ମହୁମାଛି କଥା ମନେ ପଡ଼େ

ଶୁଟିଂ ସମୟରେ ଅନେକ ଘଟଣା କଳାକାରଙ୍କ ମନରେ ସ୍ମୃତି ହୋଇ ରହିଥାଏ। ସେଭଳି କେତୋଟି ଘଟଣାକୁ ସ୍ମରଣ କରନ୍ତି ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ଣ୍ଣ ଟୁ ଫାଇଟ୍‌’ରୁ ଓଲିଉଡ୍‌ର ନବାଗତ ତାଲିକାରେ ନିଜର ନାମ ଏଣ୍ଟ୍ରି କରିବାକୁ ଯାଉଥିବା ବିଶ୍ୱରୂପ ମିଶ୍ର।

ମୋର ପ୍ରଥମ ସିନେମାର ଟାଇଟଲ ଗୀତର ଶୁଟିଂ ଫୁଲବାଣୀରେ ହେଉଥାଏ। ସେଥିପାଇଁ ପାହାଡ ଉପରେ ସବୁପ୍ରକାର ବ୍ୟବସ୍ଥା ହୋଇ ସାରିଥାଏ। ସିକୁଏନ୍ସ ଅନୁସାରେ ସ୍ପଟ ବୟ ଧୂଅଁା ଲଗାଇଲେ। ହେଲେ ବିଡମ୍ବନା। ପାହାଡର ଗୋଟିଏ କୋଣରେ ମହୁମାଛି ବସା ଅଛି ବୋଲି ଆମେ କେହି ଜାଣି ନ ଥିଲୁ। ଧୂଅଁା ସଂସ୍ପର୍ଶରେ ଆସିବା ମାତ୍ରେ ମହୁମାଛି ଆମ ଆଡକୁ ମାଡି ଆସିଲେ। ଏହା ଦେଖି ୟୁନିଟ୍‌ର କେତେକ ସଦସ୍ୟ ଦୌଡି ପଳାଇଲେ। ହେଲେ କ’ଣ ହୋଇଛି ବୋଲି ବୁଝିବା ପୂର୍ବରୁ ମହୁମାଛିର ଆକ୍ରମଣର ଶିକାର ହେଲି। ମୋ ମୁହଁ,ହାତ ଫୁଲିଗଲା। ଏପରି ଅବସ୍ଥା ହେଲା ଯେ ସୁସ୍ଥ ହେବାକୁ ମୋତେ ଫୁଲବାଣୀ ସରକାରୀ ହସ୍‌ପିଟାଲରେ ଆଡମିଶନ ହେବାକୁ ପଡିଥିଲା। ସୁସ୍ଥ ହେବା ପରେ ପୁଣି ଥରେ ଶୁଟିଂ ଆରମ୍ଭ ହୋଇଥିଲା। ଏ କଥା ଏବେ ମୋର ମନେ ପଡିଲେ ଶିହରଣ ଖେଳିଯାଏ। ଆଉ ଏକ କଥା। ଏହି ଫିଲ୍ମର ଏକ ଗୀତର ଶୁଟିଂ ପାଇଁ ପ୍ରାୟ ପାହାଡ଼ର ୧୮୦୦ ଫୁଟ ତଳକୁ ଯିବାକୁ ପଡିଥିଲା। ଯେହେତୁ ରାସ୍ତା ବହୁତ ଖରାପ ଥିଲା ଏବଂ ଗାଡି ଯିବାର କୌଣସି ସୁବିଧା ନ ଥିଲା ତେଣୁ କ୍ୟାମେରାମ୍ୟାନ, ନିର୍ଦ୍ଦେଶକ ଏବଂ ୟୁନିଟ୍‌ର ସଦସ୍ୟମାନେ ଚାଲି ଚାଲି ସେଠାକୁ ଯାଇ ଶୁଟିଂ କରିଥିଲୁ। ଗୋଟିଏ କଥା, ଏହି ଫିଲ୍ମଟି ଯେହେତୁ ଆକ୍ସନ ଉପରେ ପର୍ଯ୍ୟବସିତ ତେଣୁ ଏଥିରେ ଅନେକ ଏକ୍ସପେରିମେଣ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri