତା ଲାଭ କରୁଥିବା ଦେଶଗୁଡିକ ମଧ୍ୟରେ ଦୁନିଆର ସବୁଠାରୁ ଗରିବ ଜନସଂଖ୍ୟାର ଦୁଇତୃତୀୟାଂଶ ବସବାସ କରୁଛନ୍ତି। ଏହି ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରିବେ। କରୋନା ଯୋଗୁ ବଜାରରେ ଏକ ଅନିଶ୍ଚିତତା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନର ଚିକିତ୍ସା ଖର୍ଚ୍ଚ ଉପରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହେବ। ଏଭଳି ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନ ଦେଲେ ବିଶ୍ୱ ଏକ ବଡ଼ ମାନ୍ଦାବସ୍ଥା ଆଡ଼କୁ ଗତି କରୁଛି ବୋଲି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ମାଲପାସ୍‌ କହିଛନ୍ତି। ଏହି ସମୟରେ ଉତ୍ପାଦନ,ନିବେଶ, ରୋଜଗାର, ବାଣିଜି୍ୟକ କ୍ଷତି ନେଇ ପୂର୍ବାନୁମାନ କରାଯାଇଛି, ତାହା ୨୦୦୯ ମାନ୍ଦାବସ୍ଥାଠାରୁ ଭୟାନକ ହେବ ବୋଲି ଏହି ବିଶ୍ୱ ଏଜେନ୍ସି ପକ୍ଷରୁ ଅନୁମାନ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଏହି ଅନ୍ତର୍ଜାତୀୟ ଏଜେନ୍ସି ୬୪ ବିକାଶଶୀଳ ଦେଶକୁ ସହାୟତା ଯୋଗାଇ ଦେଇଛି। ଏପ୍ରିଲ ଶେଷ ପର୍ଯ୍ୟନ୍ତ ମୋଟ ୧୦୦ ଦେଶକୁ ସହାୟତା ଯୋଗାଣ ନେଇ ଯୋଜନା କରାଯାଇଛି। ବିଶ୍ୱ ବ୍ୟାଙ୍କ ଆସନ୍ତା ୧୫ ମାସରେ ୧୬୦ ବିଲିୟନ ଡଲାର ପୁଞ୍ଜି ସହାୟତା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ସେହିଭଳି ଗରିବ ଦେଶଗୁଡିକୁ ରିହାତି ହାରରେ ୫୦ ବିଲିୟନ ଡଲାର ଋଣ ଯୋଗାଣ ନେଇ ମଧ୍ୟ ଯୋଜନା କରାଯାଇଛି। ମାଲପାସ୍‌ କହିଛନ୍ତି , ଗରିବ ପରିବାରଗୁଡିକୁ ବଞ୍ଚାଇବା, କମ୍ପାନୀଗୁଡିକୁ ସୁରକ୍ଷା ପ୍ରଦାନ ନିଯୁକ୍ତି ସଙ୍କଟକୁ କମ୍‌ କରିବା ଭଳି ପ୍ରସଙ୍ଗକୁ ବିଚାର କରି କୋଭିଡ୍‌-୧୯ ସହାୟତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଗରିବ ଦେଶଗୁଡିକୁ ସହାୟତା କରିବା ଲାଗି ଋଣ ସହାୟତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟୁଲ୍‌ ଭାବେ ହାତକୁ ନିଆଯାଉଛି। ସୂଚନାଯୋଗ୍ୟ ନିକଟରେ ଆଇଏମ୍‌ଏଫ୍‌ କରୋନା ପ୍ରଭାବକୁ ଗୁରୁତର ବୋଲି କହିବା ସହ ଏହା ୧୯୩୦ ମାନ୍ଦାବସ୍ଥାଠାରୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ମତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri