Posted inଜାତୀୟ

ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ ଚାହିଁଲେ ବି ଭୁଲିପାରିବେ ନାହିଁ। କିଛି ଲୋକଙ୍କ ପାଇଁ ସେ ମା’ ସାଜିଥିଲେ। ଭୁଲରେ ପାକିସ୍ତାନ ପଳାଇଥିବା ମୂକ ଓ ବଧିର ଝିଅ ଗୀତା ପାଇଁ ସୁଷମା ସାଜିଥିଲେ ମା’। ଗୀତା ଦୀର୍ଘ ୧୪ ବର୍ଷ ପାକିସ୍ତାନରେ ରହିବା ପରେ ୨୦୧୫ରେ ଭାରତକୁ ଫେରିବାରେ ଥିଲା ସୁଷମାଙ୍କ ବଡ ହାତ। ଏବେ ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ଗୀତା। ସେ ଖାଲି କାନ୍ଦୁଛନ୍ତି। ସେ ଠାରରେ କହିଛନ୍ତି, ମୁଁ ମୋ ଅଭିଭାବକଙ୍କୁ ହରାଇଦେଲି। ସେ ସବୁବେଳେ ମୋତେ ଝିଅ ପରି ଦେଖୁଥିଲେ। ମା’ ପରି ସେ ମୋର ଯତ୍ନ ନେଉଥିଲେ ବୋଲି ଗୀତା କହିଛନ୍ତି।
ସୂଚନାଯୋଗ୍ୟ,ଗୀତା ପିଲାବେଳୁ ଭାରତରୁ କୌଣସି ଟ୍ରେନରେ ଯାଇ ଗୀତା ପାକିସ୍ତାନର ଲାହୋର ପହଞ୍ଚିଥିଲେ। ଅଜଣା ଝିଅ ଗୀତା ସାଙ୍ଗରେ କେହି ନ ଥିବାରୁ ପୁଲିସ ତାକୁ ପାଇ ରାଷ୍ଟ୍ରାୟତ ଆଶ୍ରୟସ୍ଥଳକୁ ପଠାଇଥିଲା। କିନ୍ତୁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ଏବଂ କର୍ମଚାରୀମାନଙ୍କ ସହ କଳହ କରିବାରୁ ତାଙ୍କୁ ଭିନ୍ନ ଭିନ୍ନ ଆଶ୍ରୟସ୍ଥଳରେ ନେଇ ରଖାଯାଉଥିଲା। ଶେଷରେ କରାଚିସ୍ଥିତ ଏଧି ସ୍ବେଚ୍ଛାସେବୀ ଫାଉଣ୍ଡେସନରେ ଗୀତା ବହୁଦିନ ହେବ ରହୁଥିଲା। ସଲମାନ ଖାନ୍ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ର କାହାଣୀରେ ପ୍ରେରିତ ହୋଇ ଏଧି ସ୍ବେଚ୍ଛାସେବୀ ଫାଉଣ୍ଡେସନ ପକ୍ଷରୁ ଗୀତାକୁ ଭାରତ ପଠାଯିବା ଉଦ୍ୟମ କରାଯାଇଥିଲା। ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ସେତେବେଳର ଭାରତର ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଫଳରେ ୨୦୧୫ରେ ଗୀତା ଭାରତ ଫେରିଥିଲେ। ଭାରତକୁ ଫେରିବା ପରଠାରୁ ତାଙ୍କ ପରିବାର ସହ ତାଙ୍କର ମିଳନ କରାଇବାର ଉଦ୍ୟମ କରାଯାଇଥିଲା। କିନ୍ତୁ ଅନେକ ପରିବାର ଆସି ଗୀତା ତାଙ୍କର ବୋଲି ଦାବି କରିଥିବା ସତ୍ତ୍ୱେ ସେ କାହାରିକୁ ଚିହ୍ନି ପାରି ନ ଥିଲେ। ୨୦୧୭ ଅକ୍ଟୋବର ମାସରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଏକ ବୈଠକ ପରେ ସୁଷମା ସ୍ବରାଜ ଗୀତାର ବିବାହ ପାଇଁ ଯୋଜନା କରିଥିଲେ। ଗୀତା ବିବାହ କରିବାକୁ ଥିବା ବର ପାତ୍ରକୁ ସରକାରୀ ଚାକିରି ଏବଂ ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସୁଷମା ମା’ଙ୍କ ଚୟନରେ ହିଁ ବିବାହ କରିବି ବୋଲି ଗୀତା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri