ମହିଳାଙ୍କୁ ଅଟୋରେ ଅପହରଣ ପରେ ଅସଦାଚରଣ ଘଟଣା: କନ୍‌ଷ୍ଟେବଳ ସମେତ ୩ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଖାକିରେ ପୁଣି ଲାଗିଲା ଦାଗ। ମହିଳାଙ୍କୁ ଥାନାରେ ଛାଡ଼ି ଦେବାକୁ କହି ଖଣ୍ଡଗିରି ପିସିଆର କନ୍‌ଷ୍ଟେବଳ ଓ ତାଙ୍କର ଦୁଇ ସହଯୋଗୀ ଅଟୋରେ ଅପହରଣ କରିବା ସହ ଅସଦାଚରଣ କରିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାକୁ ପ୍ରାଣପଣେ ପୋଲିସ ଚାପିବାକୁ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ଘଟଣା ପ୍ରଘଟ ହେବା ପରେ ପୋଲିସ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଦଫା ୩୬୫, ୩୪୨, ୩୫୪, ୩୪ରେ ଏକ ମାମଲା (ନଂ. ୨୩୫/୨୦୨୦) ରୁଜୁ କରି ଓଏସ୍‌ପିଏଫ୍‌ (ଓଡ଼ିଶା ସ୍ପେଶାଲ ଆର୍ମ ପୋଲିସ ଫୋର୍ସ)ର ଜଣେ କନ୍‌ଷ୍ଟେବଳ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ପିସିଆର କନ୍‌ଷ୍ଟେବଳ ଦଶରଥ ନାୟକ (୩୦), ରଙ୍ଗେଇଲୁଣ୍ଡାର ଶ୍ରୀକାନ୍ତ କୁମାର (୨୮) ଓ ପାତ୍ରପଡ଼ାର କାଳୁ ବାରିକ (୩୨)। ପୋଲିସ ପୀଡ଼ିତା ମହିଳାଙ୍କ ଡାକ୍ତରୀ ମାଇନା କରିବା ସହ ସିଆର୍‌ପିସି ୧୬୧ରେ ବୟାନ ରେକର୍ଡ କରିଛି। ଏହାସହ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି କୋର୍ଟଚାଲାଣ କରିଛି। ବୁଧବାର ଅଭିଯୁକ୍ତଙ୍କ ଟିଆଇ ପରେଡ଼ ହେବ ବୋଲି ଏସିପି ଅନିଲ ମିଶ୍ର କହିଛନ୍ତି। ସେମାନେ ମହିଳାଙ୍କୁ କିଭଳି ଅଟୋରେ ଅପହରଣ କରି ସହରର ବିଭିନ୍ନ ସ୍ଥାନକୁ ନେଇ ଅସଦାଚରଣ କଲେ ତାହାର ଡେମୋ ଦେଖାଇବେ। ଏହାର ଭଡିଓ କରାଯାଇ କୋର୍ଟରେ ଦାଖଲ କରାଯିବ ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ମହିଳା ଜଣଙ୍କ ପରିବାର ଲୋକଙ୍କ ସହ ଶହୀଦନଗର ଥାନା ଅଞ୍ଚଳରେ ରୁହନ୍ତି। ଗତ ରବିବାର ତାଙ୍କ ସ୍ବାମୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ମହିଳା ଜଣଙ୍କ ରାତି ୧୧ଟା ହେବ ଚାଲିଚାଲି ଥାନାକୁ ଅଭିଯୋଗ କରିବାକୁ ଆସୁଥିଲେ। ହେଲେ ରୂପାଲି ଛକରେ କନଷ୍ଟେବଳ ଦଶରଥ ଏବଂ ତାଙ୍କ ଦୁଇ ସାଙ୍ଗ ଶ୍ରୀକାନ୍ତ ଏବଂ କାଳୁ ମହିଳାଙ୍କୁ ଦେଖି କୁଆଡେ ଯାଉଛ ବୋଲି ପଚାରିଥିଲେ। ମହିଳା ଜଣଙ୍କ ଥାନାକୁ ଯାଉଥିବା କହିବା ପରେ ଆମେ ଥାନାର ଷ୍ଟାଫ୍‌, ଥାନାକୁ ଯାଉଛୁ ଆସନ୍ତୁ ଛାଡ଼ି ଦେବୁ କହି ଅଟୋରେ ବସାଇଥିଲେ। ଏହାପରେ ଅଟୋ ଭିତରେ ମହିଳାଙ୍କ ପାଟିକୁ ବନ୍ଦ କରି ଅଟୋକୁ ଖଣ୍ଡଗିରି ଅଭିମୁଖେ ନେଇଥିଲେ। ବାଟସାରା ୩ଜଣ ମହିଳାଙ୍କୁ ଅସଦାଚରଣ କରିଥିଲେ। ମହିିଳାଙ୍କୁ ଖଣ୍ଡଗିରି ଥାନା ଆଇଗିଣିଆ ଫୁଲେଶ୍ୱରୀ ବସ୍ତି ଭିତରକୁ ନେଇ ଯାଇଥିଲେ। ହେଲେ ମହିଳା ଜଣଙ୍କ କୌଶଳକ୍ରମେ ଅଟୋରୁ ଡେଇଁପଡ଼ି ଚିକତ୍ାର କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ଦୌଡି ଆସିବାରୁ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ସୋମବାର ଏନେଇ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ୩ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri